ବାଂଲାଦେଶ ବୋଲରଙ୍କ ଶାଣିତ ବୋଲିଂ; ଆଣ୍ଠେଇଲେ ବ୍ୟାଟର, ୧୧୩ରେ ଅଟକିଲା ଦକ୍ଷିଣ ଆଫ୍ରିକା

Published By : Prameya-News7 Bureau | June 10, 2024 IST

espncricinfo

ନ୍ୟୁୟର୍କ: ନ୍ୟୁୟର୍କର ନାସାଓ କ୍ରିକେଟ୍ ଷ୍ଟାଡିୟମର ମନ୍ଥର ପିଚ୍‌ରେ ଖେଳା ଯାଉଥିବା ବିଶ୍ଵକପ୍‌ର ୨୧ତମ ମ୍ୟାଚ୍‌ରେ ପୁଣି ଥରେ ବ୍ୟାଟର ଆଣ୍ଠେଇଛନ୍ତି। ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ୬ ଓ୍ଵିକେଟ୍ ହରାଇ ୧୧୩ ରନ କରିଛି। ହେନରିକ କ୍ଲାସେନ ୪୬ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଥିବା ବେଳେ ଡେଭିଡ୍ ମିଲର ୨୯ ରନ ଏବଂ କ୍ଵିଣ୍ଟନ ଡିକକ୍‌ ୧୮ ରନ କରିଛନ୍ତି। ବାଂଲାଦେଶ ସମ୍ମୁଖରେ ୧୧୪ ରନର ବିଜୟ ଲକ୍ଷ୍ୟ ରହିଛି। ବୋଲିଂରେ ତଞ୍ଜିନ ହସନ ସାକିବ ୧୮ ରନ ଦେଇ ୩ଟି ସଫଳତା ହାସଲ କରିଥିବା ବେଳେ ତସ୍କିନ ଅହମ୍ମଦ ୧୯ ରନ ଦେଇ ୨ଟି ଓ୍ଵିକେଟ୍ ନେଇଛନ୍ତି। ଏହା ବାଂଲାଦେଶର   ଦ୍ଵିତୀୟ ମ୍ୟାଚ୍ ହୋଇଥିବା ବେଳେ ଦକ୍ଷିଣ ଆଫ୍ରିକା ତୃତୀୟ ମ୍ୟାଚ୍ ଖେଳୁଛି। 

  • ICC T20 World cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.