ବାଂଲାଦେଶ ବିପକ୍ଷରେ ଦକ୍ଷିଣ ଆଫ୍ରିକାର ରୋମାଞ୍ଚକର ବିଜୟ, ପ୍ରଥମ ଦଳ ଭାବେ ସୁପର-୮ରେ ପ୍ରବେଶ

Published By : Prameya-News7 Bureau | June 10, 2024 IST

espncricinfo

ନ୍ୟୁୟର୍କ: ଟି-୨୦ ବିଶ୍ଵକପ୍ ୨୦୨୪ରେ ନ୍ୟୁୟର୍କର ନାସାଓ ଇଣ୍ଟରନ୍ୟାସନାଲ ଷ୍ଟାଡିୟମର ମନ୍ଥର ପିଚ୍‌ରେ ଆଉ ଏକ ଲୋ ସ୍କୋରିଂ ରୋମାଞ୍ଚକର ମୁକାବିଲା ଦେଖିବାକୁ ମିଳିଛି। ମ୍ୟାଚ୍‌ରେ ୧୧୪ ରନର ବିଜୟ ଲକ୍ଷ୍ୟକୁ ମଧ୍ୟ ହାସଲ କରି ପାରିନି ବାଂଲାଦେଶ। ଆଉ ମ୍ୟାଚ୍‌କୁ ୪ ରନରେ ଜିତି ନେଇଛି ଦକ୍ଷିଣ ଆଫ୍ରିକା। ଦଳର ବିଜୟରେ ବିନ୍ଧାଣି ସାଜିଛନ୍ତି ବୋଲର। ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ହେନରିକ କ୍ଲାସେନଙ୍କ ବହୁମୂଲ୍ୟ ୪୬ ରନ ଓ ଡେଭିଡ୍ ମିଲରଙ୍କ ୨୯ ରନ ବଳରେ ୬ ଓ୍ଵିକେଟ୍ ହରାଇ ୧୧୩ ରନ କରିଥିଲା। ଜବାବରେ ବାଂଲାଦେଶ ପ୍ରତିପକ୍ଷ ବୋଲରଙ୍କ ଶାଣିତ ବୋଲିଂର ମୁକାବିଲା କରି ନ ପାରି ନିର୍ଦ୍ଧାରିତ ଓଭରରେ ୭ ଓ୍ଵିକେଟ୍ ହରାଇ ୧୦୯ ରନ କରି ପାରିଛି। ଟୋହିଡ ହ୍ରିଦୟ ୩୭ ରନ ଓ ମେହମୁଦୁଲ୍ଲା ୨୦ ରନ କରିଥିଲେ ହେଁ ଦଳକୁ ପରାଜୟରୁ ବଞ୍ଚାଇ ପାରି ନାହାନ୍ତି। କ୍ରମାଗତ ୩ଟି ମ୍ୟାଚ୍ ଜିତି ପ୍ରଥମ ଦଳ ଭାବେ ଟି-୨୦ ବିଶ୍ଵକପ୍ ୨୦୨୪ରେ ଦକ୍ଷିଣ ଆଫ୍ରିକା ସୁପର ୮ରେ ପ୍ରବେଶ କରିଛି। ଅନ୍ୟପଟେ ବାଂଲାଦେଶ ଦ୍ଵିତୀୟ ମ୍ୟାଚ୍‌ରେ ପ୍ରଥମ ପରାଜୟ ଭୋଗିଛି। 

Also read: ଟି-20 ବିଶ୍ୱକପ୍‌: 'ସୁପର-୮'କୁ ପାକିସ୍ତାନ କ୍ୱାଲିଫାଏ କରିବା ମୁସ୍କିଲ, ଭାରତ ଉପରେ କଲା ଭରସା

୧୧୪ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ବାଂଲାଦେଶକୁ ଦ୍ଵିତୀୟ ଓଭରରେ ତନଜିଦ ହସନ(୯)ଙ୍କ ରୂପେ ପ୍ରଥମ ଝଟକା ଲାଗିଥିଲା। ଦକ୍ଷିଣ ଆଫ୍ରିକା ପକ୍ଷରୁ ଶାଣିତ ବୋଲିଂ କରାଯାଇଥିଲା। ଏଥିପାଇଁ ବାଂଲାଦେଶ ପାଓ୍ଵାର ପ୍ଲେରେ ମାତ୍ର ୨୯ ରନ କରି ପାରିଥିଲା।  ହେଲେ ସପ୍ତମ ଓଭରର ପ୍ରଥମ ବଲ୍‌ରେ ଲିଟନ ଦାସ ୯ ରନ କରି ଆଉଟ୍ ହୋଇଥିଲେ। ରନ ଗତି ବହୁତ ଧିମା ପଡ଼ିପାରେ ଲାଗିଥିଲା। ସାକିବ ଅଲ ହସନ ମାତ୍ର ୩ ରନ ଓ ଅଧିନାୟକ ନମମୁଲ ହୁସେନ ସାଣ୍ଟୋ ୧୪ ରନ କରି ଆଉଟ୍ ହେବା ଦଳକୁ ବହୁତ ବଡ଼ ଝଟକା ଲାଗିଥିଲା। ଏହି ପରି ଦଳ ୫୦ ରନ ଭିତରେ ୪ ଓ୍ଵିକେଟ୍ ହରାଇ ବ୍ୟାକଫୁଟ୍‌ରେ ରହିଥିଲା। 

୧୦ ଓଭରରେ ବାଂଲାଦେଶ ୪ ଓ୍ଵିକେଟ୍ ହରାଇ ୫୦ ରନ କରି ପାରିଥିଲା। ତାହିଦ ହୃଦୟ ଓ ମେହମଦୁଲ୍ଲା ଭଲ ଭାଗିଦାରୀ ଯୋଡ଼ିଥିଲେ। ଉଭୟ ମିଶି ୧୫ ଓଭର ପର୍ଯ୍ୟନ୍ତ ଦଳର ସ୍କୋରକୁକ ୮୩ ରନରେ ପହଞ୍ଚାଇଥିଲେ। ମ୍ୟାଚ୍ ରୋମାଞ୍ଚକର ମୋଡ଼ ନେଇଥିଲା। ମାତ୍ର ୧୮ତମ ଓଭରରେ ରାବଡା ହ୍ରିଦୟଙ୍କୁ ଆଉଟ୍ କରିଥିଲେ। ହ୍ରିଦୟ ୩୭ ରନର ଉଲ୍ଲେଖନୀୟ ଇନିଂସ ଖେଳିଥିଲେ। ଶେଷ ୨ ଓଭରରେ ଜିତିବା ପାଇଁ ବାଂଲାଦେଶକୁ ଦରକାର ଥିଲା ୧୮ ରନ। ପୁଣି ଶେଷ ଓଭରରେ ଆବଶ୍ୟକ ଥିଲା ୧୧ ରନ। ମାତ୍ର ଜାକିର ଅଲ୍ଲୀ ଆଉଟ୍ ହେବାରୁ ବାଂଲାଦେଶ ପରାଜୟର ଦ୍ଵାର ଦେଶରେ ଛିଡ଼ା ହୋଇଥିଲା। ମେହମଦୁଲ୍ଲା ଶେଷ ଓଭରର ପଞ୍ଚମ ବଲ୍‌ରେ ଆଉଟ୍ ହେବା ଦକ୍ଷିଣ ଆଫ୍ରିକାର ବିଜୟ ସୁନିଶ୍ଚିତ ହୋଇଥିଲା। ଶେଷ ବଲ୍‌ରେ ବଡ଼ ସଟ୍ ଆସି ନ ଥିଲା। ଆଉ ଦକ୍ଷିଣ ଆଫ୍ରିକା ସଂଘର୍ଷପୂର୍ଣ୍ଣ ମୁକାବିଲାକୁ ୪ ରନରେ ଜିତି ନେଇଛି। 

ବୋଲିଂରେ ଦକ୍ଷିଣ ଆଫ୍ରିକା ପକ୍ଷରୁ କାଗିସୋ ରାବଡ଼ ୪ ଓଭରରେ ୧୯ ରନ ଦେଇ ୨ଟି, ଅନରିକ ନୋର୍ତ୍ତଜେ ୪ ଓଭରରେ ମାତ୍ର ୧୭ ରନ ଦେଇ ୨ଟି ଏବଂ କେଶ ମହାରାଜ ୨୭ ରନ ଦେଇ ୩ଟି ସଫଳତା ହାସଲ କରିଥିଲେ। 

 

 

  • ICC T20 World cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.