ଏହି ବଲିଉଡ ଅଭିନେତ୍ରୀଙ୍କ ସହ ଭାରତୀୟ କ୍ରିକେଟ୍ ତାରକା ସଚିନ ତେନ୍ଦୁଲକରଙ୍କର ଥିଲା ଆଫେଏର
25/05/2019 at 6:18 PM

ମୁମ୍ବାଇ୨୫|୫: କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ କ୍ରେଜ ଆଜି ମଧ୍ୟ ଲୋକଙ୍କ ଗହଣରେ ଦେଖିବାକୁ ମିଳେ। ପୂର୍ବତନ ଭାରତୀୟ ଟିମ୍ର କ୍ୟାପଟେନ୍ ସଚିନ୍ ଶ୍ରେଷ୍ଠ ବ୍ୟାଟ୍ସମେନ ଭାବେ ପରିଚିତ। ୧୧ ବର୍ଷ ବୟସରେ ସେ କ୍ରିକେଟ୍ ଖେଳିବା ଆରମ୍ଭ କରିଥିଲେ।

୧୫ ବର୍ଷ ବୟସରେ ସେ କ୍ରିକେଟ୍ ଜଗତରେ ଡେବ୍ୟୁ କରିଥିଲେ। ଗୋଟେ ସମୟରେ ସଚିନ୍ ଦେଶର ସବୁଠୁ ହଟ୍ ବ୍ୟାଚଲର ଥିଲେ। ସେହି ସମୟରେ ମିଡିଆରେ ତାଙ୍କ ଆଫଏରକୁ ନେଇ ବେଶ ଚର୍ଚ୍ଚା ଚାଲିଥିଲା।

ରିପୋର୍ଟ ଅନୁସାରେ ବଲିଉଡ ଅଭିନେତ୍ରୀ ଶିଲ୍ପା ସିରୋଦକରଙ୍କ ସହ ସେ ରିଲେସନସିପ୍ରେ ଥିଲେ। କିନ୍ତୁ ଏକ ସାକ୍ଷାତକାରରେ ସଚିନ୍ କହିଥିଲେ ଯେ, ଶିଲ୍ପାଙ୍କୁ ସେ ବ୍ୟକ୍ତିଗତ ଭାବେ ଜାଣିଥିଲେ। ହେଲେ ପରସ୍ପର ରିଲେସନଶିପ୍ରେ ନଥିଲେ।

ସଚିନ୍ ଜଣେ ଝି୍ଅକୁ ଭଲ ପାଉଥିଲେ ସତ କିନ୍ତୁ ନିଜ ପ୍ରେମିକା ବିଷୟରେ କାହାକୁ କିଛିକହିନଥିଲେ। କିଛି ଦିନ ପରେ ସଚିନ୍ ନିଜେ ସୋସିଆଲି କହିଥିଲେ ଯେ, ସେ ଅଞ୍ଜଳି ମେହତାଙ୍କ ସହ ରିଲେସନଶିପ୍ରେ ଅଛନ୍ତି। ଅଂଜଳି ସଚିନ୍ଙ୍କଠୁ ବୟସରେ ୫ ବର୍ଷ ବଡ ଥିଲେ। ୩ ବର୍ଷ ଡେଟ୍ କରିବା ପରେ ଉଭୟ ବିବାହ କରିଥିଲେ।