ସାବରୀମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ବିବାଦ ; ଆଜି କେରଳରେ ୧୨ ଘଣ୍ଟିଆ ବନ୍ଦ ପାଳନ

Published By : Prameya-News7 Bureau | October 18, 2018 IST

କେରଳ ୧୮|୧୦:  ଥମିବାର ନାଁ ନେଉନାହିଁ ସାବରୀମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ବିବାଦ । ଆଜି କେରଳରେ ୧୨ ଘଣ୍ଟିଆ ବନ୍ଦ ପାଳନ କରୁଛି ସାବରୀମାଳା ସୁରକ୍ଷା କମିଟି । ଗତକାଲି ମନ୍ଦିର ଦ୍ବାର ଖୋଲାଯାଇଥିଲା କିନ୍ତୁ ମନ୍ଦିରକୁ ପ୍ରବେଶ କରିପାରିନଥିଲେ କୌଣସି ମହିଳା । ବିଭିନ୍ନ ସ୍ଥାନରୁ ମହିଳାମାନେ ମନ୍ଦିର ଅଭିମୁଖେ ଯାଇଥିଲେ । ହେଲେ ବିକ୍ଷୋଭକାରୀ ସେମାନଙ୍କୁ ବାଟରୁ ଘଉଡାଇ ଦେଇଥିଲେ ।  ଏପରିକି କିଛି ମହିଳା ଗଣମାଧ୍ୟମ ପ୍ରତିନିଧିଙ୍କୁ ବିକ୍ଷୋଭକାରୀ ଦୁର୍ବ୍ୟବହାର କରିଥିବା ମଧ୍ୟ ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହେବା ସହିତ ପୋଲିସ ଉପରକୁ ଢ଼େଲାମାଡ଼ କରିଥିଲେ ବିକ୍ଷୋଭକାରୀ । ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ପୋଲିସ ଲାଠି ଚାର୍ଜ କରିଥିବା ମଧ୍ୟ ଜଣାପଡ଼ିଛି । ତେବେ ଆଜିର ବନ୍ଦ ପାଳନକୁ ଦୃଷ୍ଟିରେ ରଖି କେରଳ ସରକାରଙ୍କ ପକ୍ଷରୁ ବ୍ୟାପକ  ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିଭିନ୍ନ ସମ୍ବେଦନଶୀଳ ସ୍ଥାନ ଗୁଡ଼ିକରେ ୧୪୪ ଧାରା ଜାରି କରାଯାଇଛି । ସେହିପରି ବିଭିନ୍ନ ସ୍ଥାନରୁ ବିକ୍ଷୋଭକାରୀଙ୍କୁ ମଧ୍ୟ ପୋଲିସ ଗିରଫ କରିଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.