ସୀମା ସୁରକ୍ଷାକୁ ନେଇ ଆଭିମୁଖ୍ୟ ସ୍ପଷ୍ଟ, ଜୟଶଙ୍କର କହିଲେ କାହାରି ଚାପରେ ଆସିବ ନାହିଁ ଭାରତ

Published By : Prameya-News7 Bureau | January 15, 2023 IST

ନୂଆଦିଲ୍ଲୀ: ‘କାହାରି ଚାପରେ ଆସିବ ନାହିଁ ଭାରତ । କୌଣସି ଦେଶ ଭାରତକୁ ପ୍ରଭାବିତ କରିପାରିବାରେ ନାହିଁ । ନିଜ ସୁରକ୍ଷା ନେଇ ଭାରତ ସୁନିଶ୍ଚିତ ରହିଛି’ । ସୀମା ସୁରକ୍ଷା ଓ ଆତଙ୍କବାଦୀଙ୍କୁ ନେଇ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର । ପାକିସ୍ତାନର ଆତଙ୍କବାଦୀ କାର୍ଯ୍ୟକଳାପ ଓ ଏଲଏସିରେ ଚୀନ୍ ସେନା ସହିତ ସଂଘର୍ଷ ପରେ ପ୍ରତିକ୍ରିୟା ରଖିଛନ୍ତି ବୈଦେଶିକ ବ୍ୟାପର ମନ୍ତ୍ରୀ ।

ଶନିବାର ସଂଧ୍ୟାରେ ତାମିଲ ସାପ୍ତାହିକ ‘ତୁଗଲକ’ ୫୩ତମ ବାର୍ଷିକ ଉତ୍ସବକୁ ସମ୍ବୋଧିତ କରି ଏଭଳି କହିଛନ୍ତି ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର । ଚୀନ୍ ଭାରତର ଉତ୍ତର ସୀମାରେ ବହୁ ସଂଖ୍ୟାରେ ସେନା ଠୁଳ କରୁଛି । ଭାରତ ଜମି ଉପରେ ଡ୍ରାଗନର କୁ-ଦୃଷ୍ଟି ରହିଛି । ସୀମା ଉଲ୍ଲଙ୍ଘନ ପାଇଁ ପିଏଲଏ ସବୁ ବେଳେ ପ୍ରାୟସ କରୁଛି । ହେଲେ ଭାରତୀୟ ସେନା କଡ଼ା ଜବାବ ଦେଉଛନ୍ତି । ଦୁର୍ଗମ ଅଞ୍ଚଳରେ ଶତ୍ରୁ ଦେଶ ଠାରୁ ସୁରକ୍ଷା ଦେଉଛନ୍ତି ଯବାନ ।

ଅରୁଣାଚଳ ପ୍ରଦେଶ ତବଙ୍ଗ ସେକ୍ଟରରେ ଚୀନ୍ ଭାରତ ସୀମା ଉଲ୍ଲଙ୍ଘନ କରିବାକୁ ଚେଷ୍ଟା କରିଥିଲା । ହେଲେ ଭାରତୀୟ ସେନା ପିଏଲଏର ଏଭଳି ଉଦ୍ୟମକୁ ପଣ୍ଡ କରିଥିଲା । ବାଧ୍ୟ ହୋଇ ଚୀନ୍ ସୈନ୍ୟ ପଛଘୁଞ୍ଚା ଦେଇଥିଲେ । ଯବାନଙ୍କ ପାଲଟା ଆକ୍ରମଣ ପରେ ଭାରତ କାହାରି ଚାପରେ ଆସିବ ନାହିଁ ବୋଲି ସ୍ପଷ୍ଟ ହୋଇଛି । ଏହା ପୂର୍ବରୁ ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ପରେ ବାୟୁସେନା ଏୟାର ଷ୍ଟ୍ରାଇକ୍ କରି ପାକିସ୍ତାନକୁ କଡ଼ା ସନ୍ଦେଶ ଦେଇଥିଲା ବୋଲି ଏସ ଜୟଶଙ୍କର କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.