ମିଳିଲା ହଜିଯାଇଥିବା ସମ୍ମାନ: ବିଧାନସଭାରେ ଆଗ ସିଟ୍‌ରେ ବସିଲେ ପାଇଲଟ୍

Published By : Prameya-News7 Bureau | November 02, 2020 IST

ଜୟପୁର ୦୨/୧୧ : ରାଜନୀତିର ଏକ ଅଲଗା ଅନ୍ଦାଜ ରହିଛି ଏବଂ ଏହା ସମୟ ସମୟରେ ବଦଳୁଥିବା ରାଜନୈତିକ ପରିସ୍ଥିତି ଉପରେ ନିର୍ଭର କରିଥାଏ। ରାଜସ୍ଥାନ ରାଜନୀତିରେ ଏହିଭଳି ପରିବର୍ତ୍ତନ ଦେଖିବାକୁ ମିଳିଛି। କିଛି ମାସ ପୂର୍ବରୁ କଂଗ୍ରେସ ସଂଗଠନ ତଥା ଉପ ମୁଖ୍ୟମନ୍ତ୍ରୀ ଏବଂ ପିସିସି ମୁଖ୍ୟ ସଚିନ୍ ପାଇଲଟ୍ ଓ ଅଶୋକ ଗେହଲୋଟଙ୍କ ମଧ୍ୟରେ ମତଭେଦ ହୋଇଥିଲା। ଏହାପରେ ସଚିନ୍ ପାଇଲଟଙ୍କୁ ବିଧାନସଭାରେ ସବୁଠାରୁ ପଛ ସିଟ୍ ଦିଆଯାଇଥିଲା। କିନ୍ତୁ ବର୍ତ୍ତମାନ ପରିସ୍ଥିତି ସୁଧୁରିବା ପରେ ସଚିନଙ୍କୁ ପୁଣି ଦଳର ମୁଖ୍ୟଧାରାରେ ସାମିଲ ହେବାପରେ ଆଗ ସିଟ୍ ଦିଆଯାଇଛି।

ରାଜସ୍ଥାନ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ ଚାଲିଛି। ଶନିବାର ଦିନ ଆରମ୍ଭ ହୋଇଥିବା ଅଧିବେଶନରେ ୬ ଜଣ ବିଧେୟକଙ୍କୁ ସ୍ଥାନ ମିଳିଥିଲା। ରବିବାର ଦିନ ଅବକାଶ ଥିଲା। ସୋମବାର ସକାଳ ୧୧ଟା ସମୟରେ ପୁଣି ଅଧିବେଶନ ଆରମ୍ଭ ହେଲା। ଏହି ଅଧିବେଶନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କୁ ଆଗ ସିଟ୍ ଦିଆଯାଇଛି। ତାଙ୍କୁ ମନ୍ତ୍ରୀଙ୍କ ବରାବର ସିଟ୍ ଦିଆଯାଇଛି। ଏହି ଅଧିବେଶନରେ ସଚିନ୍ ପାଇଲଟ୍ ପରିବହନ ମନ୍ତ୍ରୀ ପ୍ରତାପ ସିଂହଙ୍କ ସାଇଡ୍ ସିଟରେ ବସିଥିଲେ। ରାଜନୈତିକ ବିବାଦ ପରେ ବିଶ୍ୱାସମତ ପ୍ରମାଣ କରିବାକୁ ଅଗଷ୍ଟ ୧୪ ତାରିଖରେ ବିଧାନସଭା ଅଧିବେଶନ ଡକା ଯାଇଥିଲା। ସେତେବେଳେ ସଚିନ୍ ପାଇଲଟଙ୍କୁ ବିଧାନସଭାରେ ସବୁଠାରୁ ପଛ ସିଟ୍ ଦିଆଯାଇଥିଲା। 

{"id":354873,"sizeSlug":"large"}

ସଚିନ ପାଇଲଟଙ୍କୁ ବିଧାନସଭାରେ ସବୁଠାରୁ ପଛ ସିଟ୍ ଦେବାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ହୋଇଥିଲା। କିନ୍ତୁ ସ୍ଥିତି ସୁଧୁରିବା ପରେ ସଚିନଙ୍କୁ ପୁଣି ସମ୍ମାନ ଦିଆଯାଇଛି ଓ ଆଗ ସିଟ୍ ମିଳିବା ପରେ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ଏହା ଉପରେ ବର୍ତ୍ତମାନ କୌଣସି ପ୍ରତିକ୍ରିୟା ହସ୍ତଗତ ହୋଇନାହିଁ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.