ଏସ୍.ଏନ୍.ଶ୍ରୀବାସ୍ତବ ହେଲେ ଦିଲ୍ଲୀ ପୋଲିସର ନୂଆ କମିଶନର, ମାର୍ଚ୍ଚ ୧ରେ ନେବେ ଦାୟିତ୍ୱ

Published By : Prameya-News7 Bureau | February 28, 2020 IST

ନୂଆଦିଲ୍ଲୀ ୨୮।୨: ବରିଷ୍ଠ ଆଇପିଏସ୍ ଅଫିସର ଏସ୍.ଏନ.ଶ୍ରୀବାସ୍ତବଙ୍କୁ ଦିଲ୍ଲୀର ନୂଆ ପୋଲିସ କମିଶନର ନିଯୁକ୍ତ କରାଯାଇଛି। ଏହି ପଦବୀରେ ଅବସ୍ଥାପିତ ଅମୂଲ୍ୟ ପଟ୍ଟନାୟକ ଫବୃଆରୀ ୨୯ ତାରିଖରେ ଚାକିରୀରୁ ଅବସର ନେବେ। ଏଣୁ ଶ୍ରୀବାସ୍ତବ ମାର୍ଚ୍ଚ ୧ ତାରିଖରେ ଦାୟିତ୍ୱ ଗ୍ରହଣ କରିବେ ବୋଲି ଜଣାପଡିଛି। ଶ୍ରୀବାସ୍ତବଙ୍କୁ କମିଶନର ନିଯୁକ୍ତି ଲାଗି କେନ୍ଦ୍ର ଗୃହମନ୍ତ୍ରାଳୟ ସବୁଜ ସଙ୍କେତ ଦେଇଥିଲେ। ସେହି ଅନୁସାରେ ଦିଲ୍ଲୀ ଉପରାଜ୍ୟପାଳ ଶୁକ୍ରବାର ତାଙ୍କ ନିଯୁକ୍ତି ଘୋଷଣା କରିଛନ୍ତି।

{"id":230359,"width":580,"height":426,"sizeSlug":"large"}

୧୯୮୫ ବ୍ୟାଚ୍‌ର ଆଇପିଏସ୍ ଶ୍ରୀବାସ୍ତବ ଏବେ ସିଆରପିଏଫ ଜମ୍ମୁ-କାଶ୍ମୀରରେ ମୁତୟନ ଅଛନ୍ତି। ଦିଲ୍ଲୀ ହିଂସାକୁ ଦେଖି ତାଙ୍କୁ ସିଆରପିଏଫରୁ ଡକାଇ ଦିଲ୍ଲୀ ପୋଲିସ ସ୍ୱତନ୍ତ୍ର କମିଶନର (ଲ ଏଣ୍ଡ ଅର୍ଡର) ନିଯୁକ୍ତ କରାଯାଇଥିଲା। ତେବେ ଶ୍ରୀବାସ୍ତବଙ୍କ ଲାଗି ଦିଲ୍ଲୀ ପୋଲିସ ନୂଆ ନୁହେଁ। ସେ ପୂର୍ବରୁ ମଧ୍ୟ ଦିଲ୍ଲୀ ପୋଲିସରେ କାମ କରିଛନ୍ତି। ଅତୀତତରେ ସେ ଦିଲ୍ଲୀ ପୋଲିସ ସ୍ପେଶାଲ ସେଲର ସ୍ୱତନ୍ତ୍ର ପୋଲିସ କମିଶନର ଅବସ୍ଥାପିତ ଥିଲେ।

{"id":230360,"width":579,"height":381,"sizeSlug":"large"}

ସ୍ପେଶାଲ ସେଲରେ ଅବସ୍ଥାପିତ ଥିବା ବେଳେ ଶ୍ରୀବାସ୍ତବ ଆଇପିଏଲ ମ୍ୟାଚ୍‌ ଫିକ୍ସିଂର ପର୍ଦ୍ଦାଫାସ କରିଥିଲେ। ଗତ ୨ ବର୍ଷ ହେଲା ଜମ୍ମୁ-କାଶ୍ମୀର ସ୍ପେଶାଲ ଡିଜିପି ଅବସ୍ଥାପିତ ଥିବା ଶ୍ରୀବାସ୍ତବ ଅପରେସନ ଅଲ-ଆଉଟ୍ ଲାଗି ମଧ୍ୟ ଜଣାଶୁଣା। କାଶ୍ମୀରରେ ଆତଙ୍କ ସମାପ୍ତି ଲାଗି ତାଙ୍କୁ ଦାୟିତ୍ୱ ଦିଆଯାଇଥିଲା। ଏଣୁ ୨୦୧୭ରେ ସେ ଆରମ୍ଭ କରିଥିବା ଆଣ୍ଟି ଟେରର ଅପରେସନରେ ହିଜବୁଲର ଅନେକ ଟପ୍ କମାଣ୍ଡରଙ୍କ ସଫେଇ କରିଦେଇଛନ୍ତି।

{"id":230364,"sizeSlug":"large"}

ଦିଲ୍ଲୀ ପୋଲିସ କମିସନର ଅବସ୍ଥାପିତ ଅମୂଲ୍ୟ ପଟ୍ଟନାୟକଙ୍କ କାର୍ଯ୍ୟକାଳ ଗତ ଜାନୁୟାରୀରେ ସମାପ୍ତ ହୋଇଥିଲା। ତେବେ ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ତାଙ୍କ କାର୍ଯ୍ୟକାଳ ଏକମାସ ବଢାଇ ଦିଆଯାଇଥିଲା। ହେଲେ ତାଙ୍କ କାର୍ଯ୍ୟକାଳ ଶେଷ ହେଉ ହେଉ ଦିଲ୍ଲୀ ଦଙ୍ଗା ଉପୁଜିଥିବା ବେଳେ ୩୮ ଜଣଙ୍କ ପ୍ରାଣ ହାନୀର କାରଣ ପାଲଟିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.