Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ‘ମାଣ୍ଡସ୍’ ପ୍ରଭାବ, ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା
  • ||
  • ନୟାଗଡ: ଫତେଗଡ ଥାନା ପୋଲିସକୁ ସଫଳତା, ଧରାପଡିଲେ ଦୁଇ ଆନ୍ତରାଜ୍ୟ ଲୁଟେରା
  • ||
  • ଭୁବନେଶ୍ୱର: ରିମାଣ୍ଡର ୬ ଦିନ ପରେ ବି ମୁହଁ ଖୋଲୁନାହାଁନ୍ତି ଅର୍ଚ୍ଚନା, ପଚାରି ପଚାରି ହାଲିଆ ଇଡି
  • ||

ସବିତା ନାୟକ ଗୃହନିର୍ମାଣ ସମବାୟ ସମିତିର ଉପସଭାପତି ନିର୍ବାଚିତ

14/07/2022 at 8:43 PM

ନୀଳଗିରି ୧୪/୦୭: ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡରେ ଗୃହନିର୍ମାଣ ସମବାୟ ସମିତି ନିର୍ବାଚନରେ ନିର୍ଦ୍ୱନ୍ଦରେ  ସବିତା ନାୟକ ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସମିତିରେ ମୋଟ ୧୫ ଜଣ ନିର୍ଦ୍ଦେଶକ ଥିବାବେଳେ ସମସ୍ତେ ବିନା ପ୍ରତିଦ୍ଵନ୍ଦିତାରେ ନିର୍ବାଚିତ ହୋଇଥିଲେ। ୧ନମ୍ବର ଜୋନରୁ ଜିଲ୍ଲା ପରିଷଦ ସଦସ୍ୟ ଗତିକୃଷ୍ଣ ନନ୍ଦ ଏହି ଗୃହ ନିର୍ମାଣ ସମବାୟ ସମିତିର ସଭାପତି ଭାବେ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି। ସବିତା ନାୟକ ୮ ନମ୍ବର ଜୋନରୁ ନିର୍ଦ୍ଦେଶକ ଭାବେ ନିର୍ବାଚିତ ହୋଇଥିବା ବେଳେ ଆଜି ସର୍ବସମ୍ମତି କ୍ରମେ ସେ ପସଭାପତି ଭାବେ ନିର୍ବାଚିତ ହୋଇଛନ୍ତିl

ଉପସଭାପତି ସବିତା ନାୟକଙ୍କୁ ସଭାପତି ଗତିକୃଷ୍ଣ ନନ୍ଦ ଓ ସମସ୍ତ ଗୃହ ନିର୍ମାଣ ସମବାୟ ସୋସାଇଟିର ସଦସ୍ୟ/ସଦସ୍ୟାମାନେ ଫୁଲତୋଡ଼ା ଦେଇ ଶୁଭେଚ୍ଛା ଜଣାଇଥିଲେ। ଏହି ନିର୍ବାଚନକୁ ନିର୍ବାଚନ ଅଧିକାରୀ ସୁବ୍ରତ ପତି ପରିଚାଳନା କରିଥିଲେ। ଏଥିରେ ସଭାପତି ଗତିକୃଷ୍ଣଙ୍କ ସହିତ ନିର୍ଦ୍ଦେଶକ ପ୍ରଫୁଲ୍ଲ କୁମାର ମହାନ୍ତି, ଅଶୋକ ସେଠୀ, ରବୀନ୍ଦ୍ର ଭୋଳ, ସନ୍ତୋଷ ସ୍ବାଇଁ, ସୁରେନ୍ଦ୍ର ଦାସ, ପ୍ରମୋଦ ମହାପାତ୍ର, ରୁବତି ମଣି ସିଂ, ପୂର୍ଣ୍ଣିମା ବାରିକ, କଳ୍ପନା ମିଶ୍ର, କଳ୍ପନା ସାହୁ, ମହେନ୍ଦ୍ର ବେହେରା, ଦୀପକ ନାୟକ, ବୁଦ୍ଧଦେବ ସିଂ ପ୍ରମୁଖ ଉପସ୍ଥିତ ଥିଲେl

   Related Posts