scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଧୋନିଙ୍କ କଥାକୁ ମନେ ପକାଇଲେ ଋତୁରାଜ, କହିଲେ- ତାଙ୍କର ଉପଦେଶ ହିଁ ମୋର ସଫଳତା

4/12/2023 at 3:01 PM

ମୁମ୍ବାଇ ୦୪।୧୨ : ଋତୁରାଜ ଗାଏକଓ୍ୱାର୍ଡ । ଆଜିକ ଦିନରେ କିଏ ବା ଏହି ନାମଟିକୁ ନଜାଣେ । ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ୍‌ରେ ଖୁବ୍‌ ଗର୍ଜିଛି ରୁତୁରାଜଙ୍କ ବ୍ୟାଟ୍‌ । ଆଉ ଏହି ଟି-୨୦ ସିରିଜରେ କରିଛନ୍ତି ୨୧୩ ରନ୍‌ । ଏଥିରେ ହାସଲ କରିଛନ୍ତି ଗୋଟିଏ ଶତକ ଆଉ ଗୋଟିଏ ଅର୍ଦ୍ଧଶତକ ରହିଛି । ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ ସିରିଜ୍‌କୁ ଭାରତୀୟ ଟିମ୍‌ ୪-୧ରେ ବିଜୟୀ ହୋଇଛି ।

ତେବେ ବେଙ୍ଗାଲୁରୁରେ ମ୍ୟାଚ୍‌ ବିଜୟୀ ପରେ ଏକ ସାକ୍ଷାତକାରରେ ଋତୁରାଜ କହିଛନ୍ତି ଯେ, ମୁଁ ଏହି ସିରିଜ୍‌ରେ ଯାହା ବି ପ୍ରଦର୍ଶନ କରିଛି । ସେଥିରୁ ମୁଁ ବହୁତ ଖୁସି ଅଛି । କଠିନ ପରିସ୍ଥିତିରେ ଟିମ୍‌ ପାଇଁ ରନ୍‌ କରିଥିବାରୁ ମୁଁ ବେଶ୍‌ ଖୁସି । ନିଜ ସଫଳତାର ଶ୍ରେୟ ମହେନ୍ଦ୍ର ସିଂହ ଧୋନି ଏବଂ ଚେନ୍ନାଇ ସୁପର କିଙ୍ଗସ୍‌ର । ଆଇପିଏଲ୍‌ ସମୟରେ ମାହି ଭାଇଙ୍କ ପରାମର୍ଶ ହିଁ ମୋ ଖେଳକୁ ନୂତନ ଦିଗରେ ପରିବର୍ତ୍ତନ ଦେଇଛି । ଚେନ୍ନାଇ ଏବଂ ଧୋନିଙ୍କ ଠାରୁ ମୁଁ ବହୁତ କିଛି ଶିଖିଛି । ଧୋନି ଭାଇଙ୍କ ଖେଳକୁ ମୁଁ ଅତି ନିକଟରୁ ଦେଖିଛି । କିପରି କଠିନ ପରିସ୍ଥିତି ଟିମ୍‌କୁ ବିଜୟ ଦେଇଥାନ୍ତି । ତାହା ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ । ଏହାବାଦ୍‌ ଧୋନି ଭାଇ ମୋତେ ସବୁ ବେଳେ ମ୍ୟାଚ୍‌ ହିସାବରେ ଖେଳିବାକୁ ପରାମର୍ଶ ଦିଅନ୍ତି । ସେ କହୁନ୍ତି କି, ପୂର୍ବରୁ ତୁମେ କଣ କରିଛ, ତାହା ଭୁଲିଯାଅ । ବର୍ତ୍ତମାନ ଖେଳୁଥିବା ମ୍ୟାଚ୍‌ର ପରିସ୍ଥିତି, ତୁମ ଠାରୁ କିପରି ଖେଳ ଆବଶ୍ୟକ କରୁଛି । ତାହା ଉପରେ ଧ୍ୟାନ ଦେବା ଜରୁରୀ । ସେହି ମ୍ୟାଚ୍‌ ହିସାବରେ ଖେଳିବା ଉଚିତ୍‌ । ପ୍ରତି ମ୍ୟାଚ୍‌ରେ ଏହି କଥାକୁ ଧ୍ୟାନ ଦେଇ ଖେଳିବ । ତେବେ ଯାଇ ତୁମେ ତୁମ ଚଲାପଥରେ ସଫଳ ହେବ।

ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ସୁଦ୍ଧା ଋତୁରାଜ ୧୯ଟି ଟି-୨୦ ମ୍ୟାଚ୍‌ ଖେଳିସାରିଛନ୍ତି । ଯେଉଁଥିରେ ୫୦୦ ରନ୍‌ ହାସଲ କରିଛନ୍ତି । ପୁରା ଟି-୨୦ କ୍ୟାରିୟରରେ ଗୋଟିଏ ଶତକ ହାସଲ କରିଥିବା ବେଳେ ୩ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ୧୨୩ ତାଙ୍କର ବ୍ୟକ୍ତିଗତ ଭାବେ ସର୍ବାଧିକ ସ୍କୋର ରହିଛି । ସେହିପରି ଏବେ ସୁଦ୍ଧା ୪ଟି ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି । ଯେଉଁଥିରେ ୧୦୬ ରନ୍‌ ହାସଲ କରିଛନ୍ତି ।  ଏଥିରେ ଗୋଟିଏ ଅର୍ଦ୍ଧଶତକ ରହିଛି । ବାକି ୭୧ ତାଙ୍କର ବ୍ୟକ୍ତିଗତ ଭାବେ ସର୍ବାଧିକ ସ୍କୋର ରହିଛି ।

   Related Posts