ନିଜ କ୍ୟାରିଅରର ପ୍ରଥମ କାର ପୁଣି ପାଇବାକୁ ଚାହୁଁଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର, ପ୍ରଶଂସକଙ୍କୁ ମାଗିଲେ ସାହାଯ୍ୟ

Published By : Prameya-News7 Bureau | August 20, 2020 IST

ମୁମ୍ବାଇ ୨୦/୦୮ : ଭାରତର ଲୋକପ୍ରିୟ କ୍ରିକେଟର ସଚିନ ତେନ୍ଦୁଲକର ନିଜ ଦକ୍ଷତା ବଳରେ କ୍ୟାରିଅରରେ ବଡ ସଫଳତା ହାସଲ କରିଛନ୍ତି | ସେ ଭାରତର ସବୁଠାରୁ ଧନୀ ଖେଳାଳିଙ୍କ ମଧ୍ୟରେ ସାମିଲ ଅଛନ୍ତି | ସଚିନଙ୍କ ପାଖରେ ଅନେକ ଲଜ୍ଜରି ଗାଡି ଅଛି | ସଚିନଙ୍କ ଫରାରି ବହୁତ ଦିନ ଯାଏଁ ଚର୍ଚ୍ଚାରେ ଥିଲା | କିନ୍ତୁ ସଚିନ ଏବେ ମଧ୍ୟ ନିଜର ପ୍ରଥମ ଗାଡିକୁ ନେଇ ଭାବପ୍ରବଣ |

{"id":317346,"sizeSlug":"large"}

ନିକଟରେ ଏକ ସାକ୍ଷାତକାରରେ ସଚିନ କହିଥିଲେ ଯେ ତାଙ୍କୁ ପିଲାଦିନୁ ଗାଡିର ବହୁତ ସଉକ ଥିଲା | ସେଥିପାଇଁ ସେ ଯେତେବେଳେ ନିଜର ପ୍ରଥମ ଗାଡି ମାରୁତି ୮୦୦ କିଣିଲେ ସେତେବେଳେ ସେ ଗାଡି ପ୍ରତି ତାଙ୍କର ବହୁତ ଦୁର୍ବଳତା ଥିଲା | ଏବେ କିନ୍ତୁ ସଚିନଙ୍କ ପାଖରେ ସେ ଗାଡି ଆଉ ନାହିଁ | ତାଙ୍କର ମାରୁତି ୮୦୦ କୁ ସେ ବହୁତ ମନେପକାଉଛନ୍ତି | ସେ ନିଜର ପ୍ରଥମ କାରକୁ ପୁଣି ପାଇବାକୁ ଚାହୁଁଛନ୍ତି ବୋଲି ସାକ୍ଷାତକାରରେ କହିଥିଲେ | ଏଥିପାଇଁ ସେ ନିଜ ପ୍ରଶଂସକଙ୍କ ସାହାଯ୍ୟ ମଧ୍ୟ ମାଗିଛନ୍ତି | ଗାଡି ସମ୍ପର୍କରେ କିଛି ସୂଚନା ମିଳିଲେ ତାଙ୍କୁ ସୂଚାଇ ଦିଅନ୍ତୁ ବୋଲି ସେ କହିଛନ୍ତି ଯେପରିକି ସେ ନିଜ ପ୍ରଥମ ଗାଡି ପୁଣି ଫେରିପାଇବେ |

{"id":317347,"sizeSlug":"large"}

ଡନ୍ ବ୍ରାଡମ୍ୟାନ୍ ଙ୍କ ୨୯ ଟେଷ୍ଟ ଶତକ ରେକର୍ଡ ସହ ବରାବରୀ କରିବ ପରେ ସଚିନଙ୍କୁ ଅଟୋମୋବାଇଲ କମ୍ପାନୀ ସିଏଟ ଫରାରି ଉପହାର ଦେଇଥିଲା | ସିଏଟ ଉପହାର ଦେଇଥିବା ଏହି ଗାଡିର ଆମଦାନୀ ଟ୍ୟାକ୍ସ ଦେବାକୁ ମନା କରିଦେଇଥିଲେ | ୮.୩୦ କୋଟି ଟଙ୍କାର କାର ପାଇଁ ସଚିନଙ୍କୁ ୨ କୋଟି ଟଙ୍କା ଆମଦାନୀ ଟ୍ୟାକ୍ସ ଦେବାକୁ ପଡିଥିଲା | ୨୦୧୧ ମସିହାରେ ୮ ହଜାର କିମି ଚଲାଇବା ପରେ ସଚିନ ଏହି କାରକୁ ସୁରଟର ଜଣେ ବ୍ୟବସାୟୀ ତଥା ରାଜହଂସ ଗ୍ରୁପର ମାଲିକ ଜୟେଶ ଦେଶାଇଙ୍କୁ ୧.୨ କୋଟି ଟଙ୍କାରେ ବିକି ଦେଇଥିଲେ |   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.