ନୂଆଦିଲ୍ଲୀ: ୨୦୨୫ ଫେବ୍ରୁଆରୀରୁ ଆରମ୍ଭ ହେବ ଆଇସିସି ଚାମ୍ପିଅନ୍ସ ଟ୍ରଫି । ଏହାର ଆୟୋଜକ ଦଳ ରହିଛି ପାକିସ୍ତାନ । ମାତ୍ର ଟୁର୍ଣ୍ଣମେଣ୍ଟକୁ ନେଇ ଦ୍ବନ୍ଦ୍ବ ବଢ଼ିବାରେ ଲାଗିଛି । ପଡୋଶୀ ଦେଶରେ ମ୍ୟାଚ୍ ହେବା ନେଇ ସସ୍ପେନ୍ସ ଜାରି ରହିଛି । ଟିମ୍ ଇଣ୍ଡିଆ ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ଯିବ ନାହିଁ ବୋଲି ପୂର୍ବରୁ ସ୍ପଷ୍ଟ କରିଛି ବିସିସିଆଇ । ଏନେଇ ଶୁକ୍ରବାର ଇଣ୍ଟରନ୍ୟାସନାଲ କ୍ରିକେଟ୍ କାଉଁସିଲ୍ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଥିଲା । ଏଥିରେ ପାକିସ୍ତାନ କ୍ରିକେଟ୍ ବୋର୍ଡ ଏବଂ ବିସିସିଆଇକୁ ପୁଣି ବିଚାର କରିବାକୁ କୁହାଯାଉଛି । ଏହାରି ଭିତରେ ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ବିଦେଶନୀତିକୁ କ୍ରିକେଟ୍ ଭାଷାରେ ବୁଝାଇବାକୁ ଚେଷ୍ଟା କରିଛନ୍ତି ।
ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ୍ ସହିତ ରାଜନୈତିକ ସମ୍ପର୍କ ମଧ୍ୟ ଖରାପ ରହିଛି । ଏହାକୁ ସରଳ ଭାଷାରେ ବୁଝେଇବାକୁ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ପାକିସ୍ତାନ ବିରୋଧରେ ଭାରତର ବିଦେଶନୀତିକୁ କ୍ରିକେଟର ସାହାରା ନେଇଛନ୍ତି । ପୂର୍ବତନ କ୍ରିକେଟର ମହେନ୍ଦ୍ର ଅମରନାଥଙ୍କ ଆତ୍ମକଥା ‘ଫିୟରଲେସ୍’ ବୁକ୍ର ଶୁଭ ଉନ୍ମୋଚନ ଅବସରରେ ବିଦେଶନୀତି କଥା ଉଠାଇଛନ୍ତି । ଏସ. ଜୟଶଙ୍କର କହିଛନ୍ତି, ଆପଣମାନେ ପଡ଼ୋଶୀ ଟିମ୍ ସହିତ ଉଚ୍ଚକୋଟିର କ୍ରିକେଟ ଖେଳିବାର ସୁଯୋଗ ପାଇଛନ୍ତି , କାରଣ ସେତେବେଳେ ସାଇଡ୍-ଅନ୍ ଥିଲା । ସେ ସମୟରେ ପାକିସ୍ତାନ ବିଦେଶ ନୀତିକୁ ବର୍ଣ୍ଣନା କରିବା ପାଇଁ ଏହା ଠାରୁ ଭଲ ବିଷୟ ଆଉ କିଛି ନାହିଁ । ବର୍ତ୍ତମାନ ସମୟରେ ଆଉ ପୂର୍ବ ସ୍ଥିତି ନାହିଁ । ପାକିସ୍ତାନ ସାମ୍ନାରେ ଭାରତ ଖୋଲାଖୋଲି ଭାବେ ଖେଳିପାରିବ ।
କେନ୍ଦ୍ର ମନ୍ତ୍ରୀ କ୍ରିକେଟ୍ ଏବଂ ଭାରତର ବିଦେଶ ନୀତିରେ ଆସିଥିବା ପରିବର୍ତ୍ତନର ସମାନତା ଦେଖିବାକୁ ମିଳିଛି ବୋଲି ଏସ ଜୟଶଙ୍କର କହିଛନ୍ତି । ୧୯୮୩ରେ ଭାରତୀୟ ଦଳର ବିଶ୍ବକପ ବିଜୟ ଟର୍ଣ୍ଣିଂ ପଏଣ୍ଟ ସେ କହିଛନ୍ତି । ଏହା କେବଳ ନିର୍ଣ୍ଣାୟକ ମୋଡ ନଥିଲା, ବରଂ ନିର୍ଣ୍ଣାୟକ ମୋଡର ମ୍ୟାନ ଅଫ୍ ଦି ମ୍ୟାଚ୍ ଥିଲା । ଗୋଟିଏ ସମୟରେ ପାକିସ୍ତାନ ବିଜୟ ହାସଲ କରିଥିଲା ଏବଂ ଶ୍ରୀଲଙ୍କା ମଧ୍ୟ ବିଜୟ ହାସଲ କରିଥିଲା । କିନ୍ତୁ କ୍ରିକେଟ୍ ଇଦିହାସରେ ଏତେ ବଡ଼ ପରିବର୍ତ୍ତନ କେବେ ଆସିନଥିଲା । ଯଦି ଆପଣ ୧୯୮୩ରେ ଭାରତର ଭୂମିକା ଦେଖିବେ, ତେବେ ଏହାର ମୌଳିକ ରୂପ ବଦଳିଯାଇଛି ।
ଜୟଶଙ୍କର କହିଛନ୍ତି, ବିଦେଶ ନୀତି ମଧ୍ୟ କ୍ରିକେଟ୍ ଭଳି । ଖେଳରେ ମଧ୍ୟ ପରିସ୍ଥିତି ବଦଳୁଥାଏ । ଘରୋଇ ମାଟିରେ କ୍ରିକେଟ୍ ଖେଳିବା ଏବଂ ବିଦେଶରେ କ୍ରିକେଟ୍ ଖେଳିବା ମଧ୍ୟରେ ବହୁତ ଅନ୍ତର ରହିଛି ବୋଲି ଏସ. ଜୟଶଙ୍କର କହିଛନ୍ତି । ..