IPL ନିଲାମରେ ସଚ୍ଚିନଙ୍କ ପୁଅ ଉପରେ ଲାଗିଲା ବୋଲି, ଜାଣନ୍ତୁ ଆଜିକାଲି କ’ଣ କରୁଛନ୍ତି ଗାଭାସ୍କରଙ୍କ ପୁଅ?

Published By : Prameya-News7 Bureau | February 18, 2021 IST

ଯେତେ ଲୋକପ୍ରିୟ ଖେଳ ଅଛି ଏଥିରେ କ୍ରିକେଟ ବେଶ୍ ଲୋକପ୍ରିୟ। ସାରା ବିଶ୍ୱରେ ଏହି ଖେଳର ଆଦ୍ରୁତି ଥିବା ବେଳେ ଅନେକ ଦେଶ କ୍ରିକେଟକୁ ଖେଳାଳି ବି ଦେଉଛନ୍ତି, ଯେଉଁମାନେ ଷ୍ଟାଡିୟମରେ ରେକର୍ଡ ପରେ ରେକର୍ଡ ସୃଷ୍ଟି କରି ନିଜକୁ ଇତିହାସରେ ପ୍ରଶିଦ୍ଧ କରିଛନ୍ତି। ବଲିଉଡ ଓ ରାଜନୀତି ଭଳି ଭାରତରେ କ୍ରିକେଟ ମଧ୍ୟ ଏକ ଲୋଭନୀୟ କ୍ଷେତ୍ର । ହେଲେ ବଲିଉଡ ଓ ରାଜନୀତିରେ ଉତ୍ତରାଧିକାରୀ ଯେପରି କମାଲ କରିଛନ୍ତି ତାହା କିନ୍ତୁ ଏପର୍ଯ୍ୟନ୍ତ  କ୍ରିକେଟରେ ସାବ୍ୟସ୍ତ ହୋଇପାରିନି। 

{"id":411123,"width":577,"height":544,"sizeSlug":"large","linkDestination":"none"}

ଇଣ୍ଡିଆନ ପ୍ରିମିୟର ଲିଗ( ଆଇପିଏଲ)ର ଚତୁର୍ଦ୍ଦଶ ସଂସ୍କରଣ ଲାଗି ଗୁରୁବାର ଚେନ୍ନାଇରେ ଖେଳାଳି ଅକ୍ସନ ହୋଇଛି। ଏଥିରେ ବିଭିନ୍ନ ଟିମ୍‌ର ନିୟମିତ ଖେଳାଳିଙ୍କ  ସହ କ୍ରିକେଟର ଭଗବାନ କୁହାଯାଉଥିବା ସଚ୍ଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କର ମଧ୍ୟ ନିଲାମ ହୋଇଛି। ମୁମ୍ବାଇ ଇଣ୍ଡିଆନ୍ସ ଟିମ୍‌ ଅର୍ଜୁନ ତେନ୍ଦୁଲକରଙ୍କୁ ୨୦ ଲକ୍ଷ ଟଙ୍କାରେ ଟିମ୍‌ରେ ସାମିଲ କରିଛି। ତେବେ ଅର୍ଜୁନଙ୍କ ନିଲାମ ଫ୍ୟାନ୍ସଙ୍କୁ ଭାରତର ଅନ୍ୟତମ ଦିଗଜ କ୍ରିକେଟର ସୁନୀଲ ମନୋହର ଗାଭାସ୍କରଙ୍କ ପୁଅ ରୋହନ ଗାଭାସ୍କରଙ୍କ କଥା ମନେ ପକାଇଦେଇଛି।

{"id":411124,"sizeSlug":"large","linkDestination":"none"}

ଗାଭାସ୍କରଙ୍କ ଫ୍ୟାନମାନେ ତାଙ୍କ ପରେ ତାଙ୍କ ପୁଅ ଷ୍ଟାଡିୟମ ଦଖଲ କରିବେ ବୋଲି ଭାବୁଥିଲେ।  ହେଲେ ଗାଭାସ୍କାର କ୍ରିକେଟରୁ ସନ୍ୟାସ ନେବା ପରେ ତାଙ୍କ ପୁଅଙ୍କ କଥା ଅନେକଙ୍କ ପାଶୋର ଯିବଣି। ରୋହନ ଗାଭାସ୍କରଙ୍କ ବୟସ ଏବେ ୪୫। ଏବେ କ୍ରିକେଟର କୌଣସି ଫର୍ମାଟରେ ବି ନାହାନ୍ତି। ହେଲେ ସେ କ୍ରିକେଟ ଖେଳି ନଥିଲେ ବୋଲି ନୁହେଁ।  କିନ୍ତୁ ପିତାଙ୍କ ଭଳି ନିଜକୁ ସାବ୍ୟସ୍ତ କରିପାରିନାହାନ୍ତି।  ଏଣୁ ୨୦୧୨ରେ ସେ କ୍ରିକେଟରୁ ଅବସର ନେଇସାରିଛନ୍ତି।

{"id":411126,"width":576,"height":480,"sizeSlug":"large","linkDestination":"none"}

ରୋହନ ଜଣେ ସ୍ପିନର ସାଙ୍ଗକୁ ବାମହାତୀ ବ୍ୟାଟସ୍‌ମ୍ୟାନ୍। ସେ ରଞ୍ଜି ଟ୍ରଫିରେ ବେଙ୍ଗଲରୁ ପ୍ରତିନିଧିତ୍ୱ କରି ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଲଗାତାର ୨ ବର୍ଷ  ବେଙ୍ଗଲ ରଞ୍ଜି ଟିମ୍‌ର କ୍ୟାପ୍ଟେନ ବି ଥିଲେ।  ହେଲେ ତାଙ୍କଠାରୁ ଯେପରି ଆଶା କରାଯାଉଥିଲା ସେଭଳି ଫଳାଫଳ ମିଳି ନଥିଲା। ୨୦୦୩ ମସିହାରେ ରୋହନଙ୍କୁ ଟିମ୍‌ ଇଣ୍ଡିଆରେ ସାମିଲ କରାଯାଇଥିଲା। ଟିମ୍‌ ସହ ସେ ଅଷ୍ଟ୍ରେଲିଆ ଟୁର ବି କରିଥିଲେ।  ତେବେ ପରବର୍ତ୍ତି ପାକିସ୍ତାନ ଟୁର ବେଳକୁ ତାଙ୍କୁ ଟିମ୍‌ରେ ସାମିଲ କରାଯାଇ ନଥିଲା। ଫଳରେ ୨୦୦୪ ମସିହାରେ ତାଙ୍କର ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟରରେ ପୂର୍ଣ୍ଣଛେଦ ପଡିଥିଲା।

{"id":411127,"sizeSlug":"large","linkDestination":"none"}

୨୦୦୯ରେ ରୋହନ ଗାଭାଷ୍କର କୋଲକାତା ନାଇଟ୍‌ ରାଇଡରରେ ଖେଳିବାରେ ଲାଗିଥିଲେ। ହେଲେ କେବେ ଚର୍ଚ୍ଚାକୁ ଆସିପାରିନଥିଲେ। ଶେଷରେ ୨୦୧୨ରେ କ୍ରିକେଟରୁ ଅବସର ନେଇଯାଇଛନ୍ତି। କ୍ରିକେଟର ସରଳ ଫର୍ମାଟ ଆଇପିଏଲ ଏବେ ଭରପୁର ସୁଯୋଗ ସୃଷ୍ଟି କରିଛି। ଆଇପିଏଲରେ ସଫଳ ଖେଳାଳିଙ୍କୁ ଟିମ୍‌ ଇଣ୍ଡିଆରେ ମଧ୍ୟ ସୁଯୋଗ ମିଳୁଛି। ଏଥିରେ ଅର୍ଜୁନ ତେନ୍ଦୁଲକରଙ୍କ ଏଣ୍ଟ୍ରି ତାଙ୍କ ପିତାଙ୍କ ଫ୍ୟାନସଙ୍କୁ ବେଶ ଆଶାୟୀ କରିଛି। ତେବେ ଆଇପିଏଲର ଆଗାମୀ ଅଧିବେଶରେ ଅର୍ଜୁନଙ୍କ ଖେଳ ସେମାନଙ୍କ ଆଶା ପୂରଣ କରିପାରୁଛି କି ନା ତାହା ଏବେ ଦେଖିବା ବାକି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.