scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଭାରତ-ଅଷ୍ଟ୍ରେଲିଆ CWC ’23 ଫାଇନାଲ ପୂର୍ବରୁ  ବିରାଟଙ୍କୁ ସଚିନ୍ ତେନ୍ଦୁଲକରଙ୍କ ଉପହାର,  ଦସ୍ତଖତ କରି ଦେଲେ ୱାର୍ଲ୍ଡକପରେ ପିନ୍ଧିଥିବା ଜର୍ସି

19/11/2023 at 5:30 PM

ନୂଆଦିଲ୍ଲୀ 19/11: ଅହମ୍ମଦାବାଦର ନରେନ୍ଦ୍ର ମୋଦୀ କ୍ରିକେଟ୍ ଷ୍ଟାଡିୟମରେ ଚାଲିଛି  ଆଇସିସି ୱାନଡେ ୱାର୍ଲ୍ଡକପ୍ ଫାଇନାଲ୍ ମ୍ୟାଚ୍। ପରସ୍ପରକୁ ଟକ୍କର ଦେଉଛନ୍ତି ଇଣ୍ଡିଆ- ଅଷ୍ଟ୍ରେଲିଆ। ତେବେ ଫାଇନାଲ  ମ୍ୟାଚ୍ ଆରମ୍ଭ ପୂର୍ବରୁ ବିରାଟ କୋହଲି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଦେଇଛନ୍ତି ଉପହାର। ସେ ଆଶୀର୍ବାଦ ସ୍ୱରୂପ ବିରାଟଙ୍କୁ ଦେଇଛନ୍ତି ନିଜର ଦସ୍ତଖତ ଜର୍ସି।  

ବିସିସିଆଇ ନିଜର ଅଫିସିଆଲ୍ ଆକାଉଣ୍ଟରୁ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏହି ପୋଷ୍ଟ ସେୟାର କରିଛନ୍ତି। ତେନ୍ଦୁଲକର ମଧ୍ୟ କୋହଲିଙ୍କୁ କିଛି ପ୍ରଶଂସା ଶବ୍ଦ ସହିତ ଉତ୍ସାହିତ କରି ଜର୍ସିରେ ଲେଖିଥିଲେ, ‘ବିରାଟ, ତୁମେ ଆମକୁ ଗର୍ବିତ କର’।

Also Read- ବିଶ୍ୱକପ୍‌ ମ୍ୟାଚ୍‌କୁ ନେଇ ଅଭିଷେକ ବଚ୍ଚନଙ୍କୁ କଟାକ୍ଷ କଲେ ପୂର୍ବତନ କ୍ରିକେଟର ୱାସିମ ଜାଫର, କହିଲେ- ତୁମ ପାଇଁ ଏହି ଗୋଟିଏ କାମ ଅଛି

ଆଇସିସି ବିଶ୍ୱକପ 2023 ର ଫାଇନାଲ୍ ମ୍ୟାଚ୍ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଅହମ୍ମଦାବାଦରେ ଖେଳାଯାଉଛି। ଆଜିର ମ୍ୟାଚ୍‌ରେ ଯଦିଓ ଭାରତର ବ୍ୟାଟିଂ ସେତେଟା ଭଲ ହୋଇ ନାହିଁ ତେବେ ଏପର୍ଯ୍ୟନ୍ତ ଏକାଧିକ ରେକର୍ଡ ତିଆରି ହୋଇ ସାରିଲାଣି। ଆଜିର ମ୍ୟାଚ୍‌ରେ ଟିମ୍ ଇଣ୍ଡିଆର ବ୍ୟାଟର ବିରାଟ କୋହଲିଙ୍କ ନାଁରେ ଆଉ ଏକ ରେକର୍ଡ ଯୋଡି ହୋଇ ଯାଇଛି।

ବିଶ୍ୱକପ ମୁକାବିଲାରେ ସେମିଫାଇନାଲ୍ ଓ ଫାଇନାଲ୍‌ ମ୍ୟାଚ୍‌ରେ ଲଗାତର ଦୁଇଥର ୫୦ରୁ ଅଧିକ ରନ୍ କରିଥିବା ବ୍ୟାଟରଙ୍କ ତାଲିକାରେ ସାମିଲ୍ ହୋଇଛନ୍ତି। ଏଥିସହିତ ବିଶ୍ୱକପ୍‌ର ଗୋଟିଏ ସଂସ୍କରଣରେ ସର୍ବାଧିକ ରନ୍ କରିବାରେ ମଧ୍ୟ ବିରାଟ ସଚିନଙ୍କ ରେକର୍ଡ ଭାଙ୍ଗି ଏକ ନମ୍ବରରେ ଥିବା ବେଳେ ରୋହିତ ଶର୍ମା ଦଶମ ସ୍ଥାନରେ ରହିଛନ୍ତି।

   Related Posts