ଆଜି ସାବିତ୍ରୀ ବ୍ରତ, ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରିଥାନ୍ତି ସ୍ତ୍ରୀ

Published By : Prameya-News7 Bureau | May 30, 2022 IST

ଭୁବନେଶ୍ୱର ୩୦।୦୫: ହଟିଛି କରୋନା କଟକଣା । ଏଥର ସାବିତ୍ରୀ ବ୍ରତ ପାଇଁ ମନ୍ଦିର ଯାଇ ନିଦ୍ୱର୍ନ୍ଦ୍ୱରେ ପୂଜା କରୁଛନ୍ତି ସାବିତ୍ରୀ । ପ୍ରାଣପ୍ରିୟଙ୍କ ଦୀର୍ଘାୟୁ କାମନା କରି ବ୍ରତ ରଖିଛନ୍ତି । ସକାଳ ହେଉ ହେଉ ମଥାରେ ସିନ୍ଦୁର, ହାତରେ ନୂଆ ଚୁଡ଼ି, ରଙ୍ଗ ବେରଙ୍ଗ ଶାଢ଼ିରେ ସଜେଇ ହୋଇ ସେମାନେ ମନ୍ଦିରରେ ପହଞ୍ଚିଯାଇଛନ୍ତି ।

ଓଡ଼ିଆ ପରମ୍ପରା ଅନୁସାରେ ବିବାହିତ ମହିଳାମାନେ ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ସାବିତ୍ରୀ ବ୍ରତ ପାଳିଥାନ୍ତି । ସେଥିପାଇଁ ପ୍ରତିବର୍ଷ ଏହି ଦିନକୁ ବଡ଼ ଉତ୍ସାହର ସହିତ ଅପେକ୍ଷା କରିଥାନ୍ତି । ପରମ୍ପରା ଅନୁସାରେ ମହିଳାମାନେ ମନ୍ଦିର ଯାଇ ପୂଜାର୍ଚ୍ଚନା କରନ୍ତି । କେହି କେହି ଘରେ ବ୍ରାହ୍ମଣଙ୍କୁ ଡାକି ପୂଜା କରନ୍ତି ।

ସକାଳୁ ସାବିତ୍ରୀମାନେ ସଜାଇବେ ପୂଜା ଥାଳି । ଏଥିରେ ଅନେକ ପ୍ରକାର ଫଳ ଆଉ ପୂଜା ସାମଗ୍ରୀ ଶୋଭା ପାଉଥିବ । ତେଣୁ ଏସବୁ ସାମଗ୍ରୀ କିଣିବାକୁ ରବିବାର ବଜାରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.