suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନିଶ୍ଚିନ୍ତକୋଇଲି: ଜୁଏଲାରୀ ଦୋକାନରୁ ଚୋରି, ତାଲା ଭାଙ୍ଗି ଲୁଟିନେଲେ ୧୯ ଲକ୍ଷରୁ ଅଧିକ ସୁନା ଗହଣା
  • ||
  • ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନୀତି ବିଳମ୍ବ, ଦର୍ଶନ ନପାଇ ଭକ୍ତ ଅସନ୍ତୋଷ
  • ||

ଭାରତ ଯୋଡୋ ଯାତ୍ରାକୁ ମିଳୁଛି ସମର୍ଥନ, ଆନ୍ଦୋଳନରେ ସାମିଲ ହେବାକୁ ସଚିନ ପାଇଲଟଙ୍କ ଭିଡିଓ ବାର୍ତ୍ତା

4/12/2022 at 3:42 PM

ଜୟପୁର: କଂଗ୍ରେସର ଭାରତ ଯୋଡୋ ଯାତ୍ରାକୁ ମିଳୁଛି ସମର୍ଥନ । କନ୍ୟାକୁମାରୀ ଠାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ରବିବାର ରାଜସ୍ଥାନରେ ପ୍ରବେଶ କରିବ । ହେଲେ ଏହା ପୂର୍ବରୁ ଏହି ଯାତ୍ରାରେ ସାମିଲ ହେବାକୁ ରାଜସ୍ଥାନବାସୀଙ୍କୁ ଆହ୍ବାନ ଦେଇଛନ୍ତି କଂଗ୍ରେସ ନେତା ସଚିନ ପାଇଲଟ୍ । ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ସମସ୍ତଙ୍କୁ ସାମିଲ ହେବାକୁ ସନ୍ଦେଶ ଦେଇଛନ୍ତି।

ରାଜସ୍ଥାନରେ ଆଜି ଏଣ୍ଟ୍ରି ମାରିବ ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ଯାତ୍ରା । ଏଥିରେ ସାମିଲ ହେବାକୁ ଭିଡିଓ ବାର୍ତ୍ତା ଦେଇଛନ୍ତି ସଚିନ ପାଇଲଟ୍। ଏହି ଭିଡିଓରେ ଯୁବଶକ୍ତିଙ୍କୁ ଏକଜୁଟ କରି ଦେଶବାସୀଙ୍କୁ ଏକତାର ମିଶନରେ ସାମିଲ ହେବାକୁ ରାଜସ୍ଥାନବାସୀଙ୍କୁ ଆହ୍ବାନ ଦେଇଛନ୍ତି ସଚିନ ପାଇଲଟ । ଏହି ଭିଡିଓରେ ରାହୁଲ ଗାନ୍ଧିଙ୍କ ବ୍ୟାନର ସାମ୍ନାରେ ଛିଡ଼ା ହୋଇ ରାଜସ୍ଥାନବାସୀ ଭାରତ ଯୋଡୋ ଯାତ୍ରାରେ ସାମିଲ ହେଉଛନ୍ତି, ଆପଣମାନେ ସାମିଲ ହେଉଛନ୍ତି କି ନାହିଁ କହିଛନ୍ତି ।

ରାଜସ୍ଥାନ କଂଗ୍ରେସରେ ନେତାଙ୍କ ଏକତା ପ୍ରଦର୍ଶନ ଉଦ୍ୟମ ପରେ ସଚିନ୍ ପାଇଲଟଙ୍କ ଏହି ଭିଡିଓ ସାମ୍ନାକୁ ଆସିଛି । ଏକତା ପ୍ରଦର୍ଶନ ବେଳେ ପାଇଲଟ୍ ଓ ଗେହଲଟ ନଜରକୁ ଆସିଥିଲେ । ଏହାକୁ ପୂର୍ବରୁ ଏକ ଟିଭି ସାକ୍ଷାତକାରରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କୁ ଗଦ୍ଦାର ଓ ଦେଶଦ୍ରୋହୀ ବୋଲି କହିଥିଲେ । ଏହାର ପ୍ରତିକ୍ରିୟା ରଖି ପାଇଲଟ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଥିଲେ। ସେପଟେ କଂଗ୍ରେସ ଦଳୀୟ ନେତା ଗେହଲଟଙ୍କୁ ଏଭଳି ଶବ୍ଦକୁ ବ୍ୟବହାର ନକରିବାକୁ ପରାମର୍ଶ ଦେଇଥିଲେ । ଏହା ପରେ ଏକତା ପ୍ରଦର୍ଶନ ସଭାରେ ଉଭୟ ନେତା ନଜରକୁ ଆସିଥିଲେ ।ପାଇଲଟ-ଗେହଲଟଙ୍କ ଦୁର୍ଲଭ ଭିଡିଓ ନଜରକୁ ଆସିବା ପରେ ରବିବାର ପାଇଲଟ ଏହି ଭିଡିଓ ବାର୍ତ୍ତା ଦେଇଛନ୍ତି ।  

   Related Posts