ଦାନବୀର ସଚିନ, ପୁଣି ୪୦୦୦ ଗରିବଙ୍କୁ କଲେ ଆର୍ଥିକ ସହାୟତା

Published By : Prameya-News7 Bureau | May 09, 2020 IST

ମୁମ୍ବାଇ ୦୯|୦୫:    କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର  ପୁଣି କରୋନା ମୁକାବିଲା ପାଇଁ ସାହାଯ୍ୟର ହାତ ବଢାଇଛନ୍ତି । ସେ କରୋନା ମହାମାରୀର ସାମ୍ନା କରୁଥିବା ପ୍ରାୟ ୪୦୦୦ ଗରିବଙ୍କୁ ଆର୍ଥିକ ସହାୟତା କରିଛନ୍ତି । ତେବେ ସେ କେତେଟଙ୍କା ସାହାଯ୍ୟ କରିଛନ୍ତି ସେନଇ କୌଣସି ସୂଚନା ଦେଇନାହାଁନ୍ତି ।  ମୁମ୍ବାଇର ଏକ ଏନଜିଓ ସଂସ୍ଥା ହାଇ୫କୁ ସଚିନ ଏହି ଅର୍ଥ ରାଶି ପ୍ରଦାନ କରିଛନ୍ତି ।

wp:core-embed/twitter {"url":"https://twitter.com/sachin_rt/status/1258642945810427904","type":"rich","providerNameSlug":"twitter","className":""}
https://twitter.com/sachin_rt/status/1258642945810427904
/wp:core-embed/twitter

ସଚିନ୍ ଟ୍ୱିଟ୍ କରି କହିଛନ୍ତି ଯେ, ଦିନ ମଜୁରିଆଙ୍କ ପରିବାରର ସମର୍ଥନ ପାଇଁ ହାଇ୫ର ପ୍ରୟାସକୁ ଶୁଭକାମନା । ଏହି ସଂସ୍ଥା ମଧ୍ଯ ଟ୍ୱିଟ୍ କରି ସଚିନଙ୍କୁ ଧନ୍ୟବାଦ ଜଣାଇଛି ।

ତେନ୍ଦୁଲକରଙ୍କୁ ଟ୍ୟାଗ୍ କରି ହାଇ୫ ଟ୍ୱିଟରେ ଲେଖିଛି ଯେ, ଧନ୍ୟବାଦ ସଚିନ । ଏହି ଦାନ ପାଇଁ କରୋନା ଭାଇରସର ସାମ୍ନା କରୁଥିବା ୪୦୦୦ ଗରିବ ଲୋକଙ୍କୁ ସାହାଯ୍ୟ ମିଳିପାରିବ । ଏଥିରେ ମୁମ୍ବାଇ ନଗର ନିଗମର କିଛି ସ୍କୁଲ ଛାତ୍ର ମଧ୍ୟ ସାମିଲ ଅଛନ୍ତି ।

ପୂର୍ବରୁ ସଚିନ ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠି ଓ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ୨୫ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରିଥିଲେ । ଏହାପରେ ସେ ମୁମ୍ବାଇର ୫ ହଜାର ପରିବାର ପାଇଁ ଗୋଟିଏ ମାସର  ଖାଦ୍ୟ ବ୍ୟବସ୍ଥା ମଧ୍ୟ କରିଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.