ଅନ୍ତର୍ଜାତୀୟ କ୍ରିକେଟ୍ରୁ ସନ୍ନ୍ୟାସ ଘୋଷଣା କଲେ ଏହି ଦ. ଆଫ୍ରିକା ବ୍ୟାଟର, ଖେଳିଛନ୍ତି ୪ ବିଶ୍ଵ କପ୍
27/12/2022 at 10:26 PM

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ରୁ ସନ୍ନ୍ୟାସ ଘୋଷଣା କଲେ ଦକ୍ଷିଣ ଆଫ୍ରିକାର ଧଳା ବଲ୍ର ବିଶେଷଜ୍ଞ ଖେଳାଳି ତଥା ୪ ବିଶ୍ଵ କପ୍ ଖେଳିଥିବା ଫରହାନ ବେହାରଡିନ। ନିଜର ୧୮ ବର୍ଷର ପେଶାଦାର କ୍ୟାରିୟର ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି ଏହି ଖେଳାଳି। ୩୯ ବର୍ଷୀୟ ଫରାହନ ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ୨୦୧୮ ନଭେମ୍ବରରେ ଖେଳିଥିଲେ। ସେ ସାମାଜିକ ଗଣମାଧ୍ୟମରେ ଭାବବିହ୍ଵଳ ପୋଷ୍ଟ କରି ଅବସର ନେବାର ସୂଚନା ଦେଇଛନ୍ତି। ୨୦୧୮ ପରେ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିନଥିଲେ ବି ଘରୋଇ କ୍ରିକେଟ୍ରେ ଚର୍ଚ୍ଚିତ ନାମ ଥିଲେ। ତେବେ ତାଙ୍କର ପୋଷ୍ଟରୁ ଏହା ସ୍ପଷ୍ଟ ଜଣା ପଡିନାହିଁ ଯେ, ସେ ଘରୋଇ କ୍ରିକେଟ୍ ଖେଳ ଜାରି ରଖିବେ ନା ନାହିଁ।
— Farhaan Behardien (@fudgie11) December 27, 2022
ଫରହାନ ଦକ୍ଷିଣ ଆଫ୍ରିକା ପକ୍ଷରୁ ମୋଟ୍ ୫୯ଟି ଦିନିକିଆ ଏବଂ ୩୮ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ଦିନିକିଆରେ ୧୦୭୪ ରନ ଏବଂ ଟି-୨୦ ଅନ୍ତର୍ଜାତୀୟରେ ୫୧୮ ରନ କରିଛନ୍ତି। ସେ ନିଜର ଶେଷ ଅନ୍ତର୍ଜାତୀୟ ମୁକାବିଲା ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିଲେ।ତାଙ୍କର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଟି-୨୦ ଥିଲା। ଫରହାନ ୨୦୦୪ରେ ନିଜର ପ୍ରଥମ ଶ୍ରେଣୀ ଏବଂ ଲିଷ୍ଟ ଏ କ୍ରିକେଟ୍ରେ ପଦାର୍ପଣ କରିଥିଲେ। ୧୨୫ ପ୍ରଥମ ଶ୍ରେଣୀ କ୍ରିକେଟ୍ରେ ସେ ୭୦୦୦ ରନ କରିଛନ୍ତି।
୨୦୧୨ରେ କ୍ରିକେଟ୍ ସାଉଥ ଆଫ୍ରିକା ଫରହାନଙ୍କୁ ସାଉଥ ଆଫ୍ରିକନ ଟି-୨୦ ପ୍ଲେୟାର ଅଫ ଦ ଇୟର ଚୟନ କରାଯାଇଥିଲା। ସେ ୨୦୧୨ ମାର୍ଚ୍ଚରେ ଭାରତ ବିପକ୍ଷରେ ଅନ୍ତର୍ଜାତୀୟ ମ୍ୟାଚ୍ରେ ପଦାର୍ପଣ କରିଥିଲେ। ଦକ୍ଷିଣ ଆଫ୍ରିକା ଉକ୍ତ ମ୍ୟାଚ୍କୁ ଡକ୍ ଓ୍ଵର୍ଥ ଲୁଇସ୍ ନିୟମରେ ୧୧ ରନରେ ଜିତି ନେଇଥିଲା।