ଋତୁରାଜ ଗାଏକଓ୍ୱାଡ୍‌ଙ୍କ ଧମାକା, ଗୋଟିଏ ଓଭରରେ ମାରିଲେ ୭ ଛକ୍କା

Published By : Prameya-News7 Bureau | November 28, 2022 IST

ନୂଆଦିଲ୍ଲୀ ୨୮।୧୧ : ବିଜୟ ହଜାରରେ ଟ୍ରଫିରେ ସୋମବାର ଦିନ ଏକ ବିରଳ ରେକର୍ଡ ହୋଇଛି । ମହାରାଷ୍ଟ୍ର ଏବଂ ଉତ୍ତରପ୍ରଦେଶ ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍‌ରେ ଗୋଟିଏ ଓଭରରେ ସାତୋଟି ଛକ୍କା ମାରିଛନ୍ତି ବ୍ୟାଟର । ଆଇପିଏଲ୍‌ରେ ଚେନ୍ନାଇ ପ୍ରାଞ୍ଚାଇଜ୍‌ ପାଇଁ ଖେଳୁଥିବା ଷ୍ଟାର ବ୍ୟାଟସମ୍ୟାନ୍‌ ଋତୁରାଜ ଗାଏକ୍‌ଓ୍ୱାଡ୍‌ ଏଭଳି ବିସ୍ଫୋରକ ପାଳି ଖେଳିଛନ୍ତି ।

ସୋମବାର ଦିନ ବିଜୟ ହଜାରେ ଟ୍ରଫିର କ୍ୱାଟର ଫାଇନାଲ୍‌ ମ୍ୟାଚ୍‌ ମହାରାଷ୍ଟ୍ର ଓ ଉତ୍ତରପ୍ରଦେଶ ମଧ୍ୟରେ ଚାଲିଥିଲା । ମହାରାଷ୍ଟ୍ର ପ୍ରଥମେ ବ୍ୟାଟିଂ କରି ୫ ଓ୍ୱିକେଟ୍‌ ହରାଇ ୫୦ ଓଭରରେ ୩୩୦ ରନ୍‌ର ବିଶାଳ ସ୍କୋର କରିଥିଲା । ଏହି ମ୍ୟାଚ୍‌ରେ ଅଧିନାୟକ ଋତୁରାଜ ଗାଏକ୍‌ଓ୍ୱାଡ୍‌ ମାତ୍ର ୧୫୯ ବଲ୍‌ରେ ଖେଳିଥିଲେ ୨୨୦ ରନ୍‌ର ବିସ୍ଫୋରକ ଇନିଂସ । ଏହି ଇନିଂସରେ ଋତୁରାଜ୍‌ ୧୦ଟି ଚୋକା ଏବଂ ୧୬ଟି ଛକ୍କା ମାରିଛନ୍ତି । ତେବେ ସବୁଠାରୁ ବଡ଼ କଥା ହେଉଛି କି ମ୍ୟାଚ୍‌ର ଗୋଟିଏ ଓଭରରେ ଋତୁରାଜ୍‌ ୭ଟି ଛକ୍କା ମାରିଛନ୍ତି । ତାହା ପୁଣି ମ୍ୟାଚ୍‌ର ୪୯ ତମ ଓଭରରେ ।

wp:html /wp:html

୨୫ ବର୍ଷୀୟ ଋତୁରାଜ ଇନିଂସର ୪୯ ତମ ଓଭରରେ ମୋଟ ୪୩ ରନ୍ କରିଥିଲେ, ଏଥିରେ ୭ଟି ଛକା ରହିଛି। ଉତ୍ତର ପ୍ରଦେଶ ଟିମ୍ ପକ୍ଷରୁ ଶିବା ସିଂହ ବୋଲି କରୁଥିଲେ, ଶେଷ ଓଭରରେ ଗୋଟିଏ ନୋବଲ୍ ମଧ୍ୟ ଥିଲା, ଏଭଳି କରିଥିବା ଋତୁରାଜ ଦୁନିଆର ପ୍ରଥମ ବ୍ୟାଟସମ୍ୟାନ୍ ହୋଇଛନ୍ତି।

wp:html /wp:html

ସେହିପରି ଏହି ମ୍ୟାଚ୍‌ରେ ଋତୁରାଜ୍‌ ଗାଏକ୍‌ଓ୍ୱାଡ୍‌ଙ୍କ ବ୍ୟତୀତ ମହାରାଷ୍ଟ୍ରର ଅନ୍ୟ କୌଣସି ବ୍ୟାଟସମ୍ୟାନ୍‌ ଭଲ ଇନିଂସ ଖେଳିପାରିନଥିଲେ । କେବଳ ଦୁଇ ଜଣ ବ୍ୟାଟର ୩୭-୩୭ ରନ୍‌ କରିଥିବା ବେଳେ ଅନ୍ୟ ବ୍ୟାଟସମ୍ୟାନ୍‌ ଭଲ ସ୍କୋର କରିପାରିନଥିଲେ । ମ୍ୟାଚ୍‌ରେ ଖୁବ ମହଙ୍ଗା ହୋଇଥିଲା ୟୁପି ବୋଲର । ଖାସ୍‌ କରି ୟୁପିର ବୋଲର ଶିବ ସିଂହ ୯ ଓଭର ବୋଲିଂ କରି ୮୮ ରନ୍‌ ଖର୍ଚ୍ଚ କରିଥିଲେ । ଯିଏକି ମ୍ୟାଚ୍‌ରେ ସବୁଠାରୁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.