ନୂଆଦିଲ୍ଲୀ: ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କର ଏବଂ ଟିଏମସି ନେତା ଡେରେକ ଓ'ବ୍ରାୟନଙ୍କ ସମେତ ୧୧ ଜଣ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ଏମାନଙ୍କ ବିରୋଧରେ ଛିଡ଼ା ହୋଇଥିବା ସବୁ ପ୍ରାର୍ଥୀ ନିଜ ନାମାଙ୍କନକୁ ଫେରାଇ ନେଇଛନ୍ତି । ଏପରିସ୍ଥିତିରେ ବିଜେପିକୁ ଗୋଟିଏ ଆସନର ଲାଭ ହେବ । ଏହାସହ ରାଜ୍ୟ ସଭାରେ ଶାସକ ଦଳର ସଂଖ୍ୟା ୯୩ ହୋଇଯିବ । ଉଲ୍ଲେଖଯୋଗ୍ୟ ଯେ ରାଜ୍ୟ ସଭାରେ ମୋଦୀ ସରକାରର ବହୁମତ ନାହିଁ । ଖବର ଅନୁସାରେ ଜୁଲାଇ ୨୪ରେ ହେବାକୁ ଥିବା ମତଦାନ ଏବେ ଆଉ ହେବ ନାହିଁ । ପଶ୍ଚିମବଙ୍ଗର ୬, ଗୁଜରାଟର ତିନି ଏବଂ ଗୋଆର ଗୋଟିଏ ଆସନ ପାଇଁ ମତଦାନ ହେବାର ଥିଲା ।
ପଢନ୍ତୁ: ରାଜ୍ୟସଭା ପାଇଁ ଗୁଜରାଟରୁ ନାମାଙ୍କନ ଦାଖଲ କଲେ ଏସ୍ ଜୟଶଙ୍କର
ଛଅ ଟିଏମସି ଏବଂ ପାଞ୍ଚ ବିଜେପି ପ୍ରାର୍ଥୀ ନିର୍ବିରୋଧରେ ନିର୍ବାଚିତ ହୋଇଛନ୍ତି । ଅନ୍ୟ ଟିଏମସି ନେତାଙ୍କ ମଧ୍ୟରେ ଶୁଖେନ୍ଦୁ ଖେଶର ରାୟ, ଡୋଲା ସେନା, ସାକେତ ଗୋଖଲେ, ସମୀରୁଲ ଇସ୍ଲାମ ଏବଂ ପ୍ରକାଶ ବାରିକ ସାମିଲ ଅଛନ୍ତି । ଉଲ୍ଲେଖଯୋଗ୍ୟ ଯେ ନାମାଙ୍କନ ଦାଖଲ ତାରିଖ ଜୁନ ୧୪ରେ ଶେଷ ହୋଇଥିଲା । ଗୁଜରାଟର ତିନି ଆସନରେ ବିଜେପି ନିର୍ବିରୋଧରେ ବିଜୟୀ ହୋଇଛି । କେନ୍ଦ୍ରମନ୍ତ୍ରୀଙ୍କ ସହ ବିଜେପି ନେତା ବାବୁଭାଇ ଦେସାଇ ଏବଂ କେସରୀଦେବ ସିଂ ଝାଲା ସାମିଲ ଅଛନ୍ତି ।
ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କର ଦ୍ୱିତୀୟ ଥର ପାଇଁ ରାଜ୍ୟସଭା ପହଞ୍ଚିଛନ୍ତି । ଏହାଛଡ଼ା ଅନ୍ୟ ଦୁଇ ପ୍ରାର୍ଥୀ ପ୍ରଥମ ଥର ରାଜ୍ୟସଭା ପହଞ୍ଚିବେ । ଗୁଜରାଟ ବିଧାନସଭାରେ ବିଜେପିର ସଂଖ୍ୟାବଳ ଏତେ ଅଧିକ ଯେ ସବୁ ପ୍ରାର୍ଥୀ ନିର୍ବିରୋଧରେ ସଂସଦକୁ ଯାଇପାରିବେ । ବିଧାନସଭା ନିର୍ବାଚନରେ ୧୮୨ ଆସନରୁ ୧୫୬ରେ ବିଜେପି ବିଜୟୀ ହୋଇଥିଲା । ଏହାପରେ ଅନ୍ୟ ତିନି ନିର୍ଦଳୀୟ ବିଧାୟକଙ୍କ ସମର୍ଥନ ବିଜେପି ପାଇଁ ରହିଛି ।
Also Read: ଏସ୍.ଜୟଶଙ୍କରଙ୍କୁ ନେଇ ସୁବ୍ରମଣ୍ୟମ ସ୍ୱାମୀଙ୍କ ବିବାଦୀୟ ଟ୍ୱିଟ୍, ଟ୍ରୋଲ କଲେ ୟୁଜର