ବଲାଙ୍ଗୀର ୦୩/୦୧: ମୃତ୍ୟୁପରେ ମଧ୍ୟ ମିଳିଲାନି ସମ୍ମାନ । ସମାଜିକ ବାସନ୍ଦ କରିଥିଲେ ଗାଁ ଲୋକ ଏବେ ମୃତ୍ୟୁ ହେଲା ବୋଲି ଚାରି କାନ୍ଧ ଦେଲେ ନାହିଁ । ସ୍ୱାମୀ ଏକା ଜଗିଥିଲେ ନିଜ ସ୍ତ୍ରୀ ଶବକୁ । ଶେଷରେ ସ୍ୱେଛାସେବୀ ସଂଗଠନ ଦେଲେ ସହାରା ଉଠିଲା ମୃତଦେହ ଓ ହେଲା ଶେଷକୃତ୍ୟ ।
ଏଭଳି ଏକ ଘଟଣା ଘଟିଛି ବଲାଙ୍ଗୀର ଦେଓଗାଁ ବ୍ଲକ କରୁଆଁ ଝରଗାଁରେ । ଗାଁର ଅନୀଲ ପ୍ରଧାନ ତିନିବର୍ଷ ଆଗରୁ ସୋନପୁର ଜିଲ୍ଲା ବିଏମପୁରର ସିମଞ୍ଜଳୀ ସାହୁ ଙ୍କୁ ବାହା ହୋଇଥିଲେ। ୭ ମାସ ଗର୍ଭବତୀ ଥିବା ସମୟରେ ପେଟରେ ଛୁଆ ନଷ୍ଟ ହୋଇଯାଇଥିଲା । ସେବେଠୁ ତାଙ୍କ ଦେହ ଖରାପ ଥିଲା । ପରେ ୨ ବର୍ଷ ଧରି ପାରାଲେସିସରେ ଆକ୍ରାନ୍ତ ହୋଇ ଘରେ ଥିଲେ ।
ଏହାରି ଭିତରେ ଅନ୍ୟ ଛୋଟଜାତିର ଝିଅ ବୋଲି କହିବା ସହ ଗାଁ ରେ ସାମାଜିକ ବାସନ୍ଦ କରିଥିକେ ଉଭୟ ସ୍ୱାମୀ ସ୍ତ୍ରୀଙ୍କୁ। ଗୋଟିଏ ଘରେ ମାଆ ବାପା ସହ ଥିଲେ ମଧ୍ୟ ବାସନ୍ଦ ହୋଇଥିଲେ । ରୋଗୀଣା ସ୍ତ୍ରୀ ର ଚିକିତ୍ସା କରିବା ସହ ଦିନ କାଟୁ ଥିଲେ ଅନୀଲ । ତେବେ ଆଜି ଭୋରରୁ ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିଲା । ସାମାଜିକ ବାସନ୍ଦ ଯୋଗୁଁ ନା ପରିବାର ଲୋକ ନା ଗାଁ ଲୋକ କେହି କାନ୍ଧଦେଲେ ନାହିଁ । ଶେଷରେ ସ୍ବେଛାସେବୀ ସଂଗଠନ ଶବକୁ କାନ୍ଧଦେବା ସହ କରିଥିଲେ ଶେଷକୃତ୍ୟ।
ବାସନ୍ଦ ଯୋଗୁଁ ଗାଁ ରେ ଶେଷକୃତ୍ୟ ଙ କରି ବଲାଙ୍ଗୀର ଆଣି କରିଥିଲେ ଶବଦାହ ସେପଟେ ବଲାଙ୍ଗୀର ସହର ହାତପଡା ରେ ସେହିପରି ଦେଖିବାକୁ ମିଳିଥିଲା ଅଭାବନୀୟ ଘଟଣା । ଜଣେ ବୃଦ୍ଧ ବଲାଙ୍ଗୀରରେ ଏକା ରହୁଥିବା ବେଳେ ତାଙ୍କମୃତ୍ୟୁ ହୋଇଥିଲା । ତାଙ୍କ ପରିବାର ଲୋକ କେହି ନ ପଚାରିବା ସହ ଘରୁ ବାହାର କରିଦେଇଥିଲେ। ତାଙ୍କ ଘର ବ୍ରହ୍ମପୁର ସତ୍ୟମ ଦାସ ବୋଲି ଜଣାପଡିଛି। ତେବେ ତାଙ୍କ ଦୁଇ ପୁଅଥିବା ବେଳେ କେହି ପଚାରୁନଥିଲେ ଶେଷରେ ବଲାଙ୍ଗୀର ରେ ଆସି ସେ ରହୁଥିଲେ। ଶେଷରେ ଆଜି ତାଙ୍କ ମୃତ୍ୟୁପରେ ତାଙ୍କଘରମାଲିକ ସ୍ବେଚ୍ଛାସେବୀ ସଙ୍ଗଠନ ଦ୍ୱାରା କରିଛନ୍ତି ଶେଷକୃତ୍ୟ।