ଦିବ୍ୟାଙ୍ଗ କ୍ରିକେଟର : କାହିଁକି ତରଳିଗଲା ମାଷ୍ଟର ବ୍ଲାଷ୍ଟର ସଚ୍ଚିନଙ୍କ ହୃଦୟ, କହିଲେ ଏହି ପ୍ରେରଣାରୁ ନୂଆବର୍ଷ ଆରମ୍ଭ….

Published By : Prameya-News7 Bureau | January 03, 2020 IST

ଦାନ୍ତେୱାଡା ୦୩।୦୧: ମାଷ୍ଟର ବ୍ଲାଷ୍ଟର ସଚ୍ଚିନ ତେନ୍ଦୁଲକରଙ୍କ ଟ୍ୱିଟର ପେଜ୍‌ରେ କିଏ ସେହି ଦିବ୍ୟାଙ୍ଗ ବାଳକ ?  ତାଙ୍କୁ କାହିଁକି ପ୍ରେରଣାର ଉତ୍ସ ବୋଲି ଲେଖିଛନ୍ତି ସଚ୍ଚିନ ? ଏବେ ସୋସିଆଲ ମିଡିଆରେ ସଚ୍ଚିନଙ୍କ ପୋଷ୍ଟ ଭାଇରାଲ । ସେଥିରେ ଥିବା ଦିବ୍ୟାଙ୍ଗ ବାଳକ ଟି ତାଙ୍କ ହୃଦୟ ଛୁଇଁଥିବା ଲେଖିଛନ୍ତି ସଚ୍ଚିନ  । ଟ୍ୱିଟର ପେଜ୍‌ରେ  ଦିବ୍ୟାଙ୍ଗ ଛାତ୍ରଟିର ଭିଡିଓ ପୋଷ୍ଟ କରି ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ବିଶ୍ୱର ପ୍ରସିଦ୍ଦ କ୍ରିକେଟର ଲେଖିଛନ୍ତି,  ଏହି ପ୍ରେରଣାଦାୟକ ଭିଡିଓ ରୁ ଆରମ୍ଭ କରନ୍ତୁ ଆପଣଙ୍କ ନୂଆବର୍ଷ  ।

{"id":206211,"sizeSlug":"large"}

   ସଚ୍ଚିନଙ୍କ ଲାଗି ସେହି ପ୍ରେରଣାଦାୟକ  କୁନି ଦିବ୍ୟାଙ୍ଗ ଜଣକ ହେଲେ ମାଦା ରାମ୍ କାୱାସି । ସପ୍ତମ ଶ୍ରେଣୀର ଛାତ୍ର ସେ । ତାଙ୍କ ଘର ନକ୍ସଲ ପ୍ରଭାବିତ ଦନ୍ତେୱାଡାରେ । ଜନ୍ମରୁ ଦିବ୍ୟାଙ୍ଗ ମାଦା ରାମ୍ ,  ସ୍ୱାଭାବିକ ଭାବେ ଚାଲି ବୁଲି ପାରନ୍ତିନି । ତିନି ଚକିଆ ହସ୍ତ ଚାଳିତ ସାଇକେଲ ତାଙ୍କର ଆଶାବାଡି ସଦୃଶ । ସେ ଏଥିରେ ଯିବା ଆସିବା କରନ୍ତି । କିନ୍ତୁ ଶାରିରୀକ ସମସ୍ୟା ତାଙ୍କ ଇଚ୍ଛାଶକ୍ତିରେ ପ୍ରତିବନ୍ଧକ ହୋଇପାରିନି । କ୍ରିକେଟ ପ୍ରିୟ ସେ । ଆଉ କ୍ରିକେଟ ଖେଳ  ପ୍ରତି ତାଙ୍କର  ନିଷ୍ଠା ଯେତିକି , ନିଶା ବି ସେତିକି । ପୁରା  ଉତ୍ସର୍ଗୀକୃତ ମନେଭାବ । ଏହା ହିଁ ପ୍ରଭାବିତ କରିଛି କ୍ରିକେଟରେ ଅନେକ ରେକର୍ଡର ଅଧିକାରୀ  ଭାରତ ରତ୍ନ ସଚ୍ଚିନ ତେନ୍ଦୁଲକରଙ୍କୁ ।ଟ୍ୱିଟର ପେଜ୍ରେ ସେ ମାଦା ରାମ୍‌ଙ୍କ କ୍ରିକେଟ ଖେଳର ଭିଡିଓ ପୋଷ୍ଟ କରିଛନ୍ତି ।

wp:html https://www.facebook.com/SachinTendulkar/videos/1063104457357474/ /wp:html

 ଭିଡିଓଟି ଦେଖିଲେ ହିଁ , ମାଦା ରାମ୍‌ଙ୍କ କ୍ରିକେଟ ପ୍ରତି ଭଲପାଇବା ସ୍ପଷ୍ଟ ବୁଝାପଡେ ।ଏକ  ହାତ ଚାଳିତ ତିନି ଚକିଆ ସାଇକେଲ୍‌ରେ ସ୍କୁଲ ପାଖ ପଡିଆକୁ ଆସୁଛନ୍ତି ମାଦାରାମ୍ । ହାତରେ ଏକ ହାତ ତିଆରି କାଠ ପଟ୍ଟାର ବ୍ୟାଟ୍ ଆଉ ଟେନିସ ବଲ୍  । ପଡିଆରେ ବି ହାତ ତିଆରି ଷ୍ଟମ୍ପ । ସାଙ୍ଗ ମାନଙ୍କ ସହ ସେ ବି  ସମାନ, ପୁରା ସମର୍ଥ ଖେଳାଳି ଭଳି ଖେଳୁଛନ୍ତି କ୍ରିକେଟ । ବୋଲିଂର ସାମ୍ନା କରୁଛନ୍ତି , ଆଉ ବେଶ୍ ବେଗରେ ଘୁଷୁରି ଘୁଷୁରି ନେଉଛନ୍ତି ରନ୍ । କ୍ରିକେଟ ପ୍ରତି ଅସମ୍ଭବ ନିଷ୍ଠା । ନହେଲେ ଏମିତି କେହି ଏପରି କଷ୍ଟ କରି ଖେଳିବେନି । ଶରୀରରେ ଆଘାତ, କିମ୍ବା ସମସ୍ୟା ମାଦାରାମ୍‌ଙ୍କୁ କ୍ରିକେଟରୁ ଦୂରେଇ ପାରୁନି ।

{"id":206213,"sizeSlug":"large"}

 ଏ ଦୃଶ୍ୟ ସଚ୍ଚିନ ତେନ୍ଦୁଲକରଙ୍କଉ କେବଳ ବିସ୍ମିତ କରିନି, ତାଙ୍କ ହୃଦୟକୁ ଗଭୀର ଭାବେ ଛୁଇଁଛି । ପିଲା ଦିନରୁ ସେ ବି ଥିଲେ କ୍ରିକେଟ ପାଗଳ , କିନ୍ତୁ ମାଦାରାମ୍ ଙ୍କ ନିଷ୍ଠା ତାଙ୍କୁ ହତବାକ୍ କରିଛି . ଏହାଠୁ ଆୁ କ’ଣ ପ୍ରେରଣାଦାୟୀ ହୋଇପାରେ ?  ସେଥିଲାଗି ଟ୍ୱିଟର ପେଜ୍‌ରେ ପ୍ରଶଂସକଙ୍କୁ ନ୍ୟୁୟିୟର ମେସେଜ୍ ମାଦାରାମ୍‌ଙ୍କ ଭିଡିଓ ପୋଷ୍ଟ କରିଛନ୍ତି ସଚ୍ଚିନ୍ । ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି, ଏହି ପ୍ରେରଣାଦାୟୀ ଭିଡିଓ ଦେଖନ୍ତୁ, ଏହିଥିରୁ ହିଁ ଆପଣଙ୍କ ନୂଆ ବର୍ଷର ଆରମ୍ଭ କରନ୍ତୁ । ସାବାସ୍ ମାଦାରାମ୍ କାୱାସି । ସେ ଏବେ ଅନ୍ୟଙ୍କ ଲାଗି ପ୍ରେରଣା, ଉଦାହରଣ । ଶାରିରୀକ ଅକ୍ଷମତା ଇଚ୍ଛାଶକ୍ତି , ନିଷ୍ଠା ଏବଂ କିଛି ହାସିଲରେ ପ୍ରତିବନ୍ଧକ ନୁହେଁ । ଏହାର ଏକ ଉଦାହରଣ ମାଦାରାମ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.