ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଯାଜପୁର: ଶୌଚ ହେବାକୁ ଯାଇ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ମାଲକାନଗିରିରେ କମ୍ୱିଂ ବେଳେ ପୋଲିସକୁ ସଫଳତା, ମାଓ କ୍ୟାମ୍ପ ଠାବ
  • ||

‘ଯେଉଁପରି ଭାବରେ ପାଣ୍ଡବ ନିଜ ପରିଜନଙ୍କୁ ବାଛିପାରିନଥିଲେ…’’: ପାକିସ୍ତାନକୁ ନେଇ କହିଲେ ଏସ ଜୟଶଙ୍କର

29/01/2023 at 5:18 PM

S Jaishankar

ନୂଆଦିଲ୍ଲୀ, ୨୯/୦୧: ପାଣ୍ଡବ ଯେପରି ନିଜ ପରିଜନଙ୍କୁ ବାଛିପାରିନଥିଲେ ସେହିପରି ଭାରତ ମଧ୍ୟ ନିଜ ଭୌଗୋଳିକ ପଡ଼ୋଶୀ ବାଛିପାରିବ ନାହିଁ। ଶନିବାର ଏକ କାର୍ଯ୍ୟକ୍ରମରେ ପାକିସ୍ତାନକୁ ନେଇ ଏଭଳି କହିଛନ୍ତି ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର। ଶନିବାର ପୁଣେରେ ନିଜ ଇଂରାଜୀ ପୁସ୍ତକ ‘ଦ ଇଣ୍ଡିଆ ଓ୍ବେ’ର ମରାଠୀ ସଂସ୍କରଣ ‘ଭାରତ ମାର୍ଗ’ର ଉନ୍ମୋଚନ ଅବସରରେ ଏଭଳି କହିଛନ୍ତି ଜୟଶଙ୍କର। ଜୟଶଙ୍କରଙ୍କ ପୁସ୍ତକର ମରାଠୀ ସଂସ୍କରଣର ଉନ୍ମୋଚନ କରିଥିଲେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍।

ପଡ଼ୋଶୀ ଏବଂ ଦୁଷ୍ଟ ରାଷ୍ଟ୍ର (ପାକିସ୍ତାନ) ଯାହା ପରମାଣୁ ଶକ୍ତି ସମ୍ପନ୍ନ ହୋଇଥାଏ। ଏହା ଆମ ପାଇଁ ସମ୍ପତ୍ତି କିମ୍ବା ବୋଝ ହେବ ଏହି ସମ୍ବନ୍ଧରେ ପଚରାଯାଇଥିବା ପ୍ରଶ୍ନରେ ମନ୍ତ୍ରୀ ଏହି ଜବାବ ଦେଇ, ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେଉଁଭଳି ଭାବରେ ପାଣ୍ଡବଙ୍କୁ ନିଜ ସଂପର୍କୀୟଙ୍କୁ ବାଛି ପାରିନଥିଲେ। ସେହିଭଳି ଭାରତ ନିଜ ଭୌଗୋଳିକ ପଡ଼ୋଶୀଙ୍କୁ ବାଛିପାରିବ ନାହିଁ। ସ୍ବାଭାବିକ ଭାବରେ ଆମେ ଆଶା କରୁଛୁ ଯେ ପଡ଼ୋଶୀ ଦେଶ ସହ ଊତ୍ତମ ସଂପର୍କ ବଜାୟ ରହୁ। ପାକିସ୍ତାନର ଆର୍ଥିକ ସ୍ଥିତି ବିଷୟରେ ପଚାରାଯାଇଥିବା ପ୍ରଶ୍ନରେ ଏସ ଜୟଶଙ୍କର କହିଥିଲେ ଯେ ପାକିସ୍ତାନରେ କ’ଣ ହେଉଛି, ଆମେ ତାହା ଉପରେ ଟିପ୍ପଣୀ କରିପାରିବୁ ନାହିଁ।

ଭାରତୀୟ ମହାକାବ୍ୟରୁ ଅନେକ କଥା ଶିଖିବାର ଅଛି:

ଏହି ଅବସରରେ ସେ କହିଛନ୍ତି ରଣନୀତି ତିଆରି କରିବା ଭାରତୀୟ ମହାକାବ୍ୟ ଏବଂ କଥାରୁ ଶିଖିବାର ଅଛି। ଜୟଶଙ୍କର ଭଗବାନ ଶ୍ରୀ କୃଷ୍ଣ ଏବଂ ଜୟଦ୍ରଥଙ୍କ ପ୍ରସଙ୍ଗର ଉଦାହରଣ ମଧ୍ୟ ଦେଇଥିଲେ। ସେ କହିଥିଲେ ଜୟଦ୍ରଥଙ୍କ ବଦ୍ଧ କରିବା ପାଇଁ ଭଗବାନ କୃଷ୍ଣ ସୂର୍ଯ୍ୟାସ୍ତର ଭ୍ରମ କରିଥିଲେ। ଜୟଦ୍ରଥ ଭାବିଥିଲେ ଯେ ତାହା ସତ। କିନ୍ତୁ ଏଭଳି ହୋଇନଥିଲା। ବିଦେଶ ମନ୍ତ୍ରୀ କହିଥିଲେ, ଏହା ଏକ ଭଲ ରଣନୀତିର ଉଦାହରଣ। ଆମକୁ ଏହି କଥାରୁ ଶିଖିବା ଦରକାର। ସେ କହିଛନ୍ତି ଆମକୁ ଅନ୍ୟ କାହାଣୀ ଅପେକ୍ଷା ଭାରତୀୟ ମହାକାବ୍ୟ ପୁରାଣ ବିଷୟରେ ପଢ଼ିବା ଦରକାର। ଆମକୁ ଆମର ପୁରାଣ ଏବଂ ମହାକାବ୍ୟରୁ ହିଁ ରଣନୀତି ବିଷୟରେ ଜାଣିହେବ।

ଦୁନିଆର ସବୁଠୁ ବଡ଼ କୂଟନୀତିଜ୍ଞ କୂଟନୀତିଜ୍ଞ ଭଗବାନ ଶ୍ରୀ କୃଷ୍ଣ ଏବଂ ହନୁମାନ:

ଦୁନିଆର ସବୁଠୁ ବଡ଼ କୂଟନୀତିଜ୍ଞ କିଏ ଥିଲେ? ବିଦେଶ ମନ୍ତ୍ରି ଏସ ଜୟଶଙ୍କର ମହାଭାରତ ଏବଂ ରାମାୟଣର ପ୍ରସଙ୍ଗ ସାମ୍ନାରେ ରଖି ଏହାର କୌତୂହଳ ପୂର୍ଣ୍ଣ ଜବାବ ରଖିଥିଲେ। ସେ କହିଥିଲେ ସବୁଠୁ ବଡ଼ କୂଟନୀତିଜ୍ଞ ଭଗବାନ ଶ୍ରୀ କୃଷ୍ଣ ଏବଂ ହନୁମାନ ଥିଲେ। ସେ କହିଥିଲେ ଯେଉଁଭଳି ଭାବରେ ଏମାନେ ପରିସ୍ଥିତିର ସାମ୍ନା କରିଥି​ଲେ ସେଥିରୁ ଆ​ମକୁ ଶିଖିବା ଦରକାର।

   Related Posts