ବିଜୁ ଯୁବ ଓ ଛାତ୍ର ଜନତା ଦଳର ସେବା କାର୍ଯ୍ୟକ୍ରମ, ସପ୍ତାହେ ବ୍ୟାପୀ ଚାଲିବ

Published By : Prameya-News7 Bureau | October 03, 2021 IST

ଭଦ୍ରକ ୦୩।୧୦: ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ତରଫରୁ ସେବା କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ଭଦ୍ରକ ଜିଲ୍ଲାର ସହିଦନଗର ଠାରେ ସେବା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଅକ୍ଟୋବର ଦୁଇ ଗାନ୍ଧୀ ଜୟନ୍ତୀରୁ ନଭେମ୍ବର ଦୁଇ ଜୟପ୍ରକାଶ ଜୟନ୍ତୀ ପର୍ଯ୍ୟନ୍ତ ଏହି ଭଳି କାର୍ଯ୍ୟକ୍ରମ ଆୟୋଜିତ ହେବ ।

ସହିଦନଗର ଠାରେ ବିଜୁ ଯୁବ ଜନତା ଦଳର ଭଦ୍ରକ ଜିଲ୍ଲା ସମ୍ପାଦକ ସୁଶାନ୍ତ ପଣ୍ଡାଙ୍କ ନେତୃତ୍ୱରେ ସେବା କାର୍ଯ୍ୟ ଆରମ୍ଭ ହୋଇଛି ।  କଟସାହି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ସଫେଇ କାର୍ଯ୍ୟ କରାଯାଇଛି । ସ୍ୱାସ୍ଥ୍ୟ କେନ୍ଦ୍ରରୁ କର୍ମୀ ମାନେ ସଫେଇ ଆରମ୍ଭ କରି ବଜାର ମଧ୍ୟ ସଫେଇ କରିଛନ୍ତି । ଆଗାମୀ ସମୟରେ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧନା କରାଯିବ । ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମରେ ସହିଦ ପୀଠ ନିକଟରେ ବୃକ୍ଷ ରୋପଣ ମଧ୍ୟ କରାଯିବ ବୋଲି ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.