ଏପରି କରିବାରେ ସଚିନ, ଦ୍ରାବିଡ ଓ ପଣ୍ଟିଂଙ୍କ ଭଳି ଖେଳାଳି ହାର୍ ମାନିଛନ୍ତି, କୋହଲି ମଧ୍ୟ କରିଛନ୍ତି ଅପେକ୍ଷା

Published By : Prameya-News7 Bureau | May 08, 2020 IST

ନୂଆଦିଲ୍ଲୀ, ୦୮|୦୫ : ସଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ ଓ ରିକି ପଣ୍ଟିଂଙ୍କ ଭଳି ଅନେକ କ୍ରିକେଟରେ ବିଶ୍ୱ କ୍ରିକେଟରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । କିନ୍ତୁ ଏହି ମହାନ ଖେଳାଳିମାନେ ଟେଷ୍ଟ୍ କିମ୍ବା ପ୍ରଥମ ଶ୍ରେଣୀ କ୍ରିକେଟରେ ମଧ୍ୟ ତ୍ରିଶତକ ଅର୍ଜନ କରିପାରି ନାହାଁନ୍ତି ।

ଡନ୍ ବ୍ରାଡମ୍ୟାନ୍ ପ୍ରଥମ ଶ୍ରେଣୀ କ୍ରିକେଟରେ ୬ ଥର ଦ୍ୱିଶତକ ଲଗାଇଥିବା ବେଳେ ଭାରତୀୟ ଖେଳାଳି ଚେତେଶ୍ୱର ପୂଜାରା ଓ ରବିନ୍ଦ୍ର ଜାଡେଜା ୩ଥର ତ୍ରିଶତକ ଲଗାଇଛନ୍ତି । ତେବେ ବିରାଟ କୋହଲି, ଷ୍ଟିଭ୍ ସ୍ମିଥ୍, କେନ୍ ଓ୍ୱିଲିମସନ୍ ଓ ଜୋ ରୁଟ୍ ଥରଟିଏ ହେଲେ ତ୍ରିଶତକ ଲଗାଇପାରି ନାହାନ୍ତି । ସେହିପରି ତେନ୍ଦୁଲକର, ଦ୍ରାବିଡ, ସୌରଭ ଗାଙ୍ଗୁଲି ଓ ଭିଭିଏସ ଲକ୍ଷ୍ଣଣଙ୍କ ମଧ୍ୟରୁ କେବଳ ଲକ୍ଷ୍ଣଣ ହିଁ ଥରଟିଏ ତ୍ରିଶତକ ଅର୍ଜନ କରିଛନ୍ତି । ସେ ଦୁଇଥର ପାଇଁ ଏହି କାରନାମା କରି ଦେଖାଇଛନ୍ତି ।

ଓ୍ୱେଷ୍ଟଇଣ୍ଡିଜର ମହାନ ବ୍ୟାଟସମ୍ୟାନ୍ ବ୍ରାଏନ୍ ଲାରା ତିନୋଟିରୁ ଦୁଇଟି ତ୍ରିଶତକ ଟେଷ୍ଟ୍ ମ୍ୟାଚରେ ଲଗାଇଛନ୍ତି । ବିରେନ୍ଦ୍ର ସେହ୍ୱାଗ ଓ କ୍ରିସ୍ ଗେଲ୍ ଦୁଇଥର ତ୍ରିଶତକ ଅର୍ଜନ କରିଛନ୍ତି । ତେନ୍ଦୁଲକର ୨୦୦ଟି ଟେଷ୍ଟ୍ ଓ ୩୧୦ଟି ପ୍ରଥମ ଶ୍ରେଣୀ କ୍ରିକେଟ୍ ଖେଳିଛନ୍ତି । ତାଙ୍କର ସର୍ବାଧିକ ସ୍କୋର ରହିଛି ୨୪୮ । ସେହିପରି ଜ୍ରାବିଡ, ପଣ୍ଟିଂ, ଗାଙ୍ଗୁଲି, ଜ୍ୟାକ୍ କାଲିସ୍, ଆଲିଷ୍ଟର କୁକ, ଏବି ଡିବିଲର୍ସ, କୋହଲି, ଜୋ ରୁଟଙ୍କ ସର୍ବାଧିକ ସ୍କୋର ଯଥାକ୍ରମେ ୨୭୦, ୨୫୭, ୨୩୯, ୨୨୪, ୨୯୪, ୨୭୮, ୨୫୪ ଓ ୨୫୪ ରହିଛି ।

ପ୍ରଥମ ଶ୍ରେଣୀ କ୍ରିକେଟରେ ସର୍ବାଧିକ ଶତକ ଲଗାଇଥିବା ବ୍ୟାଟସମ୍ୟାନ ତାଲିକାର ଚତୁର୍ଥ ଓ ପଞ୍ଚମ ସ୍ଥାନରେ ରହିଛନ୍ତି ଫିଲ୍ ମିଡ୍ ଓ ଜୋଫ୍ରି ବୟକଟ୍ । ଫିଲ୍ ୧୫୩ଟି ଶତକ ଲଗାଇଥିବା ବେଳେ ଜୋଫ୍ରି ୧୫୧ଟି ଶତକ ଲଗାଇଛନ୍ତି । କିନ୍ତୁ ସେମାନେ ମଧ୍ୟ ତ୍ରିଶତକ ଲଗାଇ ପାରି ନାହାଁନ୍ତି ।

ପ୍ରଥମ ଶ୍ରେଣୀ କ୍ରିକେଟରେ ପ୍ରଥମ ତ୍ରିଶତକ ୧୮୭୬ରେ ଡବଲ୍ୟୁଜି ଗ୍ରେସ୍ ଲଗାଇଥିଲେ । ସେବେଠାରୁ ଏବସୁଦ୍ଧା ୨୦୦ରୁ ଅଧିକ ତ୍ରିଶତକ ଲାଗିଛି । କିନ୍ତୁ କିଛି ମହାନ ଖେଳାଳି ତ୍ରିଶତକ ଲଗାଇପାରି ନାହାଁନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.