ସଚିନଙ୍କ ଆଇପିଏଲ ବେଷ୍ଟ୍ ଇଲେଭେନ୍ : ତାଲିକାରୁ ଏହି ସବୁ ଷ୍ଟାର୍ ବ୍ୟାଟର ଆଉଟ୍

Published By : Prameya-News7 Bureau | May 31, 2022 IST

ନୂଆଦିଲ୍ଲୀ, ୩୧|୦୫:   ଶେଷ ହୋଇଛି ଆଇପିଏଲ । ସିଜିନର ବିଶ୍ଲେଷଣ ଚାଲିଛି  । ଏହାମଧ୍ୟରେ ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକର ନିଜର ବେଷ୍ଟ୍ ଆଇପିଏଲ-୧୧ ବାଛିଛନ୍ତି । ସବୁଠାରୁ ବଡ କଥା ହେଲା ଯେ, ସେ ବାଛିଥିବା ବେଷ୍ଟ୍-୧୧ରୁ ଅନେକ ବଡ ବଡ ବ୍ୟାଟର୍ ବାଦ୍ ପଡିଛନ୍ତି ।

ସଚିନ ନିଜ ୟୁଟ୍ୟୁବ ଚ୍ୟାନେଲରେ ଆଇପିଏଲ ୨୦୨୨ ବେଷ୍ଟ-୧୧ଙ୍କ ନାଁ କହିଛନ୍ତି । ତେବେ  ବେଷ୍ଟ୍-୧୧ରେ ରୋହିତ ଶର୍ମା, ବିରାଟ କୋହଲି ଓ ମହେନ୍ଦ୍ର ସିଂ ଧୋନୀଙ୍କୁ ସ୍ଥାନ ମିଳିନି । ସେ ଓପନର ଭାବେ ଶିଖର ଧାଓ୍ୱନ ଓ ଜସ୍ ବଟଲରଙ୍କୁ ବାଛିଚନ୍ତି ।ଗତ ଆଇପିଏଲରେ ଉଭୟ ବ୍ୟାଟର ଦମଦାର ଫର୍ମରେ ଥିଲେ ।

wp:html /wp:html

ନମ୍ବର ୩ ପାଇଁ ସେ କେଏଲ ରାହୁଲଙ୍କୁ ବାଛିଚନ୍ତି । କାରଣ ରାହୁଲ ଲଗାତର ଭାବେ ଭଲ ସ୍କୋର କରିଥିଲେ । ଚତୁର୍ଥ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟା ଅଛନ୍ତି । ଚିତାକର୍ଷକ ନେତୃତ୍ୱ ପାଇଁ ତାଙ୍କୁ ଟିମ୍‌ର ଅଧିନାୟକ ମଧ୍ୟ ସଚିନ କରିଛନ୍ତି । ଏହାପରେ ଡେଭିଡ୍ ମିଲର, ଲିୟାମ ଲିଭିଂଷ୍ଟୋନ୍ ଓ ଦିନେଶ କାର୍ତ୍ତିକ ରହିଛନ୍ତି ।

ବୋଲିଂ ବିଭାଗରେ ତେନ୍ଦୁଲକର ରଶିଦ ଖାନ, ମଦମ୍ମଦ ସାମି, ଜସପ୍ରିତ ବୁମରାହ ଓ ୟୁଜବେନ୍ଦ୍ର ଚହଲଙ୍କୁ ସ୍ଥାନ ଦେଇଛନ୍ତି ।

ସୂଚନାଯୋଗ୍ୟ, ରୋହିତ ଶର୍ମା, କୋହଲି ଓ ଧୋନୀ ଚଳିତ ସିଜିନରେ ଫେଲ ହୋଇଥିଲେ । ରୋହିତ ସିଜିନରେ ଗୋଟିଏ ବି ଅର୍ଦ୍ଧଶତକ ହାସଲ କରିନଥିଲେ । ସେହିପରି କୋହଲି ୩ ଥର ବିନା କୌଣସି ରନରେ ପ୍ୟାଭିଲିୟନ ଫେରିଥିଲେ ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.