୧୭ ବର୍ଷ ବୟସରେ ଆଜିର ଦିନରେ ସଚିନ ହାସଲ କରିଥିଲେ କ୍ୟାରିୟରର ପ୍ରଥମ ଶତକ, ଅନେକ କାରଣରୁ ଖାସ୍ ରହିଛି ଏହି ଇନିଂସ

Published By : Prameya-News7 Bureau | August 14, 2020 IST

ନୂଆଦିଲ୍ଲୀ ୧୪।୦୮: ଭାରତରେ କ୍ରିକେଟ୍‌ର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ପାଇଁ ଆଜିର ଦିନଟି ଅର୍ଥାତ ଅଗଷ୍ଟ ୧୪ ତାରିଖ ବହୁତ ଖାସ୍ ରହିଛି। ଆଜି ହେଉଛି ସେହି ଦିନ ଯେବେ ସଚିନ ନିଜ ଜୀବନର ପ୍ରଥମ ଅନ୍ତଜାର୍ତୀୟ ଶତକ ହାସଲ କରିଥିଲେ। ଇଂଲଣ୍ଡରେ ଦେଶ ସ୍ଵାଧୀନତାର ଗୋଟିଏ ଦିନ ପୂର୍ବରୁ ସେ ନିଜର ଐତିହାସିକ ଇନିଂସ ବଳରେ ଟିମ୍‌କୁ ମୁସ୍କିଲ ସ୍ଥିତିରୁ ବାହାର କରିଥିଲେ।

{"id":314619,"sizeSlug":"large"}

୧୯୯୦ ଅଗଷ୍ଟ ୧୪ରେ ସଚିନ ତେନ୍ଦୁଲକର ୧୭ ବର୍ଷ ୧୧୨ ଦିନ ବୟସରେ ନିଜର ପ୍ରଥମ ଟେଷ୍ଟ ଶତକ ଅର୍ଜନ କରିଥିଲେ। ସେ ମାଞ୍ଚେଷ୍ଟରରେ ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ୧୮୯ ବଲରୁ ୧୧୯ ରନର ଦମଦାର ଇନିଂସ ଖେଳିଥିଲେ। ନିଜର ଏହି ପାଳିରେ ସେ ୧୭ ଚୌକା ମାରିଥିଲେ।

ଏହି ଶତକରୁ ସଚିନ ନିଜର ଶତକୀୟ ଯାତ୍ରା ଆରମ୍ଭ କରିଥିଲେ। ଟେଷ୍ଟ କ୍ରିକେଟ୍‌ରେ ସଚିନ ୫୧ ଓ ଦିନିକିଆ ଅନ୍ତରାଷ୍ଟ୍ରୀୟରେ ୪୯ ଶତକ ହାସଲ କରିଥିଲେ। ଟେଷ୍ଟରେ ସଚିନଙ୍କ ସର୍ବୋଚ୍ଚ ସ୍କୋର ଅପରାଜିତ ୨୪୮। ସେ ଏହି ପାଳି ୨୦୦୪ରେ ବାଂଲାଦେଶ ବିପକ୍ଷ ଢାକା ଟେଷ୍ଟରେ ଖେଳିଥିଲେ।

{"id":314620,"width":570,"height":380,"sizeSlug":"large"}

ଇଂଲଣ୍ଡ ବିପକ୍ଷ ଏହି  ମ୍ୟାଚ୍‌ରେ ଭାରତ ବହୁତ ମୁସ୍କିଲ ସ୍ଥିତିରେ ଥିଲା। ଦ୍ଵିତୀୟ ଇନିଂସରେ ୪୦୮ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ୧୮୩ ସ୍କୋରରେ ୬ ଓ୍ଵିକେଟ୍ ହରାଇ ପରାଜୟର ଦ୍ଵାର ଦେଶରେ ଥିଲା। ମାତ୍ର ସଚିନ(୧୧୯) ଓ ମନୋଜ ପ୍ରଭାକର(୬୭) ଦମଦାର ବ୍ୟାଟିଂ ବଳରେ ଭାରତ ମ୍ୟାଚ୍‌କୁ ଡ୍ର ରକିବାରେ ସଫଳ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.