ଭାରତର ଭୂସ୍ୱର୍ଗରେ କ୍ରିକେଟ ଖେଳିଲେ ମାଷ୍ଟର ବ୍ଲାଷ୍ଟର, କହିଲେ 'କିଏ ତୁମ ବୋଲର'

Published By : Prameya-News7 Bureau | February 22, 2024 IST

ଜାମ୍ମୁ ୨୨/୦୨: ସଚିନ ତେନ୍ଦୁଲକର, ଗଡ୍ ଅଫ୍ କ୍ରିକେଟ୍ । କ୍ରିକେଟରେ ତାଙ୍କ ଫ୍ୟାନ୍, ଫଲୋଅର୍ସ ଅଧିକ । ତାଙ୍କର ଖେଳର ଦିଓ୍ୱାନା ସବୁଠି । ତେବେ କିଛି କିଛି ଦିନ ପରେ ପୁଣି ଦେଖିବାକୁ ମିଳିଛି ମାଷ୍ଟର ବ୍ଲାଷ୍ଟରଙ୍କ ଯାଦୁ । ଏଥର କିନ୍ତୁ କ୍ରିକେଟ ମୈଦାନ ନୁହେଁ ବରଂ ରାସ୍ତା ଉପରେ କ୍ରିକେଟ ଖେଳିଛନ୍ତି ସଚିନ ତେନ୍ଦୁଲକର । ଆଉ ଏହି କ୍ରିକେଟ କାଶ୍ମୀର ଗୁଲମାର୍ଗରେ ସ୍ଥାନୀୟ ଲୋକଙ୍କ ସହ ଖେଳିଛନ୍ତି ।

ଖାଲି ଖେଳିନାହାଁନ୍ତି ବ୍ୟାଟରୁ ଛକା, ଚୌକା ବି ହୋଇଛି । ତେବେ ଆୁହୁରି ଗୋଟିଏ ଆଶ୍ଚର୍ଯ୍ୟର କଥା ହେଉଛି ବୋଲରଙ୍କୁ ଚ୍ୟାଲେଞ୍ଜ ଦେଇ କହିଥିଲେ କୌନ ହେ ତୁମହାରା ବୋଲର । ତେବେ ଏହି ସମୟରେ ସେ ଓଲଟା ବ୍ୟାଟ୍ ଧରି ବ୍ୟାଟିଂ କରୁଥିବାର ନଜର ଆସିଛନ୍ତି । ଏହି ଭିଡିଓକୁ ନିଜେ ସଚିନ୍ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ।

wp:html /wp:html

ଯାହା ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେଉଛି । ଏମିତିକି ନିଜେ ସଚିନ ବି ତାକୁ ତାଙ୍କ X ଆକାଉଣ୍ଟରେ ସେୟାର କରିଛନ୍ତି । ଭିଡିଓରେ ଦେଖିବାକୁ ମିଳୁଛି, କିଛି ଲୋକ ରାସ୍ତାରେ କ୍ରିକେଟ ଖେଳୁଥିବା ବେଳେ ସଚିନ୍ ତାଙ୍କ ପରିବାର ସହ ସେଠାରେ ପହଞ୍ଚିଥିଲେ । ଆଉ କାରରୁ ଓହ୍ଲାଇ ସେମାନଙ୍କ କ୍ରିକେଟ ଖେଳିଥିଲେ । ସଚିନ ଭିିଡିଓ ପୋଷ୍ଟ କରି ଲେଖିଛନ୍ତି, କ୍ରିକେଟ ଏବଂ କାଶ୍ମୀର: ସ୍ୱର୍ଗରେ ମ୍ୟାଚ ।

ଭିଡିଓରେ ୫୫ ହଜାରରୁ ଅଧିକ ଲାଇକ୍ ମିଳିସାରିଲାଣି । କିଛି ଲୋକେ ବହୁତ କମେଣ୍ଟ ବି ଦେଲେଣି । ଜଣେ ଉପଭୋକ୍ତା ଲେଖିଛନ୍ତି, 'ସ୍ୱର୍ଗରେ କ୍ରିକେଟ୍ ଭଗବାନ । କାଶ୍ମୀରକୁ ଓ୍ୱେଲକମ୍ । ଅନ୍ୟ ଦେଶମାନଙ୍କ ପରି ଆମେ କ୍ରିକେଟ୍ ପ୍ରତି ଆଗ୍ରହୀ । ଅନ୍ୟ ଜଣେ ଲେଖିଛନ୍ତି, 'ସେଥିପାଇଁ ଆପଣ ତ ମାଷ୍ଟର ବ୍ଲାଷ୍ଟର । ତୃତୀୟ ଉପଭୋକ୍ତା ଲେଖିଛନ୍ତି, 'ଏହା ଆପଣଙ୍କ ଦେଶ ସାର୍ । ଆପଣ ଯେଉଁଠି ଚାହିଁବେ ଖେଳିପାରିବେ । ଆପଣ ତ ଲେଜେଣ୍ଡାରୀ ।

you can also read...

wp:embed {"url":"https://www.prameyanews7.com/famous-model-tania-singh-committed-suicide/","type":"wp-embed","providerNameSlug":"prameya-news-7"}
https://www.prameyanews7.com/famous-model-tania-singh-committed-suicide/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.