suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପ୍ରାଞ୍ଚାଇଜ ନାଁରେ ୨ କୋଟିରୁ ଅଧିକ ଟଙ୍କା ଠକେଇ, ବନ୍ଧା ହେଲା ଠକ ସଚ୍ଚିଦାନନ୍ଦ

16/09/2023 at 2:53 PM

Sachchidananda

ଭୁବନେଶ୍ୱର ୧୬।୦୯ : ଫ୍ରାଞ୍ଚାଇଜ୍‌ ଦେବାର ପ୍ରଲୋଭନ ଦେଖାଇ ୨ କୋଟିରୁ ଅଧିକ ଟଙ୍କା ଠକେଇ  କରିଥିବା ଜଣେ କୁଖ୍ୟାତ ଠକକୁ ଗିରଫ କରିଛି ସ୍ପେଶାଲ  କ୍ରାଇମ ୟୁନିଟ୍‌ ଥାନା । ଗିରଫ ଠକ ଜଣଙ୍କ ହେଲେ  ହାଫରକ ଟେକ୍ନୋଲାଜି ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ସଚ୍ଚିଦାନନ୍ଦ ଭୋଇ । ଘର ସମ୍ବଲପୁର ଜିଲ୍ଲା ଅଇଁଠାପାଲ୍ଳି  ସ୍ଥିତ କେନ୍ଦୁପାଲି ଅଞ୍ଚଳରେ ।

ଖବର ଅନୁଯାୟୀ, ୩୦ ଜଣଙ୍କ ଠାରୁ ସେ ଠକେଇ  କରିଥିବା ଜଣାପଡିଛି । ପୁଲିସ୍‌ ତା’ଠାରୁ ବହୁ କାଗଜପତ୍ର  ଓ ଏକ ଦାମୀ କାର୍‌ ଜବତ କରିଛି ।  ସଚ୍ଚିଦାନନ୍ଦଙ୍କ ଶିକ୍ଷାଗତ ଯୋଗ୍ୟତା ବି.ଟେକ  ସହ ଏମ୍‌ବିଏ । ସେ ୨୦୧୭ ମସିହାରେ ହାଫରକ  ଟେକ୍ନୋଲାଜି ପ୍ରାଇଭେଟ ଲିମିଟେଡ୍‌ ନାମରେ ସେ ଏକ  କମ୍ପାନୀ ଖୋଲିଥିଲେ । ଏସପ୍ଲାନେଡ୍‌ ମଲରେ ଏହାର ଏକ  ଅଫିସ ରହିଛି । ରେଜିଷ୍ଟ୍ରାର୍‌ ଅଫ କମ୍ପାନୀ (ଆରଓସି) ରେ  ପଞ୍ଜିକୃତ ବି ଅଛି । ପତ୍ନୀ ଅନୀତା ପୋଢୱାଲ ଉକ୍ତ ସଂସ୍ଥାରେ  ନିର୍ଦ୍ଦେଶକ ଅଛନ୍ତି । ଗୋ ଆଣ୍ଡ ଗୋ ସ୍ପିଡ ଅଧୀନରେ  ଉକ୍ତ କମ୍ପାନୀ କାର୍ଯ୍ୟ କରୁଥିଲା।

ବିଭିନ୍ନ କର୍ମଚାରୀ ଏବଂ  ବିସ୍ତୃତ ମାର୍କେଟିଂ ଅଭିଯାନ ମାଧ୍ୟମରେ ଲୋକଙ୍କୁ ବଡ  ବଡ଼ ହୋଟେଲକୁ ଡକାଇ ସମ୍ମିଳନୀ କରି ପ୍ରଲୋଭିତ  କରୁଥିଲେ । ଅଧିକ ବିଶ୍ୱାସଭାଜନ ହେବାକୁ ଏହା  ପ୍ରଧାନମନ୍ତ୍ରୀ ରୋଜଗାର ଯୋଜନା, ଷ୍ଟାର୍ଟଅପ ଓ ଷ୍ଟାଣ୍ଡ ଅପ  ଓଡ଼ିଶାର ପ୍ରମୁଖ କାର୍ଯ୍ୟକ୍ରମ ବୋଲି ଲୋକଙ୍କୁ କହିବା ସହ  ସୋସିଆଲ୍‌ ମିଡିଆରେ ବିଜ୍ଞାପନ ଦେଉଥିଲେ । ୧୦ ଲକ୍ଷ  ଟଙ୍କା ନିବେଶ କଲେ କୋଟିପତି ହୋଇଯିବ ବୋଲି ମଧ୍ୟ  ପ୍ରତିଶ୍ରୁତି ଦେଉଥିଲେ ।

ତା’ଛଡା ବିଭିନ୍ନ ଉପକରଣ ସହିତ  କଷ୍ଟମାଇଜ୍‌ ଯାନ କ୍ରୟ, ଏଣ୍ଡ-ଟୁ-ଏଣ୍ଡ ଅଟୋମୋବାଇଲ  ପାଇଁ ଉପଯୁକ୍ତ ସାରଞ୍ଜାମ, ମରାମତି ସେବା ପାଇଁ କମ୍ପାନୀ ପକ୍ଷରୁ ତିନୋଟି ମେକାନିକ୍ସ ସହିତ ଡ୍ରାଇଭର ଯୋଗାଇବା  ଏବଂ ଦଶଟି ମୋବାଇଲ ସେବା ୟୁନିଟର କାର୍ଯ୍ୟକୁ ସୁଗମ  କରିବାକୁ ମଧ୍ୟ ନିବେଶକଙ୍କୁ କହୁଥିଲେ । ଯେଉଁମାନେ  ଫ୍ରାଞ୍ଚାଇଜ ନେବେ ସେମାନେ ମାସିକ ୧.୩ ଲକ୍ଷ ଟଙ୍କା  ରୋଜଗାର କରିପାରିବେ ବୋଲି କହି ଲକ୍ଷ ଲକ୍ଷ ଟଙ୍କା  ଆଦାୟ କରିଥିଲେ ।

ସବୁଠାରୁ ବଡ଼ କଥା ହେଲା ଜିଲ୍ଲା  ଶିଳ୍ପ କେନ୍ଦ୍ର (ଡିଆଇସି) କୁ ଋଣ ଆବେଦନ କରିବାକୁ  ମଧ୍ୟ କହିଥିଲେ । କିଛି କ୍ଷେତ୍ରରେ ଅଭିଯୁକ୍ତ ଲୋକମାନଙ୍କୁ  ଦେଇଥିବା ପ୍ରତିଶ୍ରୁତି ପାଳନ କରିଥିଲେ । ହେଲେ ଅଧିକାଂଶ  କ୍ଷେତ୍ରରେ ଫେଲ୍‌ ମାରିଥିଲେ । ଏନେଇ ବିଭିନ୍ନ ବ୍ୟକ୍ତି ଓ  କମ୍ପାନୀଗୁଡିକ ତାଙ୍କ ନାଁରେ ଅଭିଯୋଗ କରିବା ପରେ  ପୁଲିସ୍‌ ତାଙ୍କୁ ଗିରଫ କରିଛି ।

   Related Posts