ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଏମିତି କଡା ଶବ୍ଦରେ ଜବାବ ଦେଲେ ଏସ ଜୟଶଙ୍କର, କଣ କହିଲେ ଜାଣନ୍ତୁ

Published By : Prameya-News7 Bureau | August 30, 2020 IST

ନୂଆଦିଲ୍ଲୀ ୩୦।୦୮:  ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଟିପ୍ପଣୀ ଉପରେ କଡା ଶବ୍ଦରେ ଜବାବ ଦେଇଛନ୍ତି। ସେ ସ୍ପଷ୍ଟ ଶବ୍ଦରେ କହିଛନ୍ତି ଭାରତ କାହା ସହିତ ମିଶି କିମ୍ଵା କାହାରି ଇସାରାରେ କାମ କରେ ନାହିଁ ବରଂ ଏହି କାମ ପାକିସ୍ତାନ କରିଥାଏ।

ସୂଚନାଯୋଗ୍ୟ ନିକଟରେ ଦେଇଥିବା ଏକ ସାକ୍ଷାତକାରରେ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନିଜ ଦେଶର ଭବିଷ୍ୟତ ଚୀନ ସହିତ ଥିବା କହିଥିଲେ। ସେ କହିଥିଲେ ଏହା ଦୁର୍ଭାଗ୍ୟ ଯେ ଭାରତକୁ ପାଶ୍ଚାତ୍ୟ ଦେଶ ନିଜର ହିତ ପାଇଁ ବ୍ୟବହାର କରୁଛନ୍ତି ଯଦ୍ଵାରା ଚୀନକୁ ରୋକା ଯାଇ ପାରିବ। ଇମ୍ରାନ ଖାନଙ୍କ କହିବା କଥା ଏହି କାରଣରୁ ଚୀନକୁ ପାକିସ୍ତାନର ଆବଶ୍ୟକତା ରହିଛି। ସେ ପାକିସ୍ତାନର ଭୂ ରାଜନୈତିକ ସ୍ଥିତିକୁ ବହୁତ ଗୁରୁତ୍ଵପୂର୍ଣ୍ଣ ଦର୍ଶାଇଥିଲେ।

କଣ କହିଲେ ଏସ ଜୟଶଙ୍କର

ଏକ ସାକ୍ଷାତକାରରେ ଭାରତୀୟ  ବୈଦେଶିକ ମନ୍ତ୍ରି ଏସ  ଜୟଶଙ୍କର କହିଛନ୍ତି ପାକିସ୍ତାନକୁ ନିଜ ବିଷୟରେ ସଠିକ୍ ଢଙ୍ଗରେ ଚିନ୍ତା କରିବା ଉଚିତ୍। ଭାରତ ଭିନ୍ନ ପ୍ରକାରର ଏକ ସାଂସ୍କୃତିକ ଦେଶ। ଆମର ଇତିହାସ ଉପରେ ନଜର ପକାନ୍ତୁ। ଆମେ ଦୁଇ ଦଶନ୍ଧି ଧରି ବହୁତ ମୁସ୍କିଲ ସ୍ଥିତିର ସାମ୍ନା କରିଛୁ। କାରଣ ଆମେ ନିଜର ସ୍ଵତନ୍ତ୍ରତାକୁ ବହୁତ ସମ୍ମାନ କରୁ। କିଛି ଲୋକଙ୍କୁ ଲାଗିଥାଏ ସେମାନେ ଭୁଲ କଲେ ଆମେ ମଧ୍ୟ ତାଙ୍କ ପରି ଭୁଲ କରିବୁ। ଭାରତ ନିଜକୁ ନେଇ ବିଶ୍ଵରେ ନିଜର ସ୍ଵତନ୍ତ୍ର ଦୃଷ୍ଟିକୋଣ ରହିଛି। ଜୟଶଙ୍କର କହିଛନ୍ତି ଭାରତର ନିଜସ୍ଵ ହିତ ରହିଛି। ଭାରତର ନିଜର ଚରିତ୍ର ରହିଛି। ଏହାକୁ କାହାରି ବିରୋଧରେ ନକରାତ୍ମନକ ଭାବେ ଦର୍ଶାଯାଇ ପାରିବ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.