କ୍ୟାମେରାମ୍ୟାନ୍‌ ସଚିନ ବେହେରାଙ୍କ ଦେହାନ୍ତ, ପୁରା ଅଞ୍ଚଳରେ ଶୋକର ଛାୟା

Published By : Prameya-News7 Bureau | June 03, 2021 IST

ବରଗଡ଼ ୦୩।୦୬: ବରଗଡ଼ର ଜଣାଶୁଣା ଭିଡ଼ିଓଗ୍ରାଫର ସଚିନ ବେହେରାଙ୍କ ଦେହାନ୍ତ ହୋଇଛି । ଗୁରୁବାର ସକାଳ ସମୟରେ ତାଙ୍କର ବରଗଡ଼ ଚିକିତ୍ସାଳୟରେ  ମୃତ୍ୟୁ ଘଟିଛି । ତାଙ୍କର ଏପରି ଆକସ୍ମିକ ବିୟୋଗରେ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି ।

ଖବର ଅନୁଯାୟୀ, ଗୁରୁବାର ଦିନ ସକାଳ ସମୟରେ ସଚିନଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିଯାଇଥିଲା । ଏହାପରେ ତାଙ୍କୁ ତୁରନ୍ତ ବରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ଅବସ୍ଥାରେ ମୃତ୍ୟୁ ହୋଇଛି । ସଚିନ ପ୍ରଥମେ ଘରୋଇ ଚ୍ୟାନେଲ୍‌ ଇଟିଭିରୁ କ୍ୟାମେରାମ୍ୟାନ୍‌ ଭାବେର କାମ ଆରମ୍ଭ କରିଥିଲେ । ପରେ କିଛି ଦିନ ପାଇଁ ସେ ନ୍ୟୁଜ ସେଭେନ୍‌ରେ କ୍ୟାମେରା ମ୍ୟାନ୍‌ ଭାବେ କାର୍ଯ୍ୟ କରିଥିଲେ ।

ତେବେ ଗତ କିଛି ବର୍ଷ ହେବ ସେ କ୍ୟାମେରାମ୍ୟାନ୍‌ କାମ ଛାଡି ମାଛ ବ୍ୟବସାୟ କରୁଥିଲେ । ବରଗଡ଼ ହାଟପଦାରେ ଠାରେ ମାଛ ବ୍ୟବସାୟ କରୁଥିଲେ । କିନ୍ତୁ ସଚିନଙ୍କର ଏପରି ଅକାଳ ବିୟୋଗରେ ପରେ ତାଙ୍କ ପଛରେ ପତ୍ନୀ ଓ ଏବଂ ଏକମାତ୍ର ପୁଅକୁ ଛାଡି ଯାଇଛନ୍ତି । ବରଗଡ଼ ସାମ୍ବାଦିକ ସଂଘର ଜଣେ ସଦସ୍ୟ ଭାବରେ ବିଭିନ୍ନ କାର୍ଯ୍ୟକ୍ରମରେ ସକ୍ରିୟ ରହିଥିଲେ । ତାଙ୍କର ବିୟୋଗରେ ସାମ୍ବାଦିକ ମହଲ ତଥା ସମଗ୍ର ଜିଲ୍ଳାରେ ଶୋକ ପ୍ରକାଶ ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.