ସଚ୍ଚିନ ପାଇଲଟଙ୍କ ଦାବି, ଏହି ୪ ରାଜ୍ୟରେ ହେବ କଂଗ୍ରେସ ସରକାର

Published By : Prameya-News7 Bureau | November 27, 2023 IST

ଜୟପୁର ୨୭।୧୧: କଂଗ୍ରେସ ନେତା ସଚ୍ଚିନ ପାଇଲଟ ସୋମବାର କହିଛନ୍ତି ଯେ ତାଙ୍କ ପାର୍ଟି ରାଜସ୍ଥାନ, ଛତିଶଗଡ଼, ମଧ୍ୟପ୍ରଦେଶ ଓ ତେଲେଙ୍ଗାନାରେ ସରକାର କରିବାକୁ ଯାଉଛି। ଏଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ନଭେମ୍ବର ୩୦ରେ ଅନୁଷ୍ଠିତ ହେବାକୁ ଥିବା ତେଲେଙ୍ଗାନା ନିର୍ବାଚନରେ ଲୋକେ କଂଗ୍ରେସକୁ ଭୋଟ ଦେବେ। ସେହିପରି ଯେଉଁ ୩ଟି ରାଜ୍ୟ ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ନିର୍ବାଚନ ଶେଷ ହୋଇଛି ସେଠାରେ ମଧ୍ୟ କଂଗ୍ରେସ ସ୍ପଷ୍ଟ ଓ ପୂର୍ଣ୍ଣ ବହୁମତରେ ସରକାର କରିବାକୁ ଯାଉଛି।

{"id":875568,"width":840,"height":551,"sizeSlug":"full","linkDestination":"none"}

ସେ କହିଛନ୍ତି ଯେ ମୋର ପୁରା ବିଶ୍ୱାସ ତେଲେଙ୍ଗାନାରେ କଂଗ୍ରେସର ଏକ ଭଲ ସରକାର ହେବ ଓ ନିର୍ବାଚନ ଘୋଷଣାପତ୍ରରେ କରାଯାଇଥିବା ଘୋଷଣା (୬ଟି ଗ୍ୟାରେଣ୍ଟି) ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଲାଗୁ କରାଯିବ। ପାଇଲଟ କହିଛନ୍ତି ଯେ ସେଠାରେ ଆମର ଏକ ପାରଦର୍ଶି ଓ ସମ୍ବେଦନଶୀଳ ସରକାର ହେବ। ସେ କହିଛନ୍ତି ଯେ ତେଲେଙ୍ଗାନାରେ କଂଗ୍ରେସ ବହୁତ ଆଗରେ ରହିଛି ଓ ତେଲେଙ୍ଗାନାରେ ଲୋକେ କଂଗ୍ରେସକୁ ସ୍ପଷ୍ଟ ବହୁମତର ଆଶିର୍ବାଦ କରିବେ।

{"id":875569,"width":841,"height":472,"sizeSlug":"full","linkDestination":"none"}

କଂଗ୍ରେସ ନେତା କହିଛନ୍ତି ଯେ ରାହୁଲ ଗାନ୍ଧି, ପ୍ରିୟଙ୍କା ଓ ମଲ୍ଲିକାର୍ଜୁନ ଖଡଗେ ନିର୍ବାଚନ ପ୍ରଚାର କାଳରେ ଯାହା କହୁଛନ୍ତି ଲୋକେ ସେମାନଙ୍କୁ ବିଶ୍ୱାସ କରୁଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଗତ ୧୦ ବର୍ଷ ହେଲା ଶାସନରେ ରହିବା ସତ୍ତ୍ୱେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଓ କ୍ଷମତାସୀନ ଦଳର ନେତାଙ୍କ ନିକଟରେ ରାଜ୍ୟ ବିକାଶ ପ୍ରସଙ୍ଗରେ କହିବା ଭଳି କିଛି ନାହିଁ। ପାଇଲଟ କହିଛନ୍ତି ଯେ ବିଆରଏସ ସରକାର ବିରୋଧରେ ଭ୍ରଷ୍ଟାଚାର ଅଭିଯୋଗ ଲୋକଙ୍କୁ ଅସନ୍ତୁଷ୍ଟ କରିଛି ଓ ଲୋକେ ପରିବର୍ତ୍ତନ ଚାହୁଁଛନ୍ତି।   

ମୁସଲିମଙ୍କ ପାଇଁ ଆଇଟି ପାର୍କ ଘୋଷଣା ଉପରେ କଂଗ୍ରେସ ନେତାଙ୍କ ଆପତ୍ତି, KCRଙ୍କୁ ଘେରିଲେ ଶିବକୁମାର

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.