ନୂଆଦିଲ୍ଲୀ: ଭାରତ ମହାନ କ୍ରିକେଟର ସଚିନ ତେନ୍ଦୁଲକର ନିଜ ପରିବାର ସହ କାଶ୍ମୀରରେ ଅଛନ୍ତି । ସଚିନ ସୋସିଆଲ୍ ମିଡିଆରେ ନିଜ ଟ୍ରିପ୍ ସମୟର ଅନେକ ଫଟୋ ସେୟାର କରିଛନ୍ତି । ନିକଟରେ ସେ ଏକ ବ୍ୟାଟ୍ ନିର୍ମାଣ କରୁଥିବା ଫ୍ୟାକ୍ଟ୍ରି ଗସ୍ତ କରିଥିଲେ ଏବଂ ରାସ୍ତାରେ ଗଲି କ୍ରିକେଟ୍ ଖେଳୁଥିବା ନଜର ଆସିଥିଲେ । ଶନିବାର ସଚିନ ତେନ୍ଦୁଲକର ଜାମ୍ମୁ କାଶ୍ମୀରର ପାରା କ୍ରିକେଟ୍ ଟିମର ଅଧିନାୟକ ଆମିର ହୁସେନ ଲୋନଙ୍କୁ ଭେଟି ତାଙ୍କୁ ନିଜ ହସ୍ତାକ୍ଷରର ଏକ ବ୍ୟାଟ୍ ଗିଫ୍ଟ ଦେଇଛନ୍ତି ।
ସଚିନ ତେନ୍ଦୁଲକର ଏକ୍ସରେ ଏହାର ଗୋଟିଏ ଭିଡିଓ ମଧ୍ୟ ସେୟାର କରିଛନ୍ତି । ଏହି ଭିଡିଓରେ ସେ ଆମିରଙ୍କ ଆଲୋଚନା କରୁଥିବା ନିଜର ଆସୁଛନ୍ତି । ଏଥିରେ ଆମିରଙ୍କୁ କଣ କରୁଛନ୍ତି ବୋଲି ସଚିନ ପ୍ରଶ୍ନ କରୁଛନ୍ତି, ଯାହାର ଜବାବରେ ଆମିର କହିଛନ୍ତି, 'କ୍ରିକେଟ ଖେଳୁଛି ସାର୍ । ଆଜି ମୁଁ ବହୁତ ଖୁସି । ଜୀବନରେ କେବେ ଆଶା ହରାଇ ନାହିଁ, ଏହା ବିଚାରରେ ଆଗକୁ ବଢିଛି'।
ସଚିନଙ୍କୁ ଆମିର ନିଜ ଯାତ୍ରା ବିଷୟରେ ମଧ୍ୟ କହିଛନ୍ତି । ୮ ବର୍ଷ ବୟସରେ ଆମିରଙ୍କ ଦୁର୍ଘଟଣା ହୋଇଥିଲା, ଏଥିରେ ସେ ନିଜର ଦୁଇଟି ହତାକୁ ହରାଇଥିଲେ । ଆମିର ୨୦୧୩ରୁ ପେଶାଦାର କ୍ରିକେଟ୍ ଖେଳୁଛନ୍ତି । ଆମିର କହିଛନ୍ତି, 'ଦୁର୍ଘଟଣା ପରେ ମୁଁ ଆଶା ଛାଡ଼ି ନଥିଲି ଏବଂ କଠୋର ପରିଶ୍ରମ କରିଥିଲି । ମୁଁ ସବୁକିଛି ନିଜେ କରିପାରୁଛି ଏବଂ ଅନ୍ୟଙ୍କ ଉପରେ ନିର୍ଭର କରେ ନାହିଁ । ୨୦୧୩ରେ ଜାମ୍ମୁ କାଶ୍ମୀର ପାରା କ୍ରିକେଟ୍ ପାଇଁ ଚୟନ କରାଯାଇଥିଲା । ଆପଣ ସବୁବେଳେ ମୋର ପ୍ରେରଣା ହୋଇ ରହିଛନ୍ତି'।
wp:html/wp:htmlTo Amir, the real hero. Keep inspiring!
— Sachin Tendulkar (@sachin_rt) February 24, 2024
It was a pleasure meeting you. pic.twitter.com/oouk55lDkw
ଆମିର ଆହୁରି କହିଛନ୍ତି, 'ମୁଁ ୨୦୧୩ ଏବଂ ୨୦୧୮ରେ ଦିଲ୍ଲୀରେ ନ୍ୟାସନାଲ ଖେଳିଥିଲେ । ମୁଁ ବାଂଲାଦେଶ ବିପକ୍ଷରେ ଇଣ୍ଟରନ୍ୟାସନାଲ୍ ମ୍ୟାଚ୍ ଖେଳିଛି । ଏହାପରେ ନେପାଳ, ଶାରଜାହ ଏବଂ ଦୁବାଇରେ କ୍ରିକେଟ୍ ଖେଳିଛି । ପାଦରେ ବୋଲିଂ ଏବଂ କାନ୍ଧ ଏବଂ ବେକ ସାହାଯ୍ୟରେ ବ୍ୟାଟିଂ କରିବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ । ମୁଁ ଭଗବାନଙ୍କୁ ଧନ୍ୟବାଦ ଦେଉଛି ଯେ ସେ ମୋତେ କ୍ରିକେଟ୍ ଖେଳିବାର ଶକ୍ତି ଦେଇଛନ୍ତି ।' ସଚିନ ଗତ ମାସରେ ଆମିରଙ୍କୁ ଭେଟିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ଏବଂ ସେ ଆମିରଙ୍କୁ ଭେଟି ପ୍ରତିଶ୍ରୁତି ପୂରଣ କରିଛନ୍ତି ।