ମଙ୍ଗଳସୂତ୍ର ବିଜ୍ଞାପନ କରି ଅଡୁଆରେ ସବ୍ୟସାଚୀ , ଡିଜାଇନରଙ୍କ ନାମରେ ମାମଲା ରୁଜୁ...

Published By : Prameya-News7 Bureau | October 31, 2021 IST

ମୁମ୍ବାଇ ୩୧।୧୦ : ଫ୍ୟାଶନ ଓ ଜୁଏଲାରୀ ଡିଜାଇନର ସବ୍ୟସାଚୀ ମୁଖାର୍ଜୀଙ୍କ ନାମରେ ଶନିବାର ଏତଲା ରୁଜୁ ହୋଇଛି। ତାଙ୍କର ମଙ୍ଗଳସୂତ୍ର ବିଜ୍ଞାପନକୁ ନେଇ ଭାଜପାର ପରାମର୍ଶ ଦାତା ତଥା ଓକିଲ ଆଶୁତୋଷ ଦୁବେ ତାଙ୍କ ନାମରେ ମାମଲା ରୁଜୁ କରିଛନ୍ତି। ସେ କହିଛନ୍ତି ଏହା ୧୫ଦିନ ମଧ୍ୟରେ ବନ୍ଦ ହେବା ଦରକାର। ଏହା ହିନ୍ଦୁ ଧର୍ମର ଉପରେ ପ୍ରଭାବ ପକାଉଛି। ମଙ୍ଗଳସୂତ୍ର ଏକ ବିଶ୍ୱାସ ଓ ପବିତ୍ର ସମ୍ପର୍କର ସଙ୍କେତ। ହିନ୍ଦୁ ସମ୍ପ୍ରଦାୟକୁ ସମ୍ପୂର୍ଣ୍ଣ ଅସମ୍ମାନ କରାଯାଉଛି। ଏଭଳି ଭାବରେ ଏହାକୁ ପ୍ରଦର୍ଶନ କରିବା ଉଚିତ୍‌ ନୁହେଁ। ତେବେ ଏହି ବିଜ୍ଞାପନକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର୍‌ ଧରିଛି।

ସୂଚନାନୁସାରେ, ଏକ ମଙ୍ଗଳସୂତ୍ର ଡିଜାଇନ୍‌ର ବିଜ୍ଞାପନ ପାଇଁ ସେ ଫଟୋ ଶୁଟ୍‌ କରାଯାଇଥିା। ଯେଉଁଥିରେ 'ଅର୍ଦ୍ଧ ଉଲଗ୍ନ ମଡେଲ୍' ହୋଇ ଅଶ୍ଳୀଳ ଢଙ୍ଗରେ ପୋଷାକ ପିନ୍ଧି ମଡେଲମାନଙ୍କ ଫଟୋ ଦେଖିବାକୁ ମିଳିଥିଲା। ମଙ୍ଗଳସୂତ୍ର ଅପେକ୍ଷା ତାଙ୍କର ନଗ୍ନତାକୁ ବେଶୀ ଦର୍ଶାଯାଇଥିଲା। ଏହି ବିଜ୍ଞାପନ ଶସ୍ତା ଢ଼ଙ୍ଗରେ ପରିବେଷଣ କରାଯିବା ସହ ନାରୀର ସମ୍ମାନରେ ମଧ୍ୟ ହାନି ଘଟୁଛି। ଏ ନେଇ ସବ୍ୟସାଚୀଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ ହେବାକୁ ପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.