କରୋନା ପାଇଁ ସଚେତନତା : ଜିଲ୍ଲାପାଳ ଲୋକଙ୍କୁ ଶିଖାଇଲେ କିପରି ହେବ ସାନିଟାଇଜର

Published By : Prameya-News7 Bureau | March 19, 2020 IST

ବ୍ରହ୍ମପୁର ୧୯।୦୩:   କୋରନା ଆଶଙ୍କାରେ ସବୁଠି ଚାଲିଛି ସଚେତନତା। କେଉଁଠି କିଏ ସଚେତନ କରୁଛନ୍ତି ତ ଆଉ କେଉଁଠି କିଏ ମାସ୍କ୍ ବଣ୍ଟନ କରିଛନ୍ତି। ଆଉ ଗଞ୍ଜାମ ଜିଲ୍ଲାପାଳ ନିଜେ ହିଞ୍ଜିଳି ବ୍ଳକ୍ ଅନ୍ତର୍ଗତ ପୋଚିଲିମା ଠାରେ ହାତକୁ କେମିତି ସାନିଟାଇଜେରି କରି ହାତ ସଫା କରିହେବ ସେ ନେଇ ସଚେତନତା କରାଇଥିଲେ।

ସଚେତନ ମାଧ୍ୟମରେ କରୋନାକୁ ଦୂରେଇ ହେବ ବୋଲି ଜିଲ୍ଲାପାଳ କହିଛନ୍ତି। କିନ୍ନର ଓ ଇନର୍‌ହ୍ବିଲ୍ କ୍ଳବ୍ ପକ୍ଷରୁ ବ୍ରହ୍ମପୁର ରେଳ ଷ୍ଟେସନ୍ ଠାରେ ଲୋକଙ୍କୁ ସଚେତନ କରିବା ସହ ମାସ୍କ୍ ବାଣିଥିଲେ। ରେଳ ଯାତ୍ରୀଙ୍କୁ ସାନିଟାଇଜ୍ କରାଇଥିଲେ। ସେପଟେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ମାସ୍କ୍ ପ୍ରସ୍ତୁତ କରି ଲୋକଙ୍କୁ ବାଣ୍ଟିଥିଲେ ଏବଂ ସଚେତନ ମଧ୍ୟ କରାଇଥିଲେ। କୋରନା ଆଶଙ୍କାରୁ ପ୍ରତିହତ କରିବାକୁ ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.