ପ୍ରଭାସଙ୍କ ‘ସାଲାର’ ଏହି ଦିନ ହେବ ରିଲିଜ, ହ୍ରିତିକ୍-ଦୀପିକାଙ୍କୁ ଟକ୍କର ଦେବେ ‘ବାହୁବଳୀ’ଷ୍ଟାର
17/08/2022 at 8:59 AM

ମୁମ୍ବାଇ ୧୭।୦୮: ‘ବାହୁବଳୀ’ର ସୁପରଷ୍ଟାର ପ୍ରଭାସ । ବର୍ତ୍ତମାନ ତାଙ୍କର ପରବର୍ତ୍ତୀ ପ୍ରୋଜେକ୍ଟ ‘ସାଲାର’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏଥିରେ ସେ ଦମ୍ଦାର ଭୂମିକାରେ ଦେଖିବାକୁ ମିଳିବେ। ଉପରୁ ଏହି ଚଳଚ୍ଚିତ୍ରଟିକୁ ନିର୍ଦ୍ଦେଶନା ଦେଇଛନ୍ତି ପ୍ରଶାନ୍ତ ନୀଲ । ଏଭଳି ପରିସ୍ଥିତିରେ ଫିଲ୍ମ ନିର୍ମାତା ଏବଂ ଅଭିନେତା ଅଗଷ୍ଟ ୧୫ ଦିନ ବଡ ଅପଡେଟ୍ କରିଥିଲେ। ସେତେବେଳେ ଉତ୍ସାହିତ ସହ ପ୍ରଶଂସକମାନେ ପ୍ରଥମେ ଆଶା କରିଥିଲେ ଯେ ବୋଧହୁଏ ‘ସାଲାର’ର ଟିଜର ଆସିବାକୁ ଯାଉଛି। ହେଲେ ତାହା ନୁହେଁ ।
ନିକଟରେ ସେ ‘ସାଲାର’ ଫିଲ୍ମର ରିଲିଜ୍ ତାରିଖ ଘୋଷଣା କରିଛନ୍ତି। ୨୮ ସେପ୍ଟେମ୍ବର ୨୦୨୩ରେ ମୁକ୍ତିଲାଭ କରିବ। ଅର୍ଥାତ୍ ବଡ ପରଦାରେ ଏହା ଆସିବାକୁ ଅଧିକ ସମୟ ଲାଗିବ । ଯେଉଁ ଦିନ ପ୍ରଭାସଙ୍କ ‘ସାଲାର’ ରିଲିଜ୍ ହେବାକୁ ଯାଉଛି, ସେହିଦିନ ହ୍ରିତିକ୍ ରୋଶନ୍ ଏବଂ ଦୀପିକା ପାଦୁକୋନଙ୍କ ଆକ୍ସନ୍ ଫିଲ୍ମ ‘ଫାଇଟର୍’ର ରିଲିଜ୍ ହେବ। ଦୁଇ ଆକ୍ସନ ଷ୍ଟାରଙ୍କ ମଧ୍ୟରେ ଟକ୍କର ହେବ। ଉଭୟ ଚଳଚ୍ଚିତ୍ରର ରିଲିଜ୍ ତାରିଖରେ ଯଦି କୌଣସି ପରିବର୍ତ୍ତନ ନହୁଏ, ତେବେ ଏହି ଦିନ ବକ୍ସ ଅଫିସ୍ ପାଇଁ ଧମାଲ୍ ହେବ।
ଗୋଟିଏ ପଟେ ହ୍ରିତିକ-ଦୀପିକା ଏବଂ ଅନ୍ୟ ପଟେ ପ୍ରଭାସ ରହିବେ। ସାଉଥ୍ ବନାମ ବଲିଉଡରେ ମଧ୍ୟରେ ଏହି ସଂଘର୍ଷ ବହୁତ ଗୁରୁତ୍ୱପୂର୍ଣ୍ଣ ହେବ। ଉଲ୍ଲେଖଥାଉ କି, ପ୍ରଭାସ ଏବଂ ଦୀପିକା ମଧ୍ୟ ‘ପ୍ରୋଜେକ୍ଟ କେ’ ରେ ଏକ ଫିଲ୍ମରେ ଏକାଠି କାମ କରୁଛନ୍ତି। ‘ଫାଇଟର’ ବିଷୟରେ ଘୋଷଣା ହେବା ପରେ ପ୍ରଶଂସକଙ୍କ ମଧ୍ୟରେ ବହୁତ ଉତ୍ସାହ ରହିଛି ଏବଂ ଲୋକମାନେ ‘ସାଲାର’ ପାଇଁ ନଜର ରଖିଛନ୍ତି।