AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହିପିଣ୍ଡା ସଂରକ୍ଷିତ ଜଙ୍ଗଲରେ ଦନ୍ତା ମୃତଦେହ ଠାବ, ହାତୀକୁ ମାରି ନେଇଗଲେ ଦାନ୍ତ
  • ||
  • MKCG ମେଡିକାଲ ମୁଖ୍ୟ ଫାଟକ ସମ୍ମୁଖରେ ଦୁର୍ଘଟଣା: ସ୍କୁଟି-କାର୍ ମୁହାଁମୁହିଁ ଧକ୍କା, ଦୁଇ ମୃତ
  • ||
  • ଭୁବନେଶ୍ୱର: ରାତିରେ ପାରଦ କମିବ ଓ ଶୀତ ବଢ଼ିବ, ଦିନରେ ସ୍ୱାଭାବିକଠାରୁ ଅଧିକ ରହିବ ତାପମାତ୍ରା
  • ||
  • ତୋଲକୋଇ: ଦନ୍ତା ଆକ୍ରମଣରେ ହାତୀଛୁଆର ମୃତ୍ୟୁ, ଜଙ୍ଗଲରେ ପଡିଛି ମୃତଦେହ
  • ||

ପୁଣି ଅଡୁଆରେ RWSS ଯନ୍ତ୍ରୀ, ଫଲ୍ସ ବିଲ୍ ଅଭିଯୋଗ ପରେ ଧରାପଡିଲା ଚୋରାରେ ବିଦ୍ୟୁତ୍ ସଂଯୋଗ

27/02/2020 at 4:51 PM

ନୀଳଗିରି ୨୭।୨: ବାଲେଶ୍ଵର ଜିଲ୍ଲା ନୀଳଗିରି ସହରରେ ବିଦ୍ୟୁତ୍ ବିଭାଗର ଏକ ଭିଜିଲାନ୍ସ ଟିମ୍ ଚଢ଼ାଉ କରି ବେଆଇନ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ଜରିମନା କରିବା ସହ ବିଦ୍ୟୁତ୍ ଲାଇନ୍ କଟାଯାଇଛି । ଗ୍ରାମ୍ୟ ଜଳ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ-୨ ହୃଦାନନ୍ଦ ବେହେରାଙ୍କ କଳା କାରନାମା ମଧ୍ୟ ପଦାରେ ପଡିଛି । ଉପଭୋକ୍ତା ନହୋଇ ବେଆଇନ ଭାବେ ସରକାରୀ ବାସଭବନକୁ ବିଦ୍ୟୁତ୍ ନେବା ଓ ଏସି ଚଲାଇବା ଅଭିଯୋଗରେ ବିଦ୍ୟୁତ୍ ବିଭାଗ ଭିଜିଲାନ୍ସ ଟିମ୍ ଧରି ବିଦ୍ୟୁତ୍ ସଂଯୋଗ କାଟିଦେଇଛି ।

ପୂର୍ବରୁ ଜଡିଦା ପଂଚାୟତରେ ପମ୍ପ୍ ହାଉସରେ ମରାମତି କରି ୨୫୦୦ ଟଙ୍କା ବିଲ୍ ବଦଳରେ ୩୦ ହଜାର ଟଙ୍କା ଫଲ୍ସ ବିଲ୍ କରି ଅଭିଯୋଗ ପରେ ଭିଜିଲାନ୍ସ ସ୍କାନରରେ ଥିଲେ । ଭିଜିଲାନ୍ସ ଖୋଳତାଡ କରିବା ପରେ ଆଉ ଏକ ଅଡ଼ୁଆରେ ଯନ୍ତ୍ରୀ ହୃଦାନନ୍ଦ ବେହେରା ପଡିଛନ୍ତି । ସେପଟେ ଆଇନ ଅନୁସାରେ ଜରିମନା ଧାର୍ଯ୍ୟ କରାଯିବା ସହ ତାଙ୍କ ଉପରିସ୍ଥ ଅଧିକାରୀଙ୍କୁ ବେଆଇନ କାର୍ଯ୍ୟ ନେଇ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ବିଦ୍ୟୁତ୍ ବିଭାଗ ନିର୍ବାହୀ ଯନ୍ତ୍ରୀ ଅନନ୍ତ ନାରାୟଣ ବିଶୋଇ ଓ ଭିଜିଲାନ୍ସ ଅଧିକାରୀ ପି.କେ. ସାହୁ କହିଛନ୍ତି ।

   Related Posts