ଚଣ୍ଡିଖୋଲ ୦୬।୦୬: ଆଜି ହେଉଛି ସାବିତ୍ରୀ ଓଷା । ସ୍ୱାମୀଙ୍କ ପାଇଁ ଦିନ ଟିଏ ପାଳନ କରନ୍ତି ସ୍ତ୍ରୀ । ସ୍ୱାମୀଙ୍କ ଶୁଭ ମାନସୀ ସଧବା ନାରୀ ମାନେ ପାଳୁଛନ୍ତି ସାବିତ୍ରୀ ବ୍ରତ । ଯାଜପୁର ଚଣ୍ଡିଖୋଲ ସ୍ଥିତ ଚଣ୍ଡୀମନ୍ଦିର ସ୍ଥିତ ମା ସାବିତ୍ରୀଙ୍କ ମନ୍ଦିର ଚଳଚଞ୍ଚଳ ହୋଇଛି । ମହିଳାମାନେ ନୂଆ ଶାଢ଼ୀ ଶଙ୍ଖା, ସିନ୍ଦୁର ଓ ଫଳ ମୂଳ ଆଣି ମା ସାବିତ୍ରୀଙ୍କ ପାଖରେ ପୂଜାର୍ଚନା କରିଛନ୍ତି । ମହିଳା ମାନେ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରିଛନ୍ତି । କାହିଁ କେଉଁ ଯୁଗରୁ ରହି ଆସିଛି ଏହି ପରମ୍ପରା । ହିନ୍ଦୁ ଧର୍ମର ମହିଳା ମାନେ ବିଶେଷ କରି ସାବିତ୍ରୀ ବ୍ରତ ପାଳନ କରିଥିଲେ ।
ରାଷ୍ଟ୍ରପତି ଭାବେ ମିଳେ କେଉଁ ସୁବିଧା? କେତେ ମିଳେ ଦର...