WhatsApp Image 2023-12-03 at 20.27.35 (1)
WhatsApp Image 2023-12-03 at 20.27.35
WhatsApp Image 2023-12-03 at 20.27.36 (1)
WhatsApp Image 2023-12-03 at 20.27.36
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବିଶ୍ଵକପ୍ ୨୦୨୩ର ମାନ ବଢାଇବେ ସଚିନ, ଗ୍ଲୋବାଲ ଆମ୍ବାସଡର କଲା ଆଇସିସି

3/10/2023 at 11:26 PM

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ମହାନ ବ୍ୟାଟର ସଚିନ ତେନ୍ଦୁଲକରଙ୍କୁ ଦିନିକିଆ ବିଶ୍ଵକପ୍ ୨୦୨୩ ପାଇଁ ଗ୍ଲୋବାଲ ଆମ୍ବାସଡର ଭାବେ ନାମିତ କରିଛି। କ୍ରିକେଟ୍ ଇତିହାସରେ ସର୍ବାଧିକ ରନହାସଲକାରୀ ଖେଳାଳି ସଚିନ ଗୁରୁବାର ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହେବାକୁ ଥିବା ଉଦଘାଟନୀ ମ୍ୟାଚ୍‌ ପୂର୍ବରୁ ବିଶ୍ଵକପ୍ ଟ୍ରଫି ଧରି ପଡ଼ିଆକୁ ଆସିବେ ଏବଂ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାର ଆନୁଷ୍ଠନିକ ଘୋଷଣା କରିବେ।

ସଚିନ ତେନ୍ଦୁଲକର ଉଦଘାଟନ ମ୍ୟାଚ୍ ପୂର୍ବରୁ କହିଛନ୍ତି, ୨୦୧୧ ବିଶ୍ଵକପ୍ ଟ୍ରଫି ଜିତିବା ତାଙ୍କ ସ୍ଵପ୍ନ ସାକାର କରିଥିଲା। ୧୯୮୭ରୁ ୨୦୧୧ ବିଶ୍ଵକପ୍ ପର୍ଯ୍ୟନ୍ତ ମୋଟ୍ ୬ ଥର ଦେଶର ପ୍ରତିନିଧିତ୍ଵ କରିବା ମୋ  ହୃଦୟରେ ସର୍ବଦା ଏକ ସ୍ଵତନ୍ତ୍ର ସ୍ଥାନ ରଖିଥାଏ। ମୋର ପୂରା କ୍ରିକେଟ୍ କ୍ୟାରିୟରରେ ୨୦୧୧ର ବିଶ୍ଵକପ୍ ଫାଇନାଲ୍ ସବୁଠୁ ଗୌରବଶାଳୀ କ୍ଷଣ ଥିଲା ବୋଲି ସଚିନ କହିଛନ୍ତି।

Also read- World Cup 2023: ବର୍ଷାରେ ଧୋଇଗଲା ନେଦରଲ୍ୟାଣ୍ଡ୍ସ ବିପକ୍ଷ ମ୍ୟାଚ୍, ଏବେ ସିଧା ଚେନ୍ନାଇରେ ଅଷ୍ଟ୍ରେଲିଆକୁ ଭେଟିବ ଭାରତ

ଚଳିତ ବିଶ୍ଵକପ୍‌ରେ ପୂର୍ବତନ ଆଇସିସି ଗ୍ଲୋବାଲ ଆମ୍ବାସଡର ମଧ୍ୟ ସାମିଲ୍ ହେବେ। ଏଥିରେ ଓ୍ଵେଷ୍ଟଇଣ୍ଡିଜର ମହାନ କ୍ରିକେଟର ଭିଭିଆନ ରିଚାର୍ଡ୍ସ, ଦକ୍ଷିଣ ଆଫ୍ରିକାର ଏବି ଡିଭିଲିୟର୍ସ, ଇଂଲଣ୍ଡ ବିଶ୍ଵକପ୍ ବିଜେତା ଦଳର ଅଧିନାୟକ ଇଅନ ମୋର୍ଗାନ, ଅଷ୍ଟ୍ରେଲିଆର ଆରୋନ ଫିଞ୍ଚ୍, ଶ୍ରୀଲଙ୍କାର ମହାନ ସ୍ପିନର ମୁଥେୟା ମୁରଲୀଧରଣ, ନ୍ୟୁଜିଲାଣ୍ଡର ରସ୍ ଟେଲର, ଭାରତର ସୁରେଶ ରୈନା, ପୂର୍ବତନ ଅଧିନାୟକ ମିତାଲି ରାଜ ଓ ପାକିସ୍ତାନର ଅଲରାଉଣ୍ଡର ମହମ୍ମଦ ହଫିଜ ସାମିଲ୍।

   Related Posts