ବାଲିଯାତ୍ରା ୨୦୨୩, ସଚ୍ଚିନ-ଜୀଗରଙ୍କ ଜବରଦସ୍ତ ସଙ୍ଗୀତରେ ଝୁମିଲେ ଦର୍ଶକ

Published By : Prameya-News7 Bureau | December 03, 2023 IST

କଟକ ୦୩।୧୨ : କଟକ ବାଲିଯାତ୍ରାର ବଲିଉଡ୍ ନାଇଟରେ ସଚ୍ଚିନ-ଜୀଗରଙ୍କ ଜବରଦସ୍ତ ସଙ୍ଗୀତରେ ଝୁମିଲେ ଦର୍ଶକ। ଷଷ୍ଠ ସନ୍ଧ୍ୟାରେ ରେକର୍ଡ ସଂଖ୍ୟକ ଭିଡ ସହ ବଲିଉଡ୍ ଗାୟକଙ୍କ ସଙ୍ଗୀତ ସମସ୍ତଙ୍କୁ କରିଥିଲା ମତୁଆଲା। କଟକ ବାଲିଯାତ୍ରା ଆସି କଟକର ଆତିଥ୍ୟକୁ ବେଶ୍ ପ୍ରଶଂସା କଲେ ସଙ୍ଗୀତ ନିର୍ଦ୍ଦେଶକ ସଚିନ ଜୀଗର।

{"id":877995,"sizeSlug":"full","linkDestination":"none"}

କଟକ ବାଲିଯାତ୍ରାର ଶନିବାର ଥିଲା ଷଷ୍ଠ ସଂନ୍ଧ୍ୟା । ସପ୍ତାହନ୍ତ ଥିବାରୁ ବାଲିଯାତ୍ରାରେ ରେକର୍ଡ ସଂଖ୍ୟକ ଭିଡ଼ ପରିଲକ୍ଷିତ ହୋଇଥିଲା। ଶନିବାର ସନ୍ଧ୍ୟାରୁ ବାଲିଯାତ୍ରା ପଡ଼ିଆ ଲୋକାରଣ୍ୟ ହୋଇ ଉଠିଥିଲା । ବିଳମ୍ବିତ ରାତି ପର୍ଯ୍ୟନ୍ତ ମେଳାରେ ଜନ ସମୁଦ୍ର ଲହଡି ମାରୁଥିଲା । ପରିସ୍ଥିତି ଏପରି ହୋଇଥିଲା କି ସନ୍ଧ୍ୟା ୬ଟାରୁ ବାଲିଯାତ୍ରା ପଡ଼ିଆକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ଜାମ ହୋଇଯାଇଥିଲା । ପଡ଼ିଆ ନିକଟବର୍ତ୍ତି ପାକିଂ ଗୁଡ଼ିକରେ ଗାଡ଼ି ରଖିବାକୁ ସ୍ଥାନ ନଥିଲା । ଜିଲ୍ଲା ପ୍ରଶାସନର ଆକଳନ ମୁତାବକ ଶନିବାର ସଂନ୍ଧ୍ୟାରେ ୧୦ ଲକ୍ଷରୁ ଅଧିକ ଲୋକ ବାଲିଯାତ୍ରା ପଡ଼ିଆକୁ ଆସିଥିଲେ ।

wp:html /wp:html

ସେପଟେ ବଲିଉଡ୍‌ର ଯୁବ ସେନ୍ସେସନ୍‌ ସଚିନ୍-ଜିଗର ଯୋଡି ଏହି ପଞ୍ଚମ ସଂନ୍ଧ୍ୟାକୁ ଅଧିକ ରଙ୍ଗିନ କରି ଦେଇଥିଲେ। ଏହି ଯୋଡ଼ିଙ୍କ ଗୀତରେ ଝୁମିଥିଲେ ଦର୍ଶକ। ସାମ ଗୁଲବି, ପୀୟାରେ ପିୟା ଲେଟସ୍ ଦ ମ୍ୟୁଜିକ୍ ପ୍ଲେ, ଜିନେ ଲଗା ହୁ ଭଳି ଲୋକପ୍ରିୟ ସଙ୍ଗୀତରେ ପୁରା ବାଲିଯାତ୍ରା ପଡ଼ିଆ କମ୍ପି ଉଠିଥିଲା। ସମସ୍ତେ ନିଜ ନିଜ ସ୍ଥାନରେ ଗୀତର ତାଳେ ତାଳେ ଗାଈ ଉଠିଥିଲେ।

{"id":877997,"width":721,"height":406,"sizeSlug":"full","linkDestination":"none"}

ସେହିଭଳି କଟକରେ ଆସି ଏହି ଐତିହାସିକ ମଞ୍ଚରେ ସଙ୍ଗୀତ ପରିବେଷଣ ସମୟରେ ଅହେତୁକ ଭଲ ପାଇବା ମିଳିଥିଲା। ଯାହାକୁ ନେଇ ବେଶ୍ ଖୁସି ପ୍ରକଟ କରିଥିଲେ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ସଚ୍ଚିନ। ବାଲିଯାତ୍ରାର ଏହି ବିରାଟ ମଞ୍ଚରେ ସଙ୍ଗୀତ ପରିବେଷଣ କରିବା ଭାଗ୍ୟର କଥା ବୋଲି କହିଛନ୍ତି।

ତେବେ ଆଜି ରବିବାର ଥିବାରୁ ଚଳିତ ବାଲିଯାତ୍ରା ସର୍ବାଧିକ ଭିଡ଼ ଆଜି ପରିଲକ୍ଷିତ ହେବ ବୋଲି ପୂର୍ବାନୁମାନ କରାଯାଉଛି । ଏହା ସହ ଆଜି ବିଶିଷ୍ଟ ସଂଗୀତକାର ଅନୁ ମଲ୍ଲିକ ଓ ତାଙ୍କ ଟିମ୍‌ ଆସିବେ ବାଲିଯାତ୍ରାରେ ସଂଙ୍ଗିତ ପରିବେଷଣ କରିବାକୁ ଯାଉଥିବାରୁ ରବିବାର ସଂନ୍ଧ୍ୟା ବେଶ ରେମାଞ୍ଜକର ହେବ ବୋଲି କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.