oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଶାଶୂ ଘର ଛାଡିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ୩୦ ସୁଦ୍ଧା ଘର ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୩୧ କୋଭିଡ୍ ପଜିଟିଭ୍
  • ||
  • ମୁମ୍ଵାଇ : ଠକେଇର ଶିକାର ହେଲେ ଅନ୍ନୁ କପୁର, KYC ଅପଡେଟ୍ ବାହାନାରେ ଲୁଟି ନେଲେ ୪.୩୬ ଲକ୍ଷ ଟଙ୍କା
  • ||
  • ଲମତାପୁଟ : ରାଜ୍ୟ ବାହାରକୁ ହେଉଥିଲା ଚାଲାଣ, ଚେକିଂ ବେଳେ କାର୍‌ରୁ ବାହାରିଲା ୧୦ଲକ୍ଷ ଟଙ୍କାର ଗଞ୍ଜେଇ
  • ||
  • ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ବାର୍‌ରେ ରେଡ୍‌, କଟକଣା ପରେ ବି ମାନୁନଥିଲେ ମାଲିକ
  • ||
  • ଇଣ୍ଡୋନେସିଆ : ରକ୍ତ ରଞ୍ଜିତ ହେଲା ଖେଳ ପଡ଼ିଆ; ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ଦଙ୍ଗା, ୧୨୭ ମୃତ, ଏକାଧିକ ଆହତ
  • ||

‘ଟି୨୦ ଫର୍ମାଟ ନିର୍ଦ୍ଦୟ, ଛୋଟ ଭୁଲ ମହଙ୍ଗା ପଡିଥାଏ’- ସଚିନ

23/04/2022 at 12:17 PM

ନୂଆଦିଲ୍ଲୀ, ୨୩।୦୪ :    ଆଇପିଏଲରେ ୫ ଥର ଚାମ୍ପିଅନ ହୋଇଥିବା ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ବର୍ଷ ଲଜ୍ଜାଜନକ ପ୍ରଦର୍ଶନ କରିଛି । ଦଳ ଗୋଟିଏ ହେଲେ ମ୍ୟାଚ୍ ଜିତି ନାହିଁ । କ୍ରମାଗତ ୭ଟି ମ୍ୟାଚ୍ ହାରିଲାଣି ଟିମ୍ । ଏହାମଧ୍ୟରେ ମୁମ୍ବାଇର ମେଣ୍ଟର୍ ସଚିନ ତେନ୍ଦୁଲକର ଟି୨୦ ଫର୍ମାଟକୁ କ୍ରୁର ବା ନିର୍ଦ୍ଦୟ ବୋଲି କହିଛନ୍ତି । ଏଥିରେ ଛୋଟଛୋଟ ଭୁଲ ପରିଣାମ ବଦଳାଇଦିଏ ବୋଲି ସେ କହିଛନ୍ତି । ଆହୁରି ମଧ୍ୟ ଦଳକୁ ନିର୍ଣ୍ଣାୟକ ସମୟରେ ଭଲ ପ୍ରଦର୍ଶନ କରିବାକୁ ପରାମର୍ଶ ଦେଇଛନ୍ତି ।

ରୋହିତ ଶର୍ମାଙ୍କ ନେତୃତ୍ୱରେ ମୁମ୍ବାଇ ଚଳିତ ବର୍ଷ ଏବେସୁଦ୍ଧା ଖେଳିଥିବା ସମସ୍ତ ୭ଟି ମ୍ୟାଚ୍ ହାରିଛି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସଚିନ । ସେ କହିଛନ୍ତି ଯେ, ମୁମ୍ବାଇ ଯେପରି ଅନୁଭଭ କରୁଛି ଆଗରୁ ସବୁ ଦଳ ଏପରି ସମୟ ଦେଇ ଗତି କରିଛନ୍ତି । ଏହି ଟୁର୍ଣ୍ଣାମେଣ୍ଟ ନିର୍ଦ୍ଦୟ ହୋଇପାରେ । ମ୍ୟାଚର ଗୁରୁତ୍ୱପୂର୍ଣ୍ଣ ସମୟ ଅନେକ ମହତ ରଖେ । ଗୋଟିଏ ଭୁଲ ମ୍ୟାଚର ଫଳାଫଳ ବଦଳାଇଦିଏ । ଅନେକ ଥର ଟିମ୍ ୨ରୁ ୩ ରନରେ ପରାସ୍ତ ହୁଏ । ଖେଳ ଶେଷ ବଲ ଯାଏଁ ଯାଇଥାଏ ।

ସେ ଆହୁରି କହିଛନ୍ତି ଯେ, ଛୋଟଛୋଟ କଥା ଉପରେ ଧ୍ୟାନ ଦେବା ଜରୁରୀ । ଛୋଟ ଭୁଲ ସୁଧାରିଲେ ନିର୍ଣ୍ଣାୟକ ସମୟରେ ମ୍ୟାଚ୍ ଜିତି ହେବ । ଯୁବ ଖେଳାଳିଙ୍କୁ ଅଳ୍ପ ସମୟ ଲାଗିବ । ତେବେ ମୁମ୍ବାଇ ଖେଳାଳି ଖୁବ୍ ପରିଶ୍ରମ କରୁଥିବା ସେ କହିଛନ୍ତି ।  

   Related Posts