ରାହୁଲଙ୍କ ମନ୍ତବ୍ୟକୁ ନେଇ ବୟାନବାଜି ଭିତରେ ଜୟଶଙ୍କରଙ୍କ ଫଟୋ ସେୟାର; ରାହୁଲଙ୍କ ସମେତ ରହିଛନ୍ତି ଅନେକ ନେତା
19/03/2023 at 11:27 AM

ନୂଆଦିଲ୍ଲୀ: ବିଦେଶରେ ରାହୁଲ ଗାନ୍ଧିଙ୍କ ବିବାଦୀୟ ବୟାନକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ବୟାନବାଜି ଜାରି ରହିଛି । ରାହୁଲ ଲଣ୍ଡନରେ ଦେଇଥିବା ମନ୍ତବ୍ୟକୁ ନେଇ ବିଜେପି କ୍ଷମା ପ୍ରାର୍ଥନା ଦାବି କରିଛି । ଏହାରି ଭିତରେ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ନିଜ ଟୁଇଟର ହେଣ୍ଡଲରେ ରାହୁଲ ଗାନ୍ଧି ଓ ଶଶି ଥରୁରଙ୍କ ସମେତ ବିପକ୍ଷ ନେତାଙ୍କ ସହିତ କିଛି ଫଟୋ ସେୟାର କରିଛନ୍ତି । ଏହି ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।
ସୂଚନା ଅନୁଯାୟୀ, ଜି-୨୦ ଅଧ୍ୟକ୍ଷତା ପାଇଁ ବିଦେଶରେ ଏକ ସଂସଦୀୟ ସମିତ ବୈଠକରେ ରାହୁଲ ଗାନ୍ଧି ଓ ଶଶି ଥରୁରଙ୍କ ସହିତ ଅନେକ ବିରୋଧୀ ଦଳର ନେତା ସାମିଲ ହୋଇଥିଲେ । ଏହାକୁ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ଅଧ୍ୟକ୍ଷତା କରିଥିଲେ । ମିଟିଂ ପରେ ବିଦେଶ ମନ୍ତ୍ରୀ ସମସ୍ତ ସାଂସଦଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହାର ଏକ ଫଟୋ ଜୟଶଙ୍କର ସେୟାର କରିଛନ୍ତି ।

ସେପଟେ ଶଶି ଥରରୁ ଟ୍ବିଟ୍ କହିଛନ୍ତି, ଏହାକୁ କିଛି ସଦସ୍ୟ ଅଯଥା ରାଜନୈତିକକରଣ କରୁବାରୁ ବୈଠକ କିଛି ସମୟ ପାଇଁ ପ୍ରଭାବିତ ହୋଇଥିଲା ବୋଲି କହିଛନ୍ତି । ଅନ୍ୟପଟେ ଏହାର ଜବାବ ଦେଇଛନ୍ତି ରାହୁଲ ଗାନ୍ଧି । ଏହି ବୈଠକ ଏକ ସୁନ୍ଦର ଫଟୋଗ୍ରାଫରେ ଶେଷ ହୋଇଛି ।