ସଚ୍ଚିନ ଜିତିଲେ Laureus Sporting Moment , ମେସି ଓ ହାମିଲଟନ୍‌ଙ୍କୁ Sports man of the Year

Published By : Prameya-News7 Bureau | February 18, 2020 IST

ବର୍ଲିନ ୧୮।୦୨: ବିଶ୍ୱର ପ୍ରସିଦ୍ଧ ଲରିୟସ ୱାର୍ଲ୍ଡ ସ୍ପୋର୍ଟସ ଆୱାର୍ଡ ଘୋଷଣା ହୋଇଛି । ଏଥିରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ମଧ୍ୟ ସାମିଲ କରାଯାଇଛି । ଏଫ୧ ରେସର ଲୁଇସ ହାମିଲଟନ ଏବଂ ଫୁଟବଲ ଖେଳାଳି ଲିୟୋନେଲ ମେସିଙ୍କୁ ଯୁଗ୍ମ ଭାବେ ଏଥର ୱାର୍ଲ୍ଡ ସ୍ପୋର୍ଟସମ୍ୟାନ ଅଫ ଦି ଇୟର ଘୋଷଣା କରାଯାଇଛି । ସଚିନ ତେନ୍ଦୁଲକରଙ୍କୁ ସ୍ପୋର୍ଟିଂଙ୍ଗ ମୁମେଣ୍ଟ ୨୦୦୦-୨୦୨୦ ଆୱାର୍ଡ ମିଳିଛି ।

{"id":225875,"width":574,"height":314,"sizeSlug":"large"}

ସେହିପରି ଭାରତର କ୍ରିକେଟ ଇତିହାସରେ ଏକ ଫଟୋ ସଦାସର୍ବଦା ସ୍ମରଣୀୟ ହୋଇ ରହିବ । ୨୦୧୧ ବିଶ୍ବକପରେ ଫାଇନାଲ ଅଧିନାୟକ ଧୋନିଙ୍କ ଛକା ପରେ ସାରା ଟିମ୍‌ ବିଜୟ ଉଲ୍ଲାସ ଆରମ୍ଭ କରିଦେଇଥିଲା । ଫାଇନାଲ ବିଜୟ ପରେ ଟିମ ଇଣ୍ଡିଆର ସଦସ୍ୟମାନେ ସଚିନ ତେନ୍ଦୁଲକରଙ୍କୁ କାନ୍ଧରେ ବୋହି ପଡିଆ ଚାରିପଟେ ବୁଲାଇଥିଲେ । କାନ୍ଧରେ ବୋହିବା ଫଟୋଟି ସେତେବେଳ ଖୁବ୍‌ ଭାଇରାଲ ହୋଇଥିଲା । ଏହି ଫଟୋକୁ ସ୍ପୋଟିଂଗ ମୁମେଣ୍ଟ ଭାବେ ଚୟନ କରାଯାଇଛି । 

{"id":225876,"sizeSlug":"large"}

ଆୱାର୍ଡ ଜିତିବା ପରେ ସଚିନଙ୍କୁ ଷ୍ଟେଜକୁ ଆମନ୍ତ୍ରଣ କରାଯାଇଥିଲା । ମାଷ୍ଟରବ୍ଲାଷ୍ଟରଙ୍କୁ ନିଜର ଖେଳ ଭାବନା ବିଷୟରେ ପଚରାଯାଇଥିଲା । ୧୯୮୩ ମସିହାରେ ଭାରତ ପ୍ରଥମ ବିଶ୍ବକପ ଜିତିଥିଲା। ସେତେବେଳେ ତାଙ୍କୁ ମାତ୍ର ୧୦ବର୍ଷ ହୋଇଥିଲା। ସେ ସେବଠାରୁ କ୍ରିକେଟ ଖେଳ ଆରମ୍ଭ କରିଛନ୍ତି ବୋଲି କହିଥିଲେ । ବିଶ୍ବକପ ବିଜୟର ଦିନ ତାଙ୍କ ଜୀବନର ସବୁଠାରୁ ଗୌରବମୟ ଦିନ ହୋଇ ରହିବ । ବିଶ୍ବକପ ବିଜୟ ପାଇଁ ମତେ ୨୨ବର୍ଷ ସମୟ ଲାଗିଯାଇଥିଲା । ଖେଳ ଅନେକଲୋକଙ୍କ ଜୀବନ ବଦଳାଇଦେଇଛି ବୋଲି କହିଥିଲେ ।  ଜୀବନରେ ଖେଳ ବହୁତ ପ୍ରଭାବଶାଳୀ ହୋଇଛି ।

wp:core-embed/twitter {"url":"https://twitter.com/ICC/status/1229556778834309121","type":"rich","providerNameSlug":"twitter","className":""}
https://twitter.com/ICC/status/1229556778834309121
/wp:core-embed/twitter

ସୂଚନାନୁସାରେ ଲିୟୋନାଲ ମେସି ଓ ହାମିଲଟମ ସମାନ ସଂଖ୍ୟାରେ ଭୋଟ ପାଇଥିଲେ । ବିଗତ ୨୦ ବର୍ଷ ହେଲା ଏହି ପୁରସ୍କାର ଦିଆଯାଉଛି । ତେବେ ପ୍ରଥମ ଥର ଏହି ପୁରସ୍କାର ଯୁଗ୍ମ ଭାବେ ଦିଆଯାଇଛି । ସମାରୋହରେ ମେସୀ ଅନୁପସ୍ଥିତ ରହିଥିବାରୁ ଏକ ଭିଡିଓ ଜରିଆରେ ନିଜର ବାର୍ତ୍ତା ଜାରି କରିଥିଲେ ।

wp:core-embed/twitter {"url":"https://twitter.com/LaureusSport/status/1229477025494249472","type":"rich","providerNameSlug":"twitter","className":""}
https://twitter.com/LaureusSport/status/1229477025494249472
/wp:core-embed/twitter

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.