ବିବାହ ବନ୍ଧନରେ ବାନ୍ଧି ହେଲେ ରୁତୁରାଜ୍ ଗାଏକୱାଡ୍, ପତ୍ନୀ ସହ ସେୟାର କଲେ ଫଟୋ
4/06/2023 at 8:05 AM

ମୁମ୍ଵାଇ ୦୪।୦୬: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ)ର ଷ୍ଟାର ଓପନର୍ ରୁତୁରାଜ ଗାଏକୱାଡ ବିବାହ କରିଛନ୍ତି। ୨୬ ବର୍ଷୀୟ ରୁତୁରାଜ ନିଜ ବିଶେଷ ଦିନର ପ୍ରଥମ ଫଟୋ ସେୟାର କରିଛନ୍ତି। ବର୍ତ୍ତମାନ ତାଙ୍କ ବିବାହର ଫଟୋ ଭାଇରାଲ ହେବାରେ ଲାଗିଛି । ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ରୁତୁରାଜ ଭାରତୀୟ ଦଳର ପ୍ରତିନିଧିତ୍ୱ କରିଛନ୍ତି।

ରୁତୁରାଜ ତାଙ୍କ ସିକ୍ରେଟ୍ ଗର୍ଲଫ୍ରେଣ୍ଡ ଉତ୍କର୍ଷା ପୱାରଙ୍କୁ ବିବାହ କରିଛନ୍ତି। ଉତ୍କର୍ଷା ମଧ୍ୟ ଜଣେ କ୍ରିକେଟର । ସେ ମହାରାଷ୍ଟ୍ର ପାଇଁ ଘରୋଇ କ୍ରିକେଟରେ ଖେଳନ୍ତି। ରୁତୁରାଜ ଦୀର୍ଘ ଦିନ ଧରି ଉତ୍କର୍ଷାକୁ ଡେଟ୍ କରୁଥିଲେ ।

ନିକଟରେ ତାଙ୍କୁ ଚେନ୍ନାଇ ସୁପର କିଙ୍ଗ୍ସର ମ୍ୟାଚ୍ ସମୟରେ ଷ୍ଟାଡିୟମରେ ଦେଖିବାକୁ ମିଳିଥିଲେ। ରୁତୁରାଜ ଗାଏକୱାଡ ମହାଷ୍ଟ୍ରରର ମହାବାଲେଶ୍ୱରରେ ବିବାହ କରିଛନ୍ତି। ଏହି ଦମ୍ପତି ନିଜ ବିବାହର ଅନେକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ପାଇଁ ଭାରତୀୟ ରିଜର୍ଭ ଦଳରେ ରୁତୁରାଜଙ୍କୁ ସିଲେକ୍ଟ କରାଯାଇଥିଲା। କିନ୍ତୁ ସେ ତାଙ୍କ ବିବାହ ପାଇଁ ପ୍ରତ୍ୟାହାର କରି ନେଇଥିଲେ। ଏହି ଟୁର୍ନାମେଣ୍ଟ ଜୁନ୍ ୭ ରୁ ଖେଳାଯିବ। ୨୦୨୧ ନଭେମ୍ବରରେ ଉତ୍କର୍ଷା ମହାରାଷ୍ଟ୍ର ପାଇଁ ତାଙ୍କର ଶେଷ ମ୍ୟାଚ୍ ଖେଳିଥିଲେ।

୨୪ ବର୍ଷିୟା ଉତ୍କର୍ଷା ମଧ୍ୟମ ଗତି ବୋଲର । କହିବାକୁ ଗଲେ ସେ ପୁଣେ ଇନଷ୍ଟିଚ୍ୟୁଟ୍ ଅଫ୍ ପୁଷ୍ଟିକର ଏବଂ ସ୍ୱାସ୍ଥ୍ୟ ବିଜ୍ଞାନରେ ପାଠ ପଢିଛନ୍ତି। ଚେନ୍ନାଇ ସୁପର କିଙ୍ଗ୍ସ ଖେଳାଳି ଶିବମ ଦୁବେ ଏବଂ ପ୍ରଶାନ୍ତ ସୋଲକି ମଧ୍ୟ ଏହି ବିବାହ ଉତ୍ସବରେ ଯୋଗ ଦେଇଥିଲେ। ଏହି ଉଭୟ ଖେଳାଳି ମୁମ୍ବାଇ ପାଇଁ ଘରୋଇ କ୍ରିକେଟ୍ ଖେଳନ୍ତି।
You Can Read: