କରୋନା ଭୟ: କାଳିଆ ବୋଦା ଶ୍ମଶାନରେ ଶବ ସତ୍କାରକୁ ବିରୋଧ

Published By : Prameya-News7 Bureau | August 24, 2020 IST

କଟକ୨୪/୮: କରୋନା ପଜିଟିଭ୍‌ଙ୍କ ମୃତଦେହ ପୋଡିବାକୁ ବିରୋଧ। କଟକ କାଳିଆ ବୋଦା ଶ୍ମଶାନରେ କରୋନା ପଜିଟିଭ୍‌ ମୃତଦେହ ପୋଡିବାକୁ ବିରୋଧ କରିଛନ୍ତି। ଶିଖରପୁର ନଦୀ କୂଳ ସାହି ବାସିନ୍ଦାଙ୍କ ପକ୍ଷରୁ ବିରୋଧ କରାଯାଇଛି। ଶ୍ମଶାନ ଗଡା ନିକଟରେ ସ୍ଥାନୀୟ ଲୋକମାନେ ରାସ୍ତା ରୋକ କରିଛନ୍ତି।

ଶ୍ମଶାନରେ କରୋନା ପଜିଟିଭଙ୍କ ମୃତଦେହ ପୋଡା ହେବ ପରେ ସ୍ଥାନୀୟ ଅଞ୍ଚଳର  ଜଣେ ଲୋକ କରୋନା ଆକ୍ରାନ୍ତ ହୋଇଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।କେବଳ କଟକ ନୁହେଁ, ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଏଭଳି ଘଟଣା ସାମ୍ନାକୁ ଆସିଛିକ।

କରୋନା ଭୟରେ ଶବ ସତ୍କାରକୁ ବିରୋଧ  କରୁଛନ୍ତି ସ୍ଥାନୀୟ ଲୋକ। କିଛିମାସ ତଳେ ବ୍ରହ୍ମପୁରରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଥିଲା। କରୋନା ଭୟରେ ଜଣେ ବ୍ୟକ୍ତିଙ୍କୁ ଆମ୍ବୁଲାନ୍ସ ନେଲା ନାହିଁ, ଯାହାଫଳରେ ତାଙ୍କର ମୃତ୍ୟୁ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.