ଶବଦାହ କରିବାକୁ ବାଜିରେ ଲାଗିଛି ଜୀବନ, ଶ୍ମଶାନ ଯିବାକୁ ତଣ୍ଟିଏ ପାଣିରେ ପଶି ନାଳ ପାର୍ ହେଲେ ଲୋକେ

Published By : Prameya-News7 Bureau | August 11, 2022 IST

ଧର୍ମଗଡ ୧୧/୦୮: ଜୀବନକୁ ବାଜିରେ ଲଗାଇ ଶବସତ୍କାର ପାଇଁ ତଣ୍ଟିଏ ପାଣିରେ ଶବକୁ ବୋହି ନାଳ ପାର୍ ହେଲେ ଲୋକେ । ଏମିତି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଗୋଲାମୁଣ୍ଡା ବ୍ଲକ ବେହେରାଗୁଡା ଗାଁରେ । ବେହେରାଗୁଡ଼ା ଗାଁର ସନ୍ତରଣା ଦୀର୍ଘ ଦିନ ଧରି ପାରାଲେସିସ ରୋଗରେ ଆକ୍ରାନ୍ତ ଥିଲେ ତାଙ୍କ ହଠାତ ମୃତ୍ୟୁ ହେଇଛି ।

ଗତକିଛି ଦିନ କଳାହାଣ୍ଡି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ସବୁ ନଦୀ ନଳା ତଥା ଜମି ଗୁଡିକରେ ମଧ୍ୟ୍ୟ ପାଣି ଜମିରହିଛି । ଏହି ଲଗାଣ ବର୍ଷାରେ ସ୍ମଶାନକୁ ଯିବା ରାସ୍ତାରେ ଏକ ନାଲା ରହିଛି ସେହି ନାଲାରେ ପ୍ରବଳ ପାଣି ପ୍ରବାହିତ ହେଉଥିଲା ।

କିନ୍ତୁ ଶବଦାହ ପାଇଁ କୋଣସି ସ୍ଥାନ କିମ୍ୱା ଶ୍ମଶାନକୁ ଯିବା ପାଇଁ କୋଣସି ବିକଳ୍ପ ରାସ୍ତା ନଥିବାରୁ ବାଧ୍ୟ୍ୟ ହୋଇ ତଣ୍ଟିଏ ପାଣି ରେ ଶବକୁ ବୋହି ନାଲା ପାର୍ ହୋଇ ଶ୍ମଶାନକୁ ଯାଇଥିଲେ ଏବଂ ସେଠାରେ ଶବ ଦାହ କରାଯାଇଥିଲା । ଏହି ଘଟଣା ସାମ୍ନାକୁ ଆସିବା ପରେ ସାଧାରଣରେ ଉଦବେଗ ପ୍ରକାଶ ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.