ଟୁ ପ୍ଲସ ଟୁ ମନ୍ତ୍ରୀ ସ୍ତରୀୟ ବୈଠକ; ଏପ୍ରିଲ ୧୧ ଓ ୧୨ରେ ଆମେରିକା ଗସ୍ତ କରିବେ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ

Published By : Prameya-News7 Bureau | April 07, 2022 IST

ନୂଆଦିଲ୍ଲୀ ୦୭/୦୪ : ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏପ୍ରିଲ ୧୧ ଓ ୧୨ତାରିଖ ଆମେରିକା ଗସ୍ତରେ ଯିବେ। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ଅରିନ୍ଦମ ବାଗଚି ଗୁରୁବାର ସମ୍ୱାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀ ଚତୁର୍ଥ ଭାରତ-ଆମେରିକା ମନ୍ତ୍ରୀ ସ୍ଥରୀୟ ଟୁ ପ୍ଲସ ଟୁ ବୈଠରେ ଭାରତୀୟ ପ୍ରତିନିଧିଙ୍କ ନେତୃତ୍ୱ ନେବେ ବୋଲି ବାଗଚି କହିଛନ୍ତି।  ଏପ୍ରିଲ ୧୧ ତାରିଖରେ ଏହି ବୈଠକ ୱାସିଂଟନ ଡିସିରେ ଆୟୋଜନ କରାଯିବ  ବୋଲି ଜଣାପଡ଼ିଛି।

ବାଗଚି କହିଛନ୍ତି ଏହି ବୈଠକ ଦ୍ୱାରା ଦ୍ୱିପାକ୍ଷିକ ସମ୍ବନ୍ଧକୁ ଅଧିକ ମଜବୁତ କରିବା ପାଇଁ ରଣନୈତିକ ମାର୍ଗଦର୍ଶନ ଓ ଦୃଷ୍ଟି ପ୍ରଦାନ କରିବା ଉଦ୍ଦେଶ୍ୟରେ ବୈଦେଶିକ ନୀତି, ପ୍ରତିରକ୍ଷା ଓ ସୁରକ୍ଷା, ଭାରତ ଓ ଆମେରିକାର ଦ୍ୱିପାକ୍ଷିକ କାର୍ଯ୍ୟଶୈଳିରେ ଅସୁବିଧା ସମ୍ବନ୍ଧିୟ ପ୍ରସଙ୍ଗରେ ଏଥିରେ ବ୍ୟାପକ ଆଲୋଚନା ଓ ସମୀକ୍ଷା କରିବାରେ ସକ୍ଷମ ହେବ। ବୈଦେଶିକ ମନ୍ତ୍ରୀ ଏସ. ଶଙ୍କର ଆମେରିକିୟ ବୈଦେଶିକ ମନ୍ତ୍ରୀ ଏଣ୍ଟନି କ୍ଲିଙ୍କନଙ୍କ ସହିତ ଏକ ଅଲଗା ବୈଠକ କରିବେ ବୋଲି ବାଗଚି ଜଣାଇଛନ୍ତି ।       

ଭାରତ – ଆମେରିକା ବିସ୍ତୃତ ବୈଶ୍ୱିକ ରଣନୀତିରେ ଅଂଶଗ୍ରହଣ କରିବା ଓ ଏହାକୁ ଆଗକୁ ବଢ଼ାଇବା ପାଇଁ ଏସ ଜୟଶଙ୍କର ଆମେରିକାର ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କ ସହିତ ମଧ୍ୟ ବୈଠକ କରି ଆଲୋଚନା କରିବେ । ଋଷ ସହିତ ବ୍ୟବସାୟକୁ ନେଇ ପାଶ୍ଚତ୍ୟ ଚାପ ଖବର ଉପରେ ବାଗଚି କହିଛନ୍ତି ସେପରି କୌଣସି ଚାପ ନାହିଁ, ପ୍ରତିବନ୍ଧକ କଥା କୁହାଯାଉଛି କିନ୍ତୁ ଏହା ସମସ୍ତ ବ୍ୟବସାୟରେ ପ୍ରଭାବ ପକାଇବ ନାହିଁ। ଋଷ ସହିତ ଆର୍ଥିକ ସମ୍ବନ୍ଧ ବଜାୟ ରଖିବା ଓ ଏହାକୁ ସ୍ଥିର କରିବା ଉପରେ ଭାରତ ଲକ୍ଷ ରହିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.