ଚେନ୍ନାଇ ସୁପର କିଙ୍ଗସ୍ର ଆଉ ଜଣେ ଖେଳାଳି କରୋନା ପଜିଟିଭ
29/08/2020 at 2:52 PM

ନୂଆଦିଲ୍ଲୀ ୨୯/୮: ୨୦୨୦ ଆଇପିଏଲ୍ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସ୍ ପାଇଁ ଏକ ଖରାପ ସାମନାକୁ ଆସିଛି। ଚେନ୍ନାଇ ସୁପର କିଙ୍ଗସର ବ୍ୟାଟସମ୍ୟାନ୍ ଋତୁରାଜ ଗାୟକଓ୍ବାଡ଼ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି। ଏହା ପୂର୍ବରୁ ଶୁକ୍ରବାର ଚେନ୍ନାଇ ସୁପର କିଙ୍ଗସର ୧୨ଜଣ କରୋନା ଭାଇରସରେ ସଂକ୍ରମିତ ହୋଇଥିଲେ ଯେଉଁଥିରେ ଜଣେ ଭାରତୀୟ ଦୃତ ବୋଲର ମଧ୍ୟ ସାମିଲ ଥିଲେ। ଚେନ୍ନାଇର ଖେଳାଳି ଲଗାତାର କରୋନାରେ ସଂକ୍ରମିତ ହେଉଥିବା କାରଣରୁ ୨୦୨୦ ଆଇପିଏଲ୍ ଉପରେ ପୁଣି ଥରେ ଅନିଶ୍ଚିତତାର ଘୋର ବାଦଲ ଛାଇ ଯାଇଛି।
ଶନିବାର ଚେନ୍ନାଇ ସୁପର କିଙ୍ଗସ ପାଇଁ ଏହା ଦ୍ବିତୀୟ ଖରାପ ଖବର। ବାମ ହାତ ବ୍ୟାଟସମ୍ୟାନ୍ ସୁରେଶ ରୈନା ପାରିବାରିକ କାରଣରୁ ଭାରତ ଫେରି ଆସିଛନ୍ତି।
Related Posts
ଦିଲ୍ଲୀରେ ପୁଣି ମାତିଲାଣି କରୋନା: ପଜିଟିଭ ସଂଖ୍ୟା ୭ ମାସରେ ସର୍ବାଧିକ
11 August 2022