କିଛି ତ୍ରୁଟି ଥିଲା, ସ୍ୱୀକାର କରିବାକୁ ପଡ଼ିବ; କଂଗ୍ରେସର ପରାଜୟ ପରେ ପାଇଲଟଙ୍କ ବୟାନ

Published By : Prameya-News7 Bureau | December 05, 2023 IST

ନୂଆଦିଲ୍ଲୀ: ରାଜସ୍ଥାନରେ କଂଗ୍ରେସର ପରାଜୟ ପରେ ମଙ୍ଗଳବାର ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ଉପସ୍ଥିତିରେ ବିଧାୟକ ଦଳ ବୈଠକ ହୋଇଛି । ପାର୍ଟି ପର୍ଯ୍ୟବେକ୍ଷକଙ୍କ ସାମନାରେ ପରାଜୟ ଉପରେ ମନ୍ଥନ ହେବା ପରେ ସଚିନ ପାଇଲଟ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଲୋକସଭା ନିର୍ବାଚନ ପାଇଁ ପାର୍ଟିକୁ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିବାର ଅଛି । ରାଜସ୍ଥାନରେ ପରାଜୟ ଉପରେ ପାଇଲଟ କହିଛନ୍ତି ଯେ କିଛି ତ୍ରୁଟି ରହିଗଲା ଏହାକୁ ଆମେ ସ୍ୱୀକାର କରିବାକୁ ପଡ଼ିବ । ତେବେ ସେ କାହାର ନାଁ ନେଇ ନାହାନ୍ତି । କିନ୍ତୁ ତାଙ୍କ ଇଙ୍ଗିତ ଗେହଲଟଙ୍କ ନେତୃତ୍ୱାଧୀନ ସରକାର ଆଡକୁ ଥିଲା ଯାହା ଉପରେ ସେ ପୂର୍ବରୁ ଅନେକ ଥର ପ୍ରଶ୍ନ ଉଠାଇ ସାରିଛନ୍ତି ।

ପାଇଲଟ କହିଛନ୍ତି, 'ସବୁ ବିଧାୟକଙ୍କ ମତ ନେଇ ଆଲୋଚନା କରାଯାଉଛି । ଭବିଷ୍ୟତରେ କଣ କରାଯାଇ ପାରିବ ତାହା ଉପରେ ମତ ନିଆଯାଇଛି । ଏବେ ନିର୍ବାଚନ ଶେଷ ହୋଇଛି । ଆପଣ ସମସ୍ତେ ଜାଣିଛନ୍ତି ଯେ ଖୁବଶୀଘ୍ର ଲୋକସଭା ନିର୍ବାଚନ ହେବ । ଏଥିପାଇଁ ଆମକୁ ପ୍ରସ୍ତୁତି କରିବାକୁ ପଡ଼ିବ । ଏ କଥା ସତ ଯେ ଆମେ ରାଜସ୍ଥାନରେ ପୁଣି ଥରେ ସରକାର ଗଢିବୁ ବୋଲି ଆଶାବାଦୀ ଥିଲୁ । ପୂରା ଶକ୍ତି ଲଗାଇ ନିର୍ବାଚନ ଲଢିଲୁ । ସମସ୍ତେ ବହୁ ପରିଶ୍ରମ କରିଛନ୍ତି'।

ପଢନ୍ତୁ: ରାଜସ୍ଥାନ ବିଧାନସଭା ନିର୍ବାଚନ ଫଳାଫଳ ମନ୍ଦ ନୁହେଁ, ତେବେ ବିଜେପିର ବିଜୟ ପଛରେ ନାହିଁ ‘ମୋଦି ମ୍ୟାଜିକ୍’: କଂଗ୍ରେସ

ପାଇଲଟ୍ କହିଛନ୍ତି, 'କିଛି ତ୍ରୁଟି ରହିଗଲା । ଏଇ କଥାକୁ ସ୍ୱୀକାର କରିବାକୁ ପଡିବ । କେଉଁଠି ଦୁର୍ବଳତା ରହିଛି ଓ କଣ ସୁଧାର କରାଯାଇ ପାରିବ । ଆଉ କେତେ ଶୀଘ୍ର ଆମେ କରିପାରିବୁ, ଏହା ବହୁତ ଜରୁରୀ । ଏହା ଉପରେ ଲମ୍ୱା ଚର୍ଚ୍ଚା ଦରକାର'।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.