ପୁଅ ଅର୍ଜୁନ ଲାଗି ଏବେ ଚିନ୍ତିତ ସଚ୍ଚିନ ତେନ୍ଦୁଲକର, ଝିଅ ସାରାକୁ ବି ମିଳିସାରିଛି ଧମକ୍

Published By : Prameya-News7 Bureau | November 28, 2019 IST

କେବେ ନିଜର ବ୍ୟାଟିଂ ଚାତୁର୍ଜ୍ୟରେ ଦିଗ୍ଗଜ ବୋଲରଙ୍କ ବୁଦ୍ଧିବଣା କରୁଥିବା ସଚ୍ଚିନ ତେନ୍ଦୁଲକର ଆଜିକାଲି ନିଜ ପୁଅ ଝିଅଙ୍କ ଲାଗି ଖୁବ୍ ଚିନ୍ତାରେ ରହୁଛନ୍ତି। କ୍ରିକେଟ୍ ରୁ ସନ୍ୟାସ ନେବା ପରଠାରୁ ସଚ୍ଚିନ ଏବେ ସୋସାଲ ମିଡିଆରେ ଖୁବ୍ ଆକ୍ଟିଭ ରହୁଛନ୍ତି। ଫ୍ୟାନ୍ସଙ୍କ ସହ ମନର କଥା ବି ସେୟାର କରୁଛନ୍ତି। ବିଶ୍ୱ କ୍ରିକେଟ୍ ଖାସ କରି ଭାରତରେ ସଚ୍ଚିନଙ୍କ ଲୋକପ୍ରୀୟତା ଖୁବ୍ ଅଧିକ। ତେବେ ତାଙ୍କର ଏହି ଲୋକପ୍ରୀୟତା ହିଁ ଏବେ ତାଙ୍କ ଲାଗି ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ବିଶେଷ କରି ସୋସାଲ ମିଡିଆରେ ଲୋକେ ତାଙ୍କୁ ଖୁବ୍ ହଇରାଣ କରୁଛନ୍ତି।

{"id":191021,"sizeSlug":"large"}

ସଚ୍ଚିନଙ୍କ ପୁଅ ଅର୍ଜୁନ ଜଣେ ପେସ୍ ବୋଲର ଓ ଭାରତୀୟ କ୍ରିକେଟରେ ନିଜ ଲାଗି ସ୍ଥାନ ଯୋଗାଡ  କରିବାକୁ ଦିନରାତି ପରିଶ୍ରମ କରୁଛନ୍ତି। ତେବେ ଅର୍ଜୁନଙ୍କ  ବୟସରେ ତାଙ୍କ ପିତା ଯେଉଁ ସଫଳତା ପାଇଥିଲେ ତାହା ଅର୍ଜୁନ ପାଇନଥିଲେ ହେଁ ଜଣେ ସେଲିବ୍ରିଟିଙ୍କ ସନ୍ତାନ ଭାବେ ସେ ଏହାର ଉଭୟ ଲାଭ ଓ କ୍ଷତି ସହିବାକୁ ବାଧ୍ୟ ହେଉଛନ୍ତି। ଏଇଭଳି ଏକ ଘଟଣାକୁ ଏବେ  ସଚ୍ଚିନଙ୍କୁ ପୁଣି ଚିନ୍ତାରେ ପକାଇଛି। ଏଣୁ ସଚ୍ଚିନ ଟ୍ୱିଟରରେ ତାଙ୍କ ଫଲୋଅର ଓ ଶୁଭେଛୁଙ୍କ ସହାୟତା ମାଗିଛନ୍ତି।

wp:html /wp:html

ତେବେ ସଚ୍ଚିନଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି ଏକ ଫେକ୍ ଆକାଉଣ୍ଟ।  ଯାହାକୁ କେହି ଜଣେ ଅଜ୍ଞାତ ବ୍ୟକ୍ତି ତାଙ୍କ ପୁଅ ଅର୍ଜ୍ଜୁନ ତେନ୍ଦୁଲକରଙ୍କ ନାମରେ କ୍ରିଏଟ କରିଛି। ସଚ୍ଚିନ ଏହି ଏହି ଆକାଉଣ୍ଟର ଲିଙ୍କ ତାଙ୍କ ସୋସାଲ ମିଡିଆରେ ସେୟାର କରିବା ସହିତ ଏଭଳି ଆକାଉଣ୍ଟ ସୃଷ୍ଟି କରିଥିବା ବ୍ୟକ୍ତି ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। କେବଳ ଏତିକି ନୁହେଁ ତାଙ୍କ ପୁଅ ଓ ଝିଅ ଅର୍ଜୁନ ଏବଂ  ସାରାଙ୍କ ଟ୍ୱିଟରରେ ଆକାଉଣ୍ଟ ନଥିବା ମଧ୍ୟ ସଚ୍ଚିନ ତାଙ୍କ ପୋଷ୍ଟରେ ସ୍ପଷ୍ଟ କରିଦେଇଛନ୍ତି।

{"id":191026,"sizeSlug":"large"}

ତେବେ ପିଲାଙ୍କ ଲାଗି ସଚ୍ଚିନଙ୍କ ଉଦବେଗ ନୂଆ ନୁହେଁ । ଅତୀତରେ ମଧ୍ୟ ସେ ଝିଅ ସାରାକୁ ନେଇ ମଧ୍ୟ ଏଭଳି ଅପ୍ରୀତିକର ପରିସ୍ଥିତିରେ ସଚ୍ଚିନ ପଡିସାରିଛନ୍ତି। ୨୦୧୮ ମସିହାରେ ପଶ୍ଚିମବଙ୍ଗର କେହିଜଣେ ଦେବକୁମାର ମୈତୀ ସାରାଙ୍କ ଫୋନ ନମ୍ବରରେ ବାରମ୍ବାର ଫୋନ କରି ତାଙ୍କୁ ହଇରାଣ କରୁଥିଲା। ପୋଲିସ ସମ୍ପୃକ୍ତ ଯୁବକକୁ ଗିରଫ କରିଥିଲେ ବି ସଚ୍ଚିନଙ୍କୁ ବେଶ ହଇରାଣ ହେବାକୁ ପଡିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.