ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ଟିମ୍ ଇଣ୍ଡିଆରେ ପୁଣି ଦେଖିବାକୁ ମିଳିବ ଫ୍ୟାବ୍-୪ର ଜଲଓ୍ଵା, ଦଳରେ ସଚିନ ତେନ୍ଦୁଲକରଙ୍କୁ ମିଳିପାରେ ବଡ ଦାୟିତ୍ଵ, ସଙ୍କେତ ଦେଲେ ସୌରଭ ଗାଙ୍ଗୁଲି

17/12/2021 at 9:54 PM

ନୂଆଦିଲ୍ଲୀ ୧୭।୧୨:  ଭାରତୀୟ କ୍ରିକେଟ୍‌ରେ ଗୋଟିଏ ସମୟରେ ଫ୍ୟାବ୍-୪ର ଜଲଓ୍ଵା ଥିଲା। ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି, ରାହୁଲ ଦ୍ରାବିଡ  ଭିଭିଏସ ଲକ୍ଷ୍ମଣ ଏମାନେ ଫ୍ୟାବ୍-୪ର ୪ ସ୍ତମ୍ଭ ଥିଲେ। ଦୁନିଆର ମହାନ ବୋଲର ମଧ୍ୟ ଏହି ବ୍ୟାଟସମ୍ୟାନ ସମ୍ମୁଖରେ ଅସହାୟ ନଜର ଆସିଛନ୍ତି। ଏକ ଦୀର୍ଘ ସମୟ ପରେ ପୁଣି ଥରେ ଟିମ୍ ଇଣ୍ଡିଆରେ ଫ୍ୟାବ୍-୪ର ପ୍ରତ୍ୟାବର୍ତ୍ତନ ହୋଇପାରେ। ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଏହାକୁ ନେଇ ବଡ ସଙ୍କେତ ଦେଇଛନ୍ତି।

ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଭିଭିଏସ ଲକ୍ଷ୍ମଣଙ୍କୁ ଜାତୀୟ କ୍ରିକେଟ୍ ଏକାଡେମୀର ପ୍ରମୁଖ ଭାବେ ନିଯୁକ୍ତ କରି ସାରିଛି। ଏହା ପୂର୍ବରୁ ରାହୁଲ ଦ୍ରାବିଡଙ୍କୁ ଭାରତୀୟ କ୍ରିକେଟ୍ ଦଳର  ମୁଖ୍ୟ କୋଚ୍ ଭାବେ ନିଯୁକ୍ତ କରାଯାଇଥିଲା। କଣ ଭାରତୀୟ କ୍ରିକେଟ୍‌ରେ ‘ଗାଙ୍ଗୁଲିଙ୍କ ଯୁଗ’ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛି। କାରଣ ଦ୍ରାବିଡ ଓ ଲକ୍ଷ୍ମଣଙ୍କଙ୍କୁ ଯୋଡିବା ପରେ ବିସିସିଆଇ ଅଧ୍ୟକ୍ଷ ପୂର୍ବତନ ମହାନ ଭାରତୀୟ  ବ୍ୟାଟସମ୍ୟାନ ସଚିନ ତେନ୍ଦୁଲକରଙ୍କୁ ଦଳ ସହ ଯୋଡିବାର ସଙ୍କେତ ଦେଇଛନ୍ତି। ତେବେ ସଚିନଙ୍କ ପରିଦୃଶ୍ୟରେ କିଛିଟା ଭିନ୍ନ ରହିପାରେ।

ସୌରଭ ଗାଙ୍ଗୁଲି ‘ବ୍ୟାକଷ୍ଟେଜ୍ ଓ୍ଵିଥ୍ ବୋରିଆ’ ଶୋରେ କହିଛନ୍ତି, ଭାରତୀୟ କ୍ରିକେଟ୍ ପାଇଁ ସଚିନ ତେନ୍ଦୁଲକରଙ୍କ ଦଳରେ ସାମିଲ୍ ହେବାଠୁ ବଡ କୌଣସି ଖବର ହୋଇ ପାରିବ ନାହିଁ। କେବଳ ଜନସ୍ଵାର୍ଥ ମାମଲାକୁ ଦୃଷ୍ଟିରେ ରଖି ସଚିନଙ୍କୁ ଏକ ଭିନ୍ନ ଭୂମିକାରେ ବିସିସିଆଇ ଦେଖିବାକୁ ଚାହେଁ। ସଚିନ ନିଶ୍ଚିତ ଭାବେ ଭିନ୍ନ। ସେ ଏହି ସବୁ କ୍ଷେତ୍ରରେ ସାମଲ୍ ହେବାକୁ ଚାହାନ୍ତି ନାହିଁ। ମୋତେ ବିଶ୍ଵାସ ଯେ, କୌଣସି ନା କୌଣସି ଭାବେ ଭାରତୀୟ କ୍ରିକେଟ୍‌ରେ ସଚିନଙ୍କ ସାମିଲ ହେବାଠୁ ଭଲ ଖବର ଆଉ  ହୋଇ ପାରିବ ନାହିଁ। ଏହା ଉପରେ ସ୍ପଷ୍ଟ ଭାବେ କାମ କରାଯିବାର ଆବଶ୍ୟକତା ରହିଛି। କାରଣ ଚତୁଃପାର୍ଶ୍ଵରେ ବହୁତ ସଂଘର୍ଷ ଚାଲିଛି। ତଥାପି ଆମେ ଯେମିତି ହେଲେ ସଚିନଙ୍କୁ ଦଳରେ ସାମିଲ୍ କରାଯିବାର ରାସ୍ତା ଖୋଜିନେବୁ ବୋଲି ଗାଙ୍ଗୁଲି କହିଛନ୍ତି।

   Related Posts